OpenAI: ଓପନଏଆଇକୁ ହ୍ୟାକ୍‌ କରିଥିଲେ ୩ ଭାରତୀୟ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଟୁଲ୍‌ ଚାଟ୍‌ଜିପିଟିର ନିର୍ମାତା ଓପନ୍‌ଏଆଇକୁ ତିନି ଜଣ ଭାରତୀୟ ବଂଶୋଦ୍ଭବ ଗତ ଜୁଲାଇରେ ହ୍ୟାକ୍‌ କରିଥିଲେ। ସେମାନେ ହେଉଛନ୍ତି ସାଇବର ନିରାପତ୍ତା ଗବେଷକ ହର୍ଷ ଜୟସ୍ବାଲ, ମୋହନ ପେଢ଼ାପତି ଓ ରାହୁଲ ମଇନି। ସେମାନେ ହାକାଥନ ଏଆଇ ନାମକ ଷ୍ଟାର୍ଟଅପ୍‌ରେ କାମ କରୁଛନ୍ତି। ଓପନଏଆଇର ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ଆନ୍ଥ୍ରୋପିକ୍‌ର ଏଆଇ ଟୁଲ୍‌ କ୍ଲାଉଡ୍‌କୁ ବ୍ୟବହାର କରି ସେମାନେ ଏହି ହ୍ୟାକ୍‌ କରିଥିଲେ।

ଆହୁରି ପଢନ୍ତୁ: Jayaram Ramesh: ମୋଦୀ ସରକାରଙ୍କ ନିଷ୍ପତ୍ତି ଯୋଗୁ ଆରାବଳୀ ପ୍ରତି ବିପଦ: ଜୟରାମ ରମେଶ

ଏହା ଏକ ସ୍ବୀକୃତିପ୍ରାପ୍ତ ହ୍ୟାକିଂ ଥିଲା, ଯେଉଁଥି‌ରେ ୩ ଭାରତୀୟ ବଂଶୋଦ୍ଭବ ଓପନଏଆଇ ସଫ୍ଟୱେରରେ ଥିବା ଦୁର୍ବଳତା ଚିହ୍ନଟ କରି ତାହା ଜରିଆରେ କମ୍ପାନିର କର୍ମଚାରୀଙ୍କ ଆକାଉଣ୍ଟ ହାସଲ କରିଥିଲେ। ସେହି ଆକାଉଣ୍ଟ ଜରିଆରେ ସେମାନେ ଓପନଏଆଇ ସିଷ୍ଟମରେ ପ୍ରବେଶ କରି ତାହାର ବ୍ୟକ୍ତିଗତ ଗିଟ୍‌ହବ୍‌ ପର୍ଯ୍ୟନ୍ତ ପ୍ରବେଶ କରିବାରେ ସଫଳ ହୋଇଥିଲେ। ଓପନଏଆଇର ବ୍ୟକ୍ତିଗତ ରି‌ପୋଜିଟୋରିରେ ପହଞ୍ଚିବାକୁ ସେମାନେ ୭୨ ଘଣ୍ଟା ସମୟ ନେଇଥିଲେ। ଏହି ପରୀକ୍ଷା ସମୟରେ ସେମାନେ ଏଆଇ ଟୋକନରେ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସେମାନେ ଧରିଥିବା ତ୍ରୁଟିକୁ ପରବର୍ତ୍ତୀ ସମୟରେ ଓପନଏଆଇ ସୁଧାରିଥିଲା ଓ ସେମାନଙ୍କୁ ପୁରସ୍କାର ସ୍ବରୂପ ୫.୫ ଲକ୍ଷ ଟଙ୍କା ଦେଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.