'Odisha Food Pro' today: ‘ଓଡ଼ିଶା ଫୁଡ୍‌ ପ୍ରୋ’ ଆଜି: ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

1 week ago 5
ARTICLE AD BOX

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ୭ ଓ ୮ ତାରିଖରେ ଶିଳ୍ପ ବିଭାଗ ପକ୍ଷରୁ ହେବାକୁ ଥିବା ନିବେଶକ ସମ୍ମିଳନୀ ‘ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬’ରେ ସେ ଯୋଗ ଦେବେ। ଗସ୍ତ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ ଓ ଇସ୍ପାତ, କଞ୍ଜ୍ୟୁମର ପ୍ରଡକ୍ଟସ୍‌, ରିଫାଇନାରି ଆଦି କ୍ଷେତ୍ରରେ ନିବେଶ ପାଇଁ ନାଲ୍‌କୋ, ହାୟର୍ ଇଣ୍ଡିଆ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍‌ ଓ ଜିନ୍ଦଲ ଷ୍ଟିଲସ୍ ପରି ଅନେକ ଉଦ୍ୟୋଗ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ମଧ୍ୟ ସ୍ୱାକ୍ଷର ହେବ।

Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶାକୁ ଦେଶର ଅଗ୍ରଣୀ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆମ ସରକାର ବଦ୍ଧପରିକର। ଆମର ଏହି ପ୍ରୟାସ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ କହିଛନ୍ତି ଯେ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ରହିଥିବା ସମ୍ଭାବନାକୁ ଜାତୀୟ ମଞ୍ଚରେ ଉପସ୍ଥାପନ କରିବା ପାଇଁ ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬ ହେଉଛି ଏକ ଐତିିହାସିକ ଅଭିଯାନ। ଗୁଣାତ୍ମକ ପୁଞ୍ଜିନିବେଶ ହାସଲ, ଚାଷୀ ଓ ଉଦ୍ୟୋଗୀଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଏହି ଗସ୍ତରେ ଅଗ୍ରଣୀ ଉଦ୍ୟୋଗପତି ଓ ପ୍ରତିଷ୍ଠିତ କମ୍ପାନିମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିବେ। ଓଡ଼ିଶା ପ୍ରତିନିଧି ଦଳ ଗ୍ରେଟର ନୋଏଡାର କିଛି କାରଖାନା ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍‌ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.