Operation Sindoor: ଅପରେସନ ସିନ୍ଦୂର’ ନେଇ ସ୍ପଷ୍ଟ କଲେ ପୂର୍ବତନ ସିଡିଏସ

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ଗତବର୍ଷ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନର ପରମାଣୁ ପ୍ରତିଷ୍ଠାନ ଉପରେ ହୋଇଥିବା ରହସ୍ୟମୟ ଆକ୍ରମଣକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ପୂର୍ବତନ ସିଡିଏସ୍‌ ଜେନେରାଲ ଅନିଲ ଚୌହାନ ସ୍ପଷ୍ଟ କରିଛନ୍ତି ଯେ, ସେହି ସମୟରେ ଭାରତର ଏକ ଡ୍ରୋନ ବା ଯୁଦ୍ଧାସ୍ତ୍ର ପାକିସ୍ତାନର ରଣନୀତିକ ପରମାଣୁ କେନ୍ଦ୍ର ‘କିରାନା ହିଲ୍ସ’ ଉପରେ ଆକ୍ରମଣ କରିଥିଲା, ମାତ୍ର ଏହା ଯୋଜନାବଦ୍ଧ ନଥିଲା। 

ଆହୁରି ପଢନ୍ତୁ :Rakhi: ରାକ୍ଷୀ ବିଜ୍ଞାପନର ପୋଷାକକୁ ନେଇ ବିବାଦ: କଙ୍ଗନାଙ୍କ ସମାଲୋଚନା ପରେ କୃତିଙ୍କ ସମର୍ଥନରେ ରାହୁଲ

ନୂଆଦିଲ୍ଲୀର ବିବେକାନନ୍ଦ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜେନେରାଲ ଚୌହାନ କହିଛନ୍ତି ଯେ, ଇସ୍ରାଏଲ୍ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ଭାରତର ଏକ ‘ହାରୋପ୍ ଡ୍ରୋନ’ ପାକିସ୍ତାନର ସରଗୋଧା ସାମରିକ ଘାଟି ଆଖପାଖରେ ଶତ୍ରୁପକ୍ଷର ରାଡାରଗୁଡ଼ିକୁ ଚିହ୍ନଟ କରି ଧ୍ୱଂସ କରିବା ପାଇଁ ଆକାଶରେ ଉଡ଼ୁଥିଲା। ଏହି ଡ୍ରୋନର ସର୍ବାଧିକ ଦୁଇ ଘଣ୍ଟାର ଉଡ଼ାଣ କ୍ଷମତା ଥିବା ବେଳେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରେଡାର ସଙ୍କେତ ନମିଳିବା ଏବଂ ଇନ୍ଧନ ସରିଯିବା ଯୋଗୁଁ ଏହା ସେଠାରୁ ୧୦ କିଲୋମିଟର ଦୂରରେ ଥିବା କିରାନା ପାହାଡ଼ ଉପରେ ଆକସ୍ମିକ ଭାବେ ବିସ୍ଫୋରଣ ହୋଇଥିଲା।

ଆହୁରି ପଢନ୍ତୁ :Director: ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ

ଏହା ପୂର୍ବରୁ ବାୟୁସେନାର ପୂର୍ବତନ ମହାନିର୍ଦ୍ଦେଶକ ଏୟାର ମାର୍ଶଲ ଏକେ ଭାରତୀ ମଧ୍ୟ କହିଥିଲେ ଯେ ଭାରତ କିରାନା ହିଲ୍ସକୁ ଟାର୍ଗେଟ କରିନଥିଲା, ଯାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଜେନେରାଲ ଚୌହାନ ପ୍ରକାଶ କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନାକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଅନ୍ତର୍ଗତ ସ୍କାର୍ଦ୍ଦୁ ସାମରିକ ଘାଟି ଉପରେ ସିଧାସଳଖ ବିମାନ ଆକ୍ରମଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିସାରିଥିଲା।

ଆହୁରି ପଢନ୍ତୁ :Rehabilitation Grants ବଢ଼ିଲା ପୁନର୍ବାସ ଓ ଥଇଥାନ ଅନୁଦାନ ଓ କ୍ଷତିପୂରଣ ରାଶି

ମାତ୍ର ସେହି ସମୟରେ ସ୍କାର୍ଦ୍ଦୁ ଅଞ୍ଚଳରେ ପାଣିପାଗ ଅତ୍ୟନ୍ତ ଖରାପ ହେବା ଯୋଗୁଁ ବାୟୁସେନାକୁ ନିଜର ଯୋଜନା ବଦଳାଇବାକୁ ପଡ଼ିଥିଲା ଏବଂ ଭାରତୀୟ ସେନା ଗାନ୍ଧୀନଗର ସ୍ଥିତ ଦକ୍ଷିଣ-ପଶ୍ଚିମ ବାୟୁ କମାଣ୍ଡ ଅଧୀନରେ ପାକିସ୍ତାନର ଭୋଲାରୀ ସାମରିକ ରନ୍‌ୱେ ଏବଂ ହାଙ୍ଗର ଉପରେ ସଫଳ ଆକ୍ରମଣ କରିଥିଲା। ଗତ ବର୍ଷ ମେ ୧୦ ତାରିଖରେ ହୋଇଥିବା ଏହି ବାୟୁସେନା ଆକ୍ରମଣ ନେଇ ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଥିଲା ଯେ, ଭାରତୀୟ ବାୟୁସେନାର ଅତି ସଠିକ ଆକ୍ରମଣ ଯୋଗୁଁ ପାକିସ୍ତାନର ସେହି ପ୍ରମୁଖ ସାମରିକ ପ୍ରତିଷ୍ଠାନର ଛାତ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଧ୍ୱଂସ ହୋଇଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.