online drivers protest ମାଷ୍ଟରକ୍ୟାଣ୍ଟିନ ଛକ ରଣକ୍ଷେତ୍ର: ଅନ୍‌ଲାଇନ୍‌ ଚାଳକ-ପୁଲିସ ମୁହାଁମୁହିଁ

1 hour ago 2
ARTICLE AD BOX

ଭୁବନେଶ୍ବର:  ବିଭିନ୍ନ ଦାବି ନେଇ ୩ଦିନ ହେଲା ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଅନ୍‌ଲାଇନ୍‌ ଚାଳକ ମଞ୍ଚ ଆଜି (ବୁଧବାର) ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆନ୍ଦୋଳନକାରୀଙ୍କ ଢେଲାପଥର ମାଡ଼ରେ ୧୫ରୁ ଊର୍ଦ୍ଧ୍ବ ଆମ ବସ୍‌, ପିସିଆର୍‌ ଭାଙ୍ଗିଛି। ପୁଲିସର ପ୍ରତିରୋଧାତ୍ମକ ପଦକ୍ଷେପରେ ୧୨ରୁ ଊର୍ଦ୍ଧ୍ବ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ଅନେକଙ୍କୁ ଗିରଫ କରାଯାଇଛି। 

online drivers- mastercanteen protest1

ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଆନ୍ଦୋଳନରତ ଚାଳକମାନେ ରାସ୍ତା ଅବରୋଧ କରିଥିଲେ।  ପୁଲିସ ସେମାନଙ୍କୁ ବାରଣ କରିଥିଲା। ଉଭୟ ପକ୍ଷର ବାଦବିବାଦରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା।  ଚାଳକମାନେ ଆମ ବସ୍‌, ପିସିଆର୍‌ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ। ତେଣୁ ପାଲଟା ଜବାବ ଦେବାକୁ ଯାଇ ପୁଲିସ ପାଣି ମାଡ଼ କରିବା ସହ ଲାଠି ଚାର୍ଜ କରିଥିଲା। ଉଭୟ ପକ୍ଷରୁ ୨୦ରୁ ଅଧିକ ଆହତ ହୋଇଥିଲେ ଏବଂ ୧୫ରୁ ଅଧିକ ଗାଡ଼ି ଭାଙ୍ଗି ଚୂର୍‌ମାର ହୋଇଯାଇଥିଲା। ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା। ପୁଲିସ ଘଟଣାସ୍ଥଳରୁ ଶତାଧିକ ଚାଳକମାନଙ୍କୁ ଉଠାଇବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଲିସ ‌ସେମାନଙ୍କ ବିରୋଧରେ ପିଡିପିପି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି ଏବଂ ସେମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି।

online drivers- mastercanteen protest2

ଅନ୍‌ଲାଇନ୍‌ରେ ଯାତ୍ରୀ ପରିବହନ ସେବା ଯୋଗାଉଥିବା କମ୍ପାନିଙ୍କ ଉପରେ ରାଜ୍ୟ ସରକାର ନିୟନ୍ତ୍ରଣ କରିବା, ଟ୍ୟାକ୍ସି ଭଡ଼ା ଓ କମିସନ ଉପରେ ସରକାରୀ ନିୟନ୍ତ୍ରଣ ରହିବା ଆଦି ୩୦ ଦଫା ଦାବିନେଇ ତିନି ଦିନ ହେଲା ଅନ୍‌ଲାଇନ୍‌ ଚାଳକ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ଗତକାଲି (ମଙ୍ଗଳବାର) ଏୟାର‌ପୋର୍ଟ ଛକରେ ମଞ୍ଚର ଆନ୍ଦୋଳନକୁ ନେଇ ଉତ୍ତେଜନା ବଢ଼ିଥିଲା। ତେଣୁ ବାଟରେ ଘାଟରେ ଯାତ୍ରୀଙ୍କୁ ହରକତ ନକରି ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ଆନ୍ଦୋଳନ କରିବାକୁ ପୁଲିସ ସେମାନଙ୍କୁ କହିଥିଲା। ଏମିତିକି ଅନ୍ୟ ଡ୍ରାଇଭର ଓ ଯାତ୍ରୀମାନଙ୍କୁ ହଇରାଣ କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାବନୀ ଦେଇଥିଲା।

online drivers- mastercanteen protest

ଆଜି ପୂର୍ବାହ୍ନରେ ଶହଶହ ସଂଖ୍ୟାରେ ଅନ୍‌ଲାଇନ୍‌ ଚାଳକମାନେ ମାଷ୍ଟରକ୍ୟାଣ୍ଟିନ ଛକର ଉଭୟ ପାର୍ଶ୍ବରେ କାର ଓ ଅଟୋ ରଖି ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁ ଟ୍ରାଫିକ୍‌ ଜାମ୍ ହେବା ସହ ଜନପଥରେ ଯାତାୟାତ ଠପ୍‌ ହୋଇଯାଇଥିଲା। ଭୁବନେଶ୍ବର ରେଳଷ୍ଟେସନକୁ ଯାତାୟାତ ବନ୍ଦ ହୋଇଯାଇଥିଲା। ପୁଲିସ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ ହେଁ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ଏପରିକି ଯାତ୍ରୀ ନେଇ ଆସୁଥିବା ଆମ ବସ୍‌କୁ ମଧ୍ୟ ସେମାନେ ରାସ୍ତା ଛାଡ଼ି ନଥିଲେ। କିଛି ବିଶୃଙ୍ଖଳିତ ଆନ୍ଦୋଳନକାରୀ ଆମ ବସ୍‌ ଭଙ୍ଗାରୁଜା କରିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ ସେମାନଙ୍କୁ ତଡ଼ିବା ଲାଗି ପାଣି ମାଡ଼ କରିଥିଲା। କିନ୍ତୁ ଏଥିରେ ଚାଳକମାନେ ଅଧିକ ହ୍ରିଂସ ହୋଇ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ। ପଥରମାଡ଼ରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଜଣଙ୍କର ହାତ ଭାଙ୍ଗି ଯାଇଥିଲା। ହିଂସ୍ର ଚାଳକମାନେ ୨ଟି ପୁଲିସ ଭ୍ୟାନକୁ ଭାଙ୍ଗି ପକାଇଥିଲେ। ଏହାପରେ ପୁଲିସ ଜବାବ ଦେବାକୁ ଯାଇ ଲାଠିଚାର୍ଜ କଲା। ଲାଠିମାଡ଼ ପରେ ଚାଳକମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ସମୟରେ ସେମାନେ ଜନପଥରେ ପାର୍କିଂ ହୋଇଥିବା ୧୪ରୁ ଅଧିକ ଗାଡ଼ିକୁ ଭାଙ୍ଗି ପକାଇଥିଲେ।

Bhadrak Tipper Owners ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲା ବିକାଶ ପରିଷଦ ଓ ଜିଲା ଟିପର ମାଲିକ ସଂଘର ବିକ୍ଷୋଭ

ଏନେଇ ମିଳିତ ମଞ୍ଚର ଆବାହକ ଦୀନବନ୍ଧୁ ନାୟକ ଅଭିଯୋଗ କରିଛନ୍ତି ଯେ ପୁଲିସ ସେମାନଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରି ମାଡ଼ମାରିଛି। ଡିସିପି ଜଗମୋହନ ମୀନା କହିଛନ୍ତି ଯେ ଚାଳକମାନଙ୍କୁ କେବଳ ଗୋଟିଏ ଦିନର ଆନ୍ଦୋଳନ ପାଇଁ ଅନୁମତି ମିଳିଥିଲା। କିନ୍ତୁ ସେମାନେ ୩ ଦିନ ହେଲା ସାଧାରଣ ଲୋକଙ୍କୁ ହଇରାଣ କରି ଆସୁଛନ୍ତି। ଅସାମାଜିକ ଆନ୍ଦୋଳନକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ପିଡିପିପି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯିବ।

Ravenshaw University ପ୍ରଫେସରଙ୍କୁ ଦୁର୍ବ୍ୟବହାରକୁ ନେଇ ରେଭେନ୍ସାରେ ଅଧ୍ୟାପକ ଓ ଛାତ୍ରଙ୍କ ବିକ୍ଷୋଭ

ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ ଚାଳକ ମଞ୍ଚର ଦାବିକୁ ନେଇ ସରକାର ଏକ ଦର ନିର୍ଦ୍ଧାରଣ କରିବା ସହ ଚାର୍ଟ ପ୍ରସ୍ତୁତ ପାଇଁ କମିସନରଙ୍କୁ ‌ନି‌ର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଡ୍ରାଇଭର ଭାଇମାନେ ଅନ୍ୟର ପ୍ରରୋଚନାରେ ଆସି ଆଜି ଏଭଳି କାଣ୍ଡ ଭିଆଇଛନ୍ତି। ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
                     

Read Entire Article
LEFT SIDEBAR AD

Hidden in mobile, Best for skyscrapers.