Odisha sports: ଓଡ଼ିଶା କ୍ରୀଡ଼ାର ପିପିପି ମଡେଲ୍

5 days ago 4
ARTICLE AD BOX

ତପନ ମହାରଣା

ବିଗତ କିଛି ବର୍ଷ ହେଲା ଓଡ଼ିଶା ଦେଶର କ୍ରୀଡ଼ା କ୍ଷେତ୍ରରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। କେବଳ ବଡ଼ ଷ୍ଟାଡିୟମ ତିଆରି କିମ୍ବା ଜାତୀୟ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନୁହେଁ, ବରଂ କ୍ରୀଡ଼ା ବିକାଶ ପାଇଁ ଏକ ଅଭିନବ ଘରୋଇ-ସରକାରୀ ସହଭାଗିତା (ପିପିପି) ମଡେଲ୍ ଗ୍ରହଣକରି। ଏହି ସହଭାଗିତାରେ ସରକାର, କର୍ପୋରେଟ୍ ସଂସ୍ଥା, କ୍ରୀଡ଼ା ସଂଗଠନ ଓ ଅନ୍ତର୍ଜାତୀୟ ପେସାଦାର ସଂସ୍ଥାଗୁଡ଼ିକୁ ଏକତ୍ରିତ କରି ଏପରି ଏକ ଇକୋସିଷ୍ଟମ ପ୍ରସ୍ତୁତ କରିଛି ଯାହାକି ଏଲିଟ୍‌ ଆଥଲେଟ୍‌ ସୃଷ୍ଟି କରିବା ସହ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ କ୍ରୀଡ଼ା କେନ୍ଦ୍ରରେ ପରିଣତ କରିଛି। କ୍ରିକେଟ୍‌କୁ ଛାଡ଼ିଦେଲେ, ପାରମ୍ପରିକ ଭାବେ ଆମ ଦେଶରେ କ୍ରୀଡ଼ାର ବିକାଶ ସରକାର ଉପରେ ନିର୍ଭରଶୀଳ ଥିଲା। ଘରୋଇ କମ୍ପାନିଙ୍କ ଭୂମିକା କେବଳ କିଛି କ୍ରୀଡ଼ାବିତ୍ କିମ୍ବା ପ୍ରତିଯୋଗିତାର ପ୍ରାୟୋଜକ ହେବାରେ ସୀମିତ ରହୁଥିଲା। କିନ୍ତୁ କ୍ରୀଡ଼ାର ଦୀର୍ଘକାଳୀନ ବିକାଶରେ କର୍ପୋରେଟ୍ ସଂସ୍ଥାମାନଙ୍କ ଭୂମିକା ନ ଥିଲା କହିଲେ ଚଳେ। ଏହି ଗତାନୁଗତିକ ଢାଞ୍ଚାରେ ପରିବର୍ତ୍ତନ ଆଣି କ୍ରୀଡ଼ା କ୍ଷେତ୍ରରେ ସରକାରୀ-ଘରୋଇ ସହଭାଗିତା ମଡେଲ୍ ଆରମ୍ଭ କରିଛି ଓଡ଼ିଶା। ଏହା ମାଧ୍ୟମରେ ସରକାର ଭିତ୍ତିଭୂମି, ନୀତିଗତ ଓ ପାଣ୍ଠି ସହାୟତା ଯୋଗାଉଥିବାବେଳେ କମ୍ପାନିମାନେ ବୈଷୟିକ ସହାୟତା, ପେସାଦାର ପରିଚାଳନା, କ୍ରୀଡ଼ା ବିଜ୍ଞାନ ଓ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ଯୋଗାଇବା ଆଦି ଦାୟିତ୍ବ ନିର୍ବାହ କରୁଛନ୍ତି। 

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

ଏହି ପିପିପି ମଡେଲ୍‌କୁ ଭିତ୍ତି କରି ରାଜ୍ୟରେ ବିଭିନ୍ନ କ୍ରୀଡ଼ା ପାଇଁ ଗଢି ଉଠିଛି ଉଚ୍ଚ ଦକ୍ଷତା କେନ୍ଦ୍ର ବା ହାଇପର୍ଫମାନ୍ସ ସେଣ୍ଟର (ଏଚପିସି)। ଏସବୁ କେନ୍ଦ୍ରଗୁଡ଼ିକ ଆଥଲେଟ୍‌ଙ୍କୁ କେବଳ ଅତ୍ୟାଧୁନିକ ଶୈଳୀରେ ପ୍ରଶିକ୍ଷଣ ନୁହେଁ, ବରଂ କ୍ରୀଡ଼ା ଚିକିତ୍ସା, ଫିଜିଓଥେରାଫି, ବାୟୋମେକାନିକ୍ସ, ପୁଷ୍ଟିସାଧନ, କ୍ରୀଡ଼ା ମନସ୍ତତ୍ତ୍ବ ଆଦି ସମନ୍ବିତ ସୁବିଧା ପ୍ରଦାନ କରୁଛନ୍ତି। ମୂଳ ଲକ୍ଷ୍ୟ ହେଉଛି ଆଥଲେଟ୍‌ଙ୍କୁ କେବଳ ସେମାନଙ୍କର ପ୍ରାକୃତିକ ପ୍ରତିଭା କିମ୍ବା ପାରମ୍ପରିକ ପ୍ରଶିକ୍ଷଣ ଭରସାରେ ନ ଛାଡ଼ି ବୈଜ୍ଞାନିକ ଉପାୟରେ ଓ ସୁବ୍ୟବସ୍ଥିତଭାବେ ଗଢି ତୋଳିବା। ଓଡ଼ିଶାରେ ଥିବା ଏଚପିସିଗୁଡ଼ିକ ମଧ୍ୟରୁ ଅଧିକାଂଶ ଭୁବନେଶ୍ବରସ୍ଥ କଳିଙ୍ଗ ଷ୍ଟାଡିୟମ ପରିସରରେ ରହିଛି। ସେସବୁ ମଧ୍ୟରେ ରହିଛି ଓଡ଼ିଶା ନାଭାଲ ଟାଟା ହକି ଏଚପିସି (ହକି), ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ଏଚପିସି (ଦୌଡ଼କୂଦ), ଓଡ଼ିଶା ଆଦିତ୍ୟ ବିର୍ଲା ଓ ଗଗନ ନାରଙ୍ଗ ଶୁଟିଂ ଏଚପିସି (ବନ୍ଧୁକଚାଳନା), ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏକାଡେମୀ (ବ୍ୟାଡମିଣ୍ଟନ୍), ଜେଏସଡବ୍ଲ୍ୟୁ ସୁଇମିଂ ଏଚପିସି (ସନ୍ତରଣ), ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚପିସି (ଜିମ୍ନାଷ୍ଟିକ୍ସ), କେଜେଏସ୍ ଆହ୍ଲୁୱାଲିଆ ଓ ଟେନଭିକ୍ ସ୍ପୋର୍ଟସ ଏଚପିସି (ଭାରୋତ୍ତଳନ), ଏଆଇଏଫ୍ଏଫ୍ ଏଚପିସି (ଫୁଟବଲ), ଓଡ଼ିଶା ଟେନିସ୍ ଏଚପିସି (ଟେନିସ୍), ଅଭିନବ ବିନ୍ଦ୍ରା ଏବିଟିପି ଏଚପିସି (କ୍ରୀଡ଼ା ବିଜ୍ଞାନ) ଏବଂ ଖେଲୋ ଇଣ୍ଡିଆ କେଆଇଏସସିଇ (ବହୁମୁଖୀ ଖେଳ) ।

ସରକାରୀ ଓ ଘରୋଇ କ୍ଷେତ୍ରର ଏହି ସହଭାଗୀତା ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିଛି। ବିଶ୍ବସ୍ତରୀୟ ଭିତ୍ତିଭୂମି ଓ ଅତ୍ୟାଧୁନିକ ପ୍ରଶିକ୍ଷଣ ସୁବିଧା ଫଳରେ ଓଡ଼ିଶା ଜାତୀୟ ସ୍ତରର ଆଥଲେଟ୍‌ଙ୍କୁ ଆକୃଷ୍ଟ କରିପାରିଛି। କେବଳ ଜାତୀୟ ବା ରାଜ୍ୟସ୍ତରୀୟ କ୍ରୀଡ଼ାବିତ୍ ନୁହେଁ, ରାଜ୍ୟର ତୃଣମୂଳସ୍ତରରେ ଥିବା କ୍ରୀଡ଼ା ପ୍ରତିଭାଗୁଡ଼ିକର ଚିହ୍ନଟ କରି ସେମାନଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ପ୍ରଦାନ ଦ୍ବାରା ସଫଳ କ୍ରୀଡ଼ାବିତ୍‌ ପରିଣତ କରାଯାଇପାରୁଛି। ବିଶେଷକରି ଓଡ଼ିଶାର ଆଦିବାସୀ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ସ୍ତରରେ ପହଞ୍ଚାବାରେ ଓଡ଼ିଶାର ଏହି କ୍ରୀଡ଼ା ମଡେଲ୍ କେତେକାଂଶରେ ସଫଳ ହୋଇଛି ବୋଲି କୁହାଯାଇପାରେ।

ହକିର ନୂଆ ଅନ୍ତୁଡ଼ିଶାଳ, ଓଡ଼ିଶା ନାଭାଲ୍‌ ଟାଟା ହକି ଏଚ୍‌ପିସି

କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ହକି ପ୍ରତିଭା ବିକାଶରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା ନାଭାଲ୍‌ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର। ୨୦୧୯ରେ ଟାଟା ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ ପ୍ରତିଷ୍ଠିତ ଏହି କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରତିଭାବାନ ହକି ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ଓ ପ୍ରତିଯୋଗିତାମୂଳକ ପରିବେଶ ଯୋଗାଇବା। ଆଧୁନିକ କୋଚିଂ, କ୍ରୀଡ଼ା ବିଜ୍ଞାନ, ଫିଟନେସ୍, ପୋଷଣ ଓ ମାନସିକ ପ୍ରସ୍ତୁତିକୁ ଏକାଠି କରି ଖେଳାଳିଙ୍କ ସାମଗ୍ରିକ ବିକାଶ ଉପରେ ଏଠାରେ ଗୁରୁତ୍ୱ ଦିଆଯାଉଛି।  ପ୍ରତିଭା ଚିହ୍ନଟ ପରେ ଖେଳାଳିଙ୍କୁ ଦୀର୍ଘମିଆଦୀ ଭିତ୍ତିରେ ଗଢ଼ି ତୋଳିବା ଏହି ଏଚପିସିର ମୁଖ୍ୟ ଲକ୍ଷ୍ୟ। 

Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି

ରାଜ୍ୟର ତୃଣମୂଳସ୍ତରରୁ ହକି ପ୍ରତିଭାମାନଙ୍କୁ ଚିହ୍ନଟ କରିବାକୁ ଏହି ଏଚ୍‌ପିସି ଏକ  ସୁସଂଗଠିତ ଓ ବୈଜ୍ଞାନିକ ପଦ୍ଧତି ଗ୍ରହଣ କରିଥାଏ। ପ୍ରଥମ ପର୍ଯ୍ୟାୟରେ ତୃଣମୂଳ ସ୍ତରରେ ଶିବିର ଆୟୋଜନ କରି ପ୍ରତିଭା ଚିହ୍ନଟ କରାଯାଏ। ଏଠାରେ ପିଲାମାନଙ୍କ ଶରୀରର ବେଗ, ଶକ୍ତି, ନମନୀୟତା ଆଦି ଗୁଣ ଦେଖାଯାଇଥାଏ। ଏସବୁ ଶିବିର ଓ ଏଚପିସି ମଧ୍ୟରେ ଏକ ବନ୍ଧ ଭାବେ କାମ କରିଥାଏ ତୃଣମୂଳ କେନ୍ଦ୍ର। ଟାଟାର ହକି ଓ ତୀରନ୍ଦାଜୀ ଏଚ୍‌ପିସି ଏବଂ ସ୍ପୋର୍ଟସ୍‌ କ୍ଲାଇମ୍ବିଂ ତାଲିମ କେନ୍ଦ୍ର ଲାଗି ସାରା ରାଜ୍ୟରେ ମୋଟ ୩୩ଟି ତୃଣମୂଳ କେନ୍ଦ୍ର ରହିଛି ଓ ସେଠାରେ ମୋଟ ୩୭୦୦ ଉଦୀୟମାନ ପ୍ରତିଭା ତାଲିମ ନେଉଛନ୍ତି। ଏସବୁ ତୃଣମୂଳ ଶିବିରଗୁଡ଼ିକରୁ ଚୟନ କରାଯାଇଥିବା ପିଲାମାନଙ୍କୁ ଉନ୍ନତ ଶାରୀରିକ ଓ ମାନସିକ ମୂଲ୍ୟାଙ୍କନ ପାଇଁ ଏଚ୍‌ପିସିକୁ ଆମନ୍ତ୍ରଣ କରାଯାଏ। ଏହି ବୈଜ୍ଞାନିକ ମୂଲ୍ୟାଙ୍କନ ଭିତ୍ତିରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ଉଚ୍ଚତର ତାଲିମ ଦିଆଯାଇଥାଏ। ଏଠାରୁ ଉନ୍ନତ ତାଲିମ ପାଇ ହକି ପ୍ରତିଭାମାନେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.