Oil: ରୁଷ ତେଲ କିଣା ବନ୍ଦ ହେବନି: ସୀତାରମଣ

5 days ago 4
ARTICLE AD BOX

ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲ ଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ, ଭାରତ ସେଠାରୁ ତେଲ କିଣିବ। ସୀତାରମଣ କହିଛନ୍ତି, ଭାରତର ୧୪୦ କୋଟି ନାଗରିକଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ତେଲ ଯୋଗାଣର ଏକାଧିକ ଉତ୍ସ ରହିବା ଜରୁରୀ। ରୁଷରୁ ତେଲ ଆମଦାନି ବନ୍ଦ କରି ଅନ୍ୟ ଦେଶରୁ ତୁରନ୍ତ ସମାନ ପରିମାଣର ତେଲ ଆଣିବା ସହଜ କଥା ନୁହେଁ। ରୁଷ ବଦଳରେ ଅନ୍ୟ ଦେଶରୁ ଅଧିକ ତେଲ କିଣିଲେ ବିଶ୍ୱ ବଜାରରେ ତେଲ ଦର ଉପରେ ଚାପ ବଢ଼ିବ।

ରୁଷ ତେଲ କିଣା ବନ୍ଦ କଲେ ଆଉ ଏକ ସମସ୍ୟା ଦେଖାଦେବା ଆଶଙ୍କା ରହିଛି ବୋଲି ସୀତାରମଣ କହିଛନ୍ତି। ସେ କହିଲେ, ଦେଶର ବହୁ ‌ତୈଳ ବିଶୋଧନାଗାର ନିର୍ଦ୍ଦିଷ୍ଟ ପ୍ରକାରର ଅଶୋଧିତ ତୈଳ ପ୍ରକ୍ରିୟାକରଣ ପାଇଁ ନିର୍ମାଣ କରାଯାଇଛି। ତେଣୁ ଗୋଟିଏ ଦେଶର ତେଲ ବଦଳରେ ଅନ୍ୟ ଦେଶର ତେଲ ଆଣିବା ପୂର୍ବରୁ ତାହା ବିଶୋଧନାଗାର ପାଇଁ ଉପଯୁକ୍ତ କି ନୁହେଁ, ତାହା ମଧ୍ୟ ବିଚାରକୁ ନେବାକୁ ପଡ଼ିବ। ଗତ ଅଗଷ୍ଟରେ ଭାରତର ରୁଷ ତୈଳ ଆମଦାନି ଜୁଲାଇ ତୁଳନାରେ ୧୬.୫% ହ୍ରାସ ପାଇ ଦୈନିକ ପ୍ରାୟ ୨୧ ଲକ୍ଷ ବ୍ୟାରେଲରେ ପହଞ୍ଚିଛି। ଏହାସତ୍ତ୍ବେ ରୁଷ ଭାରତର ସର୍ବବୃହତ୍ ତୈଳ ଯୋଗାଣକାରୀ ରାଷ୍ଟ୍ର ହୋରହିଛି। ପ୍ରାରମ୍ଭିକ ତଥ୍ୟ ଅନୁସାରେ ସେପ୍ଟେମ୍ବରରେ ରୁଷ ତେଲ ଆମଦାନି ଦୈନିକ ୧୯ ଲକ୍ଷ ବ୍ୟାରେଲକୁ ହ୍ରାସ ପାଇବା ଆଶଙ୍କା ରହିଛି।। ଆମେରିକା ପକ୍ଷରୁ ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବା ଯୋଜନା ରହିଛି। ତାହାକୁ ଦୃଷ୍ଟିରେ ରଖି ଭାରତ ମାପିଚୁପି ଆଗକୁ ବଢ଼ୁଛି।

Resign: ମରୁଡ଼ି ତାଲିକାରେ ସ୍ଥାନ ପାଇଲାନି ନିର୍ବାଚନ ମଣ୍ଡଳୀ; ଇସ୍ତଫା ଦେଲେ କର୍ଣ୍ଣାଟକ କଂଗ୍ରେସ ବିଧାୟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.