ARTICLE AD BOX
ଦଶପଲ୍ଲା: ଜଙ୍ଗଲରେ ବାର୍ହା ଶିକାର ସାରି ଶିକାରୀମାନେ ଫେରୁଥିବା ବେଳେ ସେମାନଙ୍କୁ ଦଶପଲ୍ଲା ବନ ବିଭାଗର ଏକ ଟିମ୍ ଘେରାବନ୍ଦୀ କରି କାବୁ କରିବାରେ ସକ୍ଷମ ହୋଇଛି। ଏହି ଚଢ଼ାଉରେ ଏକ ଗୁଳିବଦ୍ଧ ବାର୍ହା ସହ ୩ଟି ଦେଶୀ ବନ୍ଧୁକ, ୧ଟି ଟାଙ୍ଗିଆକୁ ଜବତ କରିଥିବା ବେଳେ ୩ ଶିକାରୀଙ୍କୁ ଗିରଫ କରାଯାଇଛି।
4 Poachers Arrested ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ, ବନ୍ଧୁକ, ବିସ୍ଫୋରକ ଜବତ
ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଚଡ଼େୟାପଲ୍ଲୀ ସେକ୍ସନର କମ୍ପାଟମେଣ୍ଟ–୨ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗିରଫ ଶିକାରୀମାନେ ହେଲେ ଚଡ଼େୟାପଲ୍ଲୀ ପଞ୍ଚାୟତ ତାମୁଣ୍ତି ଗ୍ରାମର ସନ୍ତୋଷ ଜାନୀ (୨୨), ଅରକ୍ଷିତ ଜାନୀ (୩୫) ଓ ଭିରୁଡ଼ା ଗ୍ରାମର ଆରତ ଜାନୀ(୨୯)।
Similipal poachers arrested ଏଆଇ କ୍ୟାମେରାରେ ଧରିଲା ବେଆଇନ ଶିକାରୀ
ମିଳିଥିବା ସୂଚନା ଅନୁଯାୟୀ, ଏମାନେ ଘରେ ବନ୍ଧୁକ ରଖି ବିଭିନ୍ନ ସମୟରେ ଜଙ୍ଗଲରେ ପଶି ଶିକାର କରୁଥିବା ନେଇ ବନବିଭାଗ ପାଖରେ ସୂଚନା ରହିଥିଲା। ଯାହାକି ଗତକାଲି (ସୋମବାର) ଅପରାହ୍ଣରେ ଚଡ଼େୟାପଲ୍ଲୀ ସେକ୍ସନର ବନପାଳ ସନାତନ ସ୍ବାଇଁ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂ କରୁଥିବା ସମୟରେ କମ୍ପାଟମେଣ୍ଟ–୨ ଜଙ୍ଗଲରେ ଗୁଳିଶବ୍ଦ ଶୁଭିଥିଲା।
Leopard Found Dead ଶିକାରୀ ଫlସରେ ପଡ଼ି କଲରା ପତରିଆ ବାଘ ମୃତ, ଗଛ ଉପରୁ ମୃତଦେହ ଉଦ୍ଧାର
ଏହାପରେ କର୍ମଚାରୀ ମାନେ ଜଙ୍ଗଲକୁ ଘେରାବନ୍ଦୀ କରି ରଖିବା ସହ ଶିକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସନ୍ତୋଷ ଓ ଅରକ୍ଷିତ ଏକ ବାଡ଼ି ସାହାର୍ଯ୍ୟରେ ଗୁଳିବଦ୍ଧ ବାର୍ହାକୁ କାନ୍ଧ କରିଥିବା ବେଳେ ପଛରେ ଆରତ ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଟାଙ୍ଗିଆ ଧରି ଆସୁଥିଲେ। ବନ କର୍ମଚାରୀଙ୍କୁ ଦେଖି ଏମାନେ ଛତ୍ରଭଙ୍ଗ ଦେଉଥିବା ବେଳେ ସେମାନଙ୍କୁ କର୍ମଚାରୀ ମାନେ କାବୁ କରିବାରେ ସକ୍ଷମ ହୋଇଥିଲେ। ଯାହାକି ଏମାନେ ଦୀର୍ଘଦିନ ଧରି ଜଙ୍ଗଲରେ ପଶି ଶିକାର କରୁଥିବା ବନବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏପଟେ ଜବତ ବାର୍ହାଟି ଏକ ପୁରୁଷ ହୋଇଥିବା ବେଳେ ଏହାର ବୟସ ପ୍ରାୟ ଦେଢ଼ବର୍ଷ ହେବବୋଲି କୁହାଯାଇଛି। ପଶୁ ଚିକିତ୍ସକଙ୍କ ଦ୍ବାରା ଏହାକୁ ବ୍ୟବଛେଦ କରାଯାଇଛି। ଯାହାକି ବାର୍ହାର ପେଟରେ ଏକ ଗୁଳି ବାଜିଥିବା ଜଣାପଡ଼ିଛି। ବଡ଼କଥା ହେଉଛି ଦଶପଲ୍ଲା ଓ ଗଣିଆ ବନାଞ୍ଚଳ ଅଧୀନରେ ବିଭିନ୍ନ ସମୟରେ ଶିକାର ବୃଦ୍ଧିପାଇ ଚାଲିଥିବା ବେଳେ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

1 hour ago
1


