ARTICLE AD BOX
ନୂଆଦିଲ୍ଳୀ: ୯୦ ବର୍ଷ ବୟସ... ସାଧାରଣତଃ ଏହି ବୟସରେ ଲୋକେ ଚାଲିବା ପାଇଁ ବାଡ଼ିର ସହାରା ନିଅନ୍ତି। କିନ୍ତୁ ଜାପାନର ଜଣେ ବୃଦ୍ଧ ଏବେ ବି ମଞ୍ଚ ଉପରେ ନିଜ ମାଂସପେଶୀର ଜଲୱା ଦେଖାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା, ତାଙ୍କ ଡାଏଟରେ ନାହିଁ ମାଂସ କିମ୍ବା ମାଛ। କେବଳ ସାଧାରଣ ଶାକାହାରୀ ଖାଦ୍ୟ ଖାଇ ୯୦ ବର୍ଷରେ ବି ଜିତୁଛନ୍ତି ବଡିବିଲ୍ଡିଂ ଚାମ୍ପିଅନସିପ୍। କିଏ ଏହି ବୃଦ୍ଧ ଏବଂ କଣ ତାଙ୍କ ଫିଟନେସ୍ର ରହସ୍ୟ... ବୟସ ୯୦... କିନ୍ତୁ ଶରୀର ଦେଖିଲେ ଲାଗେ ଯେମିତି ଜଣେ ଯୁବକ! ଜାପାନର ତୋଶିସୁକେ କାନାଜାୱା ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ। ନିଜର ୯୦ତମ ଜନ୍ମଦିନର ପରଦିନ ସେ ‘ଅଲ୍ ଜାପାନ ମାଷ୍ଟର୍ସ ଫିଟନେସ୍ ଚାମ୍ପିଅନସିପ୍’ର ୮୫ ବର୍ଷରୁ ଅଧିକ ବର୍ଗରେ ଟାଇଟଲ୍ ଜିତିଛନ୍ତି। ଏହା ତାଙ୍କର ୧୯ତମ ଜାତୀୟ ପୁରସ୍କାର ଯେଉଁ ବୟସରେ ଅନେକେ ଘରେ ବିଶ୍ରାମ ନେଉଥାନ୍ତି, ସେହି ବୟସରେ କାନାଜାୱା ଜିମ୍ରେ ଘଣ୍ଟା ଘଣ୍ଟା ଝାଳ ବୁହାଉଛନ୍ତି।
Doctors' warning: ଗ୍ଲୁଟାଥିଅନ୍ ଆଇଭି ଡ୍ରିପ୍କୁ ନେଇ ଡାକ୍ତରଙ୍କ ଚେତାବନୀ
ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ତାଙ୍କ ଖାଦ୍ୟ ଅଭ୍ୟାସ। ବହୁ ଦଶନ୍ଧି ଧରି ସେ ମାଂସ କିମ୍ବା ମାଛ ଖାଉନାହାନ୍ତି। ସକାଳେ ବ୍ରାଉନ୍ ରାଇସ୍, ନାଟୋ ଓ ମିସୋ ସୁପ୍ ଖାଉଥିବା ବେଳେ ଦିନ ଓ ରାତିରେ ମଧ୍ୟ ସାଧାରଣ ଶାକାହାରୀ ଭୋଜନ କରନ୍ତି। ଏହାସହ ଦିନକୁ ତିନିଥର ପ୍ରୋଟିନ୍ ଡ୍ରିଙ୍କ ପିଅନ୍ତି। ନା କୌଣସି ମହଙ୍ଗା ଡାଏଟ୍, ନା କୌଣସି ଚମତ୍କାରୀ ଔଷଧ... କେବଳ ନିୟମ, ଅନୁଶାସନ ଓ ନିଷ୍ଠା। କାନାଜାୱାଙ୍କ ଫିଟନେସ୍ ପଛରେ ରହିଛି ଏକ ଭାବପ୍ରବଣ କାହାଣୀ। ୩୪ ବର୍ଷ ବୟସରେ ସେ ବଡିବିଲ୍ଡିଂ ଛାଡ଼ିଦେଇଥିଲେ। କିନ୍ତୁ ୫୦ ବର୍ଷ ବୟସରେ ତାଙ୍କ ପତ୍ନୀ ଅସୁସ୍ଥ ହେବା ପରେ, ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୁଣି ଥରେ ଜିମ୍କୁ ଫେରିଥିଲେ। ଆଜି ପତ୍ନୀ ଏହି ଦୁନିଆରେ ନଥିଲେ ବି, ତାଙ୍କ ସ୍ମୃତି କାନାଜାୱାଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦେଉଛି। ୯୦ ବର୍ଷରେ ବି ତାଙ୍କ ସ୍ୱପ୍ନ ଶେଷ ହୋଇନାହିଁ। ହଲିଉଡ୍ ତାରକା ଆର୍ନୋଲ୍ଡ ସ୍ୱାର୍ଜେନେଗରଙ୍କ ସହ ଭେଟିବାକୁ ଚାହାଁନ୍ତି କାନାଜାୱା। ତାଙ୍କ କହିବା କଥା, ବୟସ କେବଳ ଏକ ସଂଖ୍ୟା। ଯଦି ମନରେ ଜିଦ୍ ଓ ଶରୀର ପାଇଁ ଶୃଙ୍ଖଳା ଥାଏ, ତେବେ ୯୦ ବର୍ଷରେ ବି ନୂଆ ଇତିହାସ ଲେଖାଯାଇପାରେ। ଆଉ ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ତୋଶିସୁକେ କାନାଜାୱା।

4 days ago
4


