OPPO: ପାୱାର ବ୍ୟାଙ୍କକୁ ଦେବ କଡ଼ା ଟକ୍କର: ୧୨,୦୦୦ mAh ବ୍ୟାଟେରୀ ସହ ନୂଆ ସ୍ମାର୍ଟଫୋନ୍ ଆଣୁଛି Oppo

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବଜାରରେ ବଡ଼ ବ୍ୟାଟେରୀର ଚାହିଦାକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Oppo ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। କମ୍ପାନୀ ଏପରି ଏକ ନୂଆ ୫ଜି ସ୍ମାର୍ଟଫୋନ୍ ଉପରେ କାମ କରୁଛି, ଯେଉଁଥିରେ ୧୨,୦୦୦ mAh ର ଶକ୍ତିଶାଳୀ ବ୍ୟାଟେରୀ ଦେଖିବାକୁ ମିଳିପାରେ। ଯଦି ଏହି ଫୋନ୍ ବଜାରକୁ ଆସେ, ତେବେ ଏହା Oppo ର ସବୁଠାରୁ ବଡ଼ ବ୍ୟାଟେରୀ ବିଶିଷ୍ଟ ସ୍ମାର୍ଟଫୋନ୍ ହେବ ଏବଂ ଏହା ସାଧାରଣ ପାୱାର ବ୍ୟାଙ୍କକୁ ବି ଟକ୍କର ଦେବ।

ଚୀନ୍‌ ସର୍ଟିଫିକେସନ୍ ଡାଟାବେସରୁ ମିଳିଲା ସୂଚନା
ଏହି ନୂଆ ଫୋନ୍‌କୁ ଚୀନ୍‌ର ଏକ ସର୍ଟିଫିକେସନ୍ ଡାଟାବେସ୍‌ରେ ସ୍ପଟ୍ କରାଯାଇଛି। ଲିଷ୍ଟିଂ ଅନୁସାରେ, ଏହି ଫୋନ୍‌ରେ ୧୧,୬୪୦ mAh ର ରେଟେଡ୍ କ୍ଷମତା (Rated Capacity) ଏବଂ ୧୨,୦୦୦ mAh ର ଟିପିକାଲ୍ କ୍ଷମତା (Typical Capacity) ରହିଛି। ଏହାସହ ଏଥିରେ ୫ଜି (5G) କନେକ୍ଟିଭିଟି ମଧ୍ୟ ମିଳିବ। ତେବେ କମ୍ପାନୀ ପକ୍ଷରୁ ଏହି ଫୋନ୍‌ର ନାମ, ମୂଲ୍ୟ କିମ୍ବା ଲଞ୍ଚ୍ ତାରିଖ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ଆହୁରି ପଢନ୍ତୁ: Diwali At White House: ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କଲେ ଟ୍ରମ୍ପ: ଉପହାରରେ ମିଳିଲା ହନୁମାନ ଚାଳିଶା

Oppo A7 Pro Max ର ଭାଙ୍ଗିବ ରେକର୍ଡ
Oppo ନିକଟରେ (ସେପ୍ଟେମ୍ବର ମାସରେ) ୧୦,୦୦୦ mAh ବ୍ୟାଟେରୀ ସହିତ 'Oppo A7 Pro Max' ଲଞ୍ଚ୍ କରିଥିଲା, ଯେଉଁଥିରେ ୮୦W ଫାଷ୍ଟ ଚାର୍ଜିଂ, Snapdragon 4 Gen 5 ପ୍ରୋସେସର୍, ୧୨୦Hz AMOLED ଡିସପ୍ଲେ ଏବଂ ୮GB ଯାଏଁ RAM ରହିଥିଲା। ନୂଆ ୧୨,୦୦୦ mAh ବ୍ୟାଟେରୀ ବିଶିଷ୍ଟ ସ୍ମାର୍ଟଫୋନ୍‌ଟି ବଜାରକୁ ଆସିଲେ, ଏହା Oppo A7 Pro Max ର ରେକର୍ଡ ଭାଙ୍ଗିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.