Odisha DGP: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସମସ୍ତ ପକ୍ଷ ଯୁକ୍ତି ରଖିଲେ, ଆଜି ଶୁଣାଣି

5 days ago 6
ARTICLE AD BOX

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି। ଆଜି ସମସ୍ତ ପକ୍ଷ ଯୁକ୍ତି ରଖିଲା ପରେ ଶୁଣାଣି ଆସନ୍ତାକାଲି ଜାରି ରହିବ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି। ଆଜିର ଶୁଣାଣିରେ ବରିଷ୍ଠ ଆଇପିଏସ୍‌ ଅଫିସର ସୁଶାନ୍ତ ନାଥଙ୍କୁ ଡିଜିପି ଚୟନ ତାଲିକାରୁ ବାଦ ଦିଆଯିବା ପ୍ରସଙ୍ଗ ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲା। ଏହାକୁ ନେଇ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ ଏବଂ ସୁଶାନ୍ତ ନାଥଙ୍କ ଓକିଲ କରୁଣା ନନ୍ଦୀ ପକ୍ଷ ରଖିଥିଲେ। 

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

ଚିଦମ୍ବରମ୍ ଯୁକ୍ତି ଦର୍ଶାଇଥିଲେ ଯେ, ଜୋନ୍ ଅଫ୍ କନ୍‌ସିଡରେସନ୍ସ (ଡିଜିପି ନିଯୁକ୍ତି ପାଇଁ ବିଚାର ପରିସର ତାଲିକା)ର ପରିବର୍ତ୍ତନ କରାଯାଇ ସୁଶାନ୍ତ କୁମାର ନାଥଙ୍କୁ ବାଦ୍‌ ଦେଇ ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କ ନାଁ  ୟୁପିଏସ୍‌ସିଙ୍କ ନିକଟକୁ ପଠାଯାଇଥିବା ତାଲିକାରେ କିପରି ଓ କାହିଁକି ସାମିଲ କରାଯାଇଥିଲା? ଅନ୍ୟପଟରେ କରୁଣା ନନ୍ଦୀ ମଧ୍ୟ ଶ୍ରୀ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ (ସଚ୍ଚୋଟତା ପ୍ରମାଣପତ୍ର) ଅଟକାଇ ରଖାଯିବା କାରଣକୁ ନେଇ ପ୍ରଶ୍ନ କରିଥିଲେ। ଏହି ନିଷ୍ପତ୍ତି କୌଣସି ପ୍ରାସଙ୍ଗିକ ତଥ୍ୟ ଓ ଉପଯୁକ୍ତ ବିଚାରବିମର୍ଶ ଆଧାରରେ ନିଆଯାଇଥିଲା କି ନାହିଁ, ସେ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଶ୍ରୀ ନାଥଙ୍କ ପ୍ରାଶାସନିକ ପଦପଦବିରେ ଉଲ୍ଲେଖନୀୟ ସେବା ରେକର୍ଡ ପ୍ରମାଣପତ୍ର ରହିଥିବା ବେଳେ ତାଙ୍କୁ କାହିଁକି ତାଲିକାରୁ ବାଦ୍‌ ଦିଆଯାଇଥିଲା ଏବଂ ସେହି ପ୍ରମାଣପତ୍ର କାହିଁକି ଅଟକାଇ ରଖାଯାଇଥିଲା ବୋଲି ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ଅନ୍ୟ ପକ୍ଷରେ ସଲିସିଟର ଜେନେରାଲ୍ ତୁଷାର ମେହଟ୍ଟା ଡିଜିପି ଏମ୍‌ପ୍ୟାନେଲମେଣ୍ଟ (ତାଲିକା ପ୍ରସ୍ତୁତି) ପ୍ରକ୍ରିୟାରେ କୌଣସି ଅନିୟମିତତା ଓଡ଼ିଶା ସରକାର କରିନାହାନ୍ତି।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

ଡିଜିପି ନିଯୁକ୍ତି ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇଛି ବୋଲି ଖଣ୍ଡପୀଠଙ୍କୁ କହିବା ସହିତ ନିଜର ଲିଖିତ ଯୁକ୍ତି ମଧ୍ୟ ଦାଖଲ କରିଛନ୍ତି। ଆମିକସ୍ କ୍ୟୁରି ମଧ୍ୟ ଡିଜିପି ଏମ୍‌ପ୍ୟାନେଲମେଣ୍ଟ୍‌ ପ୍ରକ୍ରିୟା ଏବଂ ଆଇନଗତ ନିୟମ ସମ୍ପର୍କରେ ଯୁକ୍ତି ଓ ମତ ନିଜ ରିପୋର୍ଟରେ ପ୍ରଦାନ କରି ରାଜ୍ୟ ସରକାରଙ୍କର କେତେକ ସମ୍ବେଦନଶୀଳ ଦିଗକୁ ଦର୍ଶାଇଛନ୍ତି। ଆସନ୍ତାକାଲିର ଶୁଣାଣିରେ ଖଣ୍ଡପୀଠ ଯୋଗ୍ୟତା ଓ ତାଲିକାରେ କରାଯାଇଥିବା ପରିବର୍ତ୍ତନ, ମୂଳ ତାଲିକା ଦାଖଲ ହେବା ପରେ ଡିଜିପି ପଦକୁ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କୁ ତାଲିକାରେ ସାମିଲ କରାଯିବା, ବରିଷ୍ଠ ଆଇପିଏସ୍ ଅଧିକାରୀ ଶ୍ରୀ ନାଥଙ୍କୁ ତାଲିକାରୁ ବାଦ୍‌ ଦିଆଯିବା, ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ଅଟକାଇ ରଖାଯିବା ଏବଂ ଡିଜିପି ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ହୋଇଛି କି ନାହିଁ ତାହାର ଶୁଣାଣି କରି ନିଜର ନିର୍ଦ୍ଦେଶ ଦେବେ ବୋଲି ଆଶା କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.