Odisha at UAE ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ୟୁଏଇରେ ‘ଦୁବାଇ ରୋଡ୍‌ସୋ’, ୪୦୦ ନିବେଶକ ଓ ବ୍ୟବସାୟୀଙ୍କ ଯୋଗଦାନ

21 minutes ago 1
ARTICLE AD BOX

ଦୁବାଇ/ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତି ୟୁଏଇର ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦୁବାଇ ରୋଡ୍‌ସୋର ଆୟୋଜନ କରାଯାଇଛି। 

Odisha CM in UAE ଆବୁଧାବିରେ ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ୍ ବୈଠକ

ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬  ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏଲଏନଜି  ଷ୍ଟୋରେଜ୍, ଗ୍ରୀନ୍ ଏନର୍ଜି,  କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର, ରେୟାର୍ ଆର୍ଥ୍, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରସାୟନ, ହାଉସିଂ, ଷ୍ଟିଲ୍ ଓ ଡାଉନଷ୍ଟ୍ରିମ୍ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା ।

Odisha-UAE Business ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସେପ୍ଟେମ୍ବର ୯ରୁ ୟୁଏଇ ନିବେଶକଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ  ସ୍ପିଡ୍, ସର୍ଟନିଟି ଆଣ୍ଡ ଏକ୍ଜିକ୍ୟୁସନ( ଶୀଘ୍ର, ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ) ନୀତି ଉପରେ ଗୁରୁତ୍ୱ ଦେଇ ନିବେଶକମାନଙ୍କୁ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ସରକାରୀ ସହଯୋଗର ଆଶ୍ୱାସନ ଦେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଓ ୟୁଏଇର ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିଲେ । ଦୁବାଇ ରୋଡ୍‌ଶୋ ଓଡ଼ିଶା-ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି, ପ୍ରଯୁକ୍ତି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.