ARTICLE AD BOX
ଭୁବନେଶ୍ବର: ୟୁଥ ସ୍ପୋର୍ଟସ କାଉନସିଲ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ନେପାଳରେ ଆୟୋଜିତ ଷଷ୍ଠ ଇଣ୍ଡୋ-ନେପାଳ ଅନ୍ତର୍ଜାତୀୟପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ନିଜ ଚମକ ଦେଖାଇନ୍ତି। ୟୁଥ ସ୍ପୋର୍ଟସ କାଉନସିଲ୍ ଅଫ୍ ଓଡ଼ିଶା ପକ୍ଷରୁ ଏହି ପ୍ରତିଯୋଗିତାରେ ଫୁଟ୍ବଲ୍ରେ ୭ ଓ ଟାଏକୋଣ୍ଡୋ ୧୨ ଜଣ ଖେଳାଳି ଭାଗନେଇଥିଲେ। ଜୟପୁର ଓ ଓଡ଼ିଶାର ଖେଳାଳି ଫୁଟ୍ବଲ୍ରେ ଭାଗ ନେଇ ବିଜେତା ହୋଇଥିଲେ।
ଆହୁରି ପଢନ୍ତୁ :Nepal floods: ନେପାଳ ବନ୍ୟା: ପ୍ରଥମ ଦେଶ ଭାବେ ୬୮ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶରୁ ବି ବଢ଼ିଲା ସହାୟତାର ହାତ
ସେହିଭଳି ଟାଏକୋଣ୍ଡୋରେ ଓଡ଼ିଶା ଖେଳାଳି ୮ ସ୍ବର୍ଣ୍ଣ ଓ ୪ ରୌପ୍ୟ ସହ ମୋଟ ୧୧ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ସାଲୋନୀ ପରିଡ଼ା, ଅଶ୍ବିନ କୁମାର ବେଉରା, ପ୍ରୀତିଶ ରଞ୍ଜନ ମାର୍ଥା, ପ୍ରିୟାଂଶୁ ପାଣ୍ଡେ, ସ୍ବରାଜ ମହାନ୍ତି, ଦିବ୍ୟଜ୍ୟୋତି ଦାସ, ଅଭିଷେକ ସାମଦ, ପରାଗ ସୁମନ ଦତ୍ତ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ସାଇ ଆରତି ସାହୁ, ସୋମେନ କୁମାର ଭୂୟାଁ, ଜଗନ୍ନାଥ ଜୀବନ ଦାଶ, ସାଇ ଶ୍ଲୋକ ଦାସ ରୌପ୍ୟ ପଦକ ପାଇଥିଲେ। ଟାଏକୋଣ୍ଡୋ ଦଳ ସହ ପ୍ରଶିକ୍ଷକ ଭାବେ ଜସ୍ମିନ ପରିଡ଼ା ଓ ପ୍ରତାପ ମାଝୀ ନେପାଳ ଗସ୍ତ କରିଥିଲେ।

1 hour ago
1


