Odisha hockey: ଓଡ଼ିଶା ହକିକୁ ଅବହେଳା କରୁଛି ବିଜେପି ସରକାର: ବିଜେଡି

1 hour ago 1
ARTICLE AD BOX

ଭୁବନେଶ୍ୱର: ଜାତୀୟ ମହାସଂଘର ବାଇ-ଲ’ ପାଳନରେ ଘୋର ଅବହେଳା ଏବଂ ଜିଲ୍ଲା ସଂଘଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅଭିଯୋଗରେ ‘ହକି ଆସୋସିଏସନନ୍ ଅଫ୍‌ ଓଡ଼ିଶା’କୁ ହକି ଇଣ୍ଡିଆ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଏହି ପ୍ରସଙ୍ଗ‌ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେଡି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା। କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି ବୋଲି ଦଳ ପକ୍ଷରୁ ଆରୋପ ଲଗାଯାଇଛି। 

Neglect: ଟ୍ରାନ୍ସଫର୍ମର ପୋଡ଼ିବା ୪ ମାସ ବିତିଲା; ଅନ୍ଧାରରେ ଦହଗଞ୍ଜ ଗୁହିଆଶାଳ ଜୁଆଙ୍ଗ

ପୂର୍ବ ସରକାରରେ ଶିଖର ଛୁଇଁଥିଲା ଓଡ଼ିଶା ହକି
ଓଡ଼ିଆ ଅସ୍ମିତାକୁ ରକ୍ଷା କରିବାକୁ ଭୁଲିଗଲେଣି ରାଜ୍ୟ ସରକାର

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ପୂର୍ବ ସରକାରଙ୍କ ସମୟରେ ନିରନ୍ତର ପ୍ରୟାସ ଫଳରେ ହକିରେ ଓଡ଼ିଶା, ସମଗ୍ର ଭାରତରେ ଶିଖରରେ ପହଞ୍ଚିଥିଲା। ଓଡ଼ିଶାରେ ଦୁଇ ଥର ହକି ବିଶ୍ୱ କପ୍ ଆୟୋଜନ କରାଯାଇଥିଲା। ହକି ଖେଳର ଉନ୍ନତି ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ନୂତନ ଷ୍ଟାଡିୟମ୍ ନିର୍ମାଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଗତ ଅଢ଼େଇ ବର୍ଷ ମଧ୍ୟରେ ଓଡ଼ିଶା ହକି ନିଜ ପରିଚୟ ହରାଇଛି। ଓଡ଼ିଶାରେ ହକି ଏକ ଭାବନା। ତାହାକୁ ବିଜେପି ସରକାର ଭୁଲି ଯାଇଛନ୍ତି। ଗତ ଅକ୍ଟୋବର ୬ ତାରିଖରେ ହକି ଇଣ୍ଡିଆର ସାଧାରଣ ପରିଷଦ ବୈଠକ ପରେ ଓଡ଼ିଶା ହକି ସଂଘକୁ ହକି ଇଣ୍ଡିଆ ଆସୋସିଏସନ୍ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଓଡ଼ିଶା ହକିର ମାନ୍ୟତା ‘ସ୍ଥାୟୀ ସଦସ୍ୟ’ରୁ ‘ସହଯୋଗୀ ସଦସ୍ୟ’କୁ ପୁନଃ ନବୀକରଣ କାହିଁକି କରାଯିବ ନାହିଁ ବୋଲି ଏଥିରେ ପଚରାଯାଇଛି।  ଜାତୀୟ ମହାସଂଘର ବାଇ-ଲ (ନିୟମାବଳୀ) ପାଳନରେ ଅବହେଳା ସମ୍ପର୍କରେ ତାଗିଦ କରାଯାଇଛି। ଓଡ଼ିଶା ହକି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବିଜେପି ସରକାରଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ଲଜ୍ଜିତ ହେଉଛି। ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଗଲେଣି କି ? ଓଡ଼ିଶାର ହକି ପରିଚୟ ଦିନକୁ ଦିନ ନିମ୍ନଗାମୀ ହେଉଥିବା ବେଳେ ତାହାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ।

Horoscope 2026 October 13: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.