BRICS Summit 2026: ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦୀ-ପୁଟିନଙ୍କ ମଧ୍ୟରେ ୪୫ ମିନିଟ୍ ଆଲୋଚନା

21 minutes ago 1
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶୁକ୍ରବାର ଭାରତ ମଣ୍ଡପମରେ ପ୍ରାୟ ୪୫ ମିନିଟ୍ ଧରି ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପୂର୍ବରୁ ମୋଦୀ ପୁଟିନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ ଓ ତାମିଲ କବି ତିରୁଭଲ୍ଲୁରଙ୍କ ପ୍ରସିଦ୍ଧ କୃତି ‘ତିରୁକ୍କୁରାଲ’ର ରୁଷୀୟ ଅନୁବାଦ ପ୍ରଦାନ କରିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନ ପୁଣି ଥରେ ଗୋଟିଏ କାରରେ ଏକାଠି ଇନୋପ୍ରୋମ୍ ପ୍ରଦର୍ଶନୀକୁ ଯାତ୍ରା କରିଥିଲେ, ଦୁଇ ନେତା ଚତୁର୍ଥ ଥର ପାଇଁ ଗୋଟିଏ କାର୍‌ରେ ଯାତ୍ରା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହାର ବିବରଣୀ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ରିପୋର୍ଟ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ହେବାର ସମ୍ଭବନା ରହିଛି। ଭାରତ ରାଡାରରୁ ସୁରକ୍ଷା ପାଇପାରୁଥିବା ସୁଖୋଇ-୫୭ ଲଢ଼ୁଆ ବିମାନ କିଣିପାରେ। ରୁଷ୍‌ ଏହାକୁ ନିର୍ମାଣ ଓ ଆବଶ୍ୟକୀୟ ପ୍ରଯୁକ୍ତିବିଦ୍ୟା ଅଂଶୀଦାର କରିବାକୁ ପ୍ରସ୍ତାବ ଦେଇଛି। ସୁଖୋଇ-୫୭ ଏକ ଉନ୍ନତ ଗୁପ୍ତ ଯୁଦ୍ଧ ବିମାନ।

West Asia War: ହୁତିଙ୍କ ଉପରେ ଆମେରିକା ଆକ୍ରମଣ କରୁ ବୋଲି ସାଉଦି ଆରବ ଚାହୁଥିଲା!

୨୦୩୦ ସୁଦ୍ଧା ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରିବା,ଇନ୍ଧନ, ୟୁକ୍ରେନ୍‌ ଯୁଦ୍ଧ ସମାପ୍ତି, ପ୍ରତିରକ୍ଷା, ଶକ୍ତି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ବୈଠକରେ ଆଲୋଚନା ହୋଇଥାଇପାରେ। ଗତ ସପ୍ତାହରେ ବିସ୍‌କେକରେ ଅନୁଷ୍ଠିତ ସାଂଘାଇ ସହଯୋଗ ସମ୍ମିଳନୀ ଅବସରରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ୍‌ ଯୁଦ୍ଧର ତୁରନ୍ତ ସମାପ୍ତି ପାଇଁ ଆହ୍ୱାନ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.