Odisha: ଓଡ଼ିଶା ଏଫ୍‌ସିକୁ ଫେରିଲେ ନନ୍ଦକୁମାର

41 minutes ago 1
ARTICLE AD BOX

ଭୁବନେଶ୍ବର: ଇଷ୍ଟ୍‌ ବେଙ୍ଗଲ୍‌ ଏଫ୍‌ସିରୁ କିଛି ଦିନ ଖେଳିବା ପରେ ନନ୍ଦକୁମାର ଶେକର ଶୁକ୍ରବାର ଭୁବନେଶ୍ବର ଭିତ୍ତିକ ଆଇଏସ୍‌ଏଲ୍‌ ଦଳ ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌ (ଓଏଫ୍‌ସି)କୁ ଫେରିଛନ୍ତି। ତାଙ୍କ ସହ ଓଡ଼ିଶା ଏଫ୍‌ସି ଗୋଟିଏ ବର୍ଷ (୨୦୨୬-୨୭) ଲାଗି ଚୁକ୍ତି କରିଛି। ପୂର୍ବରୁ ଏହି ଭୁବନେଶ୍ବର କ୍ଲବ୍‌ରୁ ସେ ୪ ବର୍ଷ ଖେଳିଥିଲେ। ଏହି ସମୟ ମଧ୍ୟରେ ନନ୍ଦକୁମାର ୫୯ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଖେଳିଥିଲା ବେଳେ ୭ ଗୋଲ୍‌ କରିଥିଲେ ଏବଂ ୫ଟିରେ ସହଯୋଗ କରିଥିଲେ। 

ଭୁବନେଶ୍ବର କ୍ଲବ୍‌ରୁ ସେ ୪ ବର୍ଷ ଖେଳିଥିଲେ

୨୦୨୨-୨୩ ଋତୁରେ ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମ ଥର ଆଇଏସ୍‌ଏଲ୍‌ ପ୍ଲେଅଫ୍‌କୁ ଯୋଗ୍ୟତା ଅର୍ଜନ କରିବା ସହ ପ୍ରଥମ ଥର ଲାଗି ସୁପର କପ୍‌ ବିଜେତା ହୋଇଥିଲ। ଏହି ଆଇଏସ୍‌ଏଲ୍‌ ଋତୁରେ ସେ ୬ ଗୋଲ୍‌ କରିବା ସହ ଗୋଟିଏରେ ସହଯୋଗ କରିଥିଲେ। ସେ ମଧ୍ୟ ସୁପର୍‌ କପ୍‌ରେ ୪ ଗୋଲ୍‌ ଦେଇଥିଲେ। ଏହି ପ୍ରଦର୍ଶନ ଯୋଗୁଁ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୨୩ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଭାନୁଆତୁ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ଏହି ୱିଙ୍ଗର୍‌।

ଏସୀୟ କ୍ରୀଡ଼ା: ବାଦ୍‌ ପଡ଼ିଲେ ଅନୁ; ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଭାଗନେବେ ସାବ୍‌ଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.