Bank Employees Protest ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ, ୫ ଦିନ ବ୍ୟାଙ୍କ୍‌ ଛୁଟି ନେଇ ଚିନ୍ତାରେ ଗ୍ରାହକ

20 minutes ago 1
ARTICLE AD BOX

ଭଦ୍ରକ(ହରିହର ନାୟକ): ଦରମା ସଂଶୋଧନ ଆଦି ଦାବିରେ  ଆଜି (ଶୁକ୍ରବାର) ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନର ଡାକରାରେ ଭଦ୍ରକର ବିଭିନ୍ନ ବ୍ୟାଙ୍କର କାର୍ମଚାରୀମାନେ କାର୍ଯ୍ୟବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ବ୍ୟାଙ୍କ କାରବାର ବନ୍ଦ ହୋଇଥିବା ବେଳେ ମାସର ଦ୍ବିତୀୟ ଶନିବାର, ରବିବାର, ନୂଆଖାଇ, ଗଣେଶପୂଜା ଆଦିକୁ ମିଶାଇ ୫ ଦିନ ଛୁଟି ରହୁଥିବାରୁ ଗ୍ରାହକମାନେ ଚିନ୍ତାରେ ଅଛନ୍ତି। 

Bank Employees’ Strike: ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ଗ୍ରାହକ ହନ୍ତସନ୍ତ ଲଗାତାର ୫ ଦିନ ବ୍ୟାଙ୍କିଂ ସେବା ପ୍ରଭାବିତ ହେବା ଆଶଙ୍କା

ଆଜି ଭଦ୍ରକ ବ୍ୟାଙ୍କ କୋଅଡିନେସନ କମିଟି ଅଫ୍ ୟୁନିୟନ ବ୍ୟାନରରେ ଭଦ୍ରକର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ର କର୍ମଚାରୀମାନେ ଯୋଗ ଦେଇଥିଲେ।  ଅପର୍ତିବିନ୍ଧା ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଆନ୍ଦୋଳନରେ କନଭିନର ଜଗନ୍ନାଥ ରାଉତ୍, ସଭାପତି ପାର୍ଥସାରଥି ମହାନ୍ତି, ଜୋନାଲ ସଂପାଦକ ସତ୍ୟଜିତ ଜେନା, ଅର୍ଗାନାଇଜେସନ୍ ସଂପାଦକ ସ୍ବରାଜ ବେହେରା, ଆଞ୍ଚଳିକ ସଂପାଦକ ଅଶୋକ ନାଥ, ଆଂଚଳିକ ସଂପାଦକ ସୋମନାଥ ମିଶ୍ର, ପିଏନବି ସଂଘର ପ୍ରମୋଦ ବାରିକ,  ନଳିନୀ ନାୟକ, ଏସବିଆଇ ସଂଘର ପ୍ରଶାନ୍ତ ସାହୁ , ତ୍ରୀଷ୍ଣାରାଣୀ ନାୟକ, ରୂପେଶ ସିରକା, ସୁଦିପ ଭୋଇ, ଜୟନ୍ତ ବେହେରା,  କବିତା ନାଥ , ଗାୟତ୍ରୀ ମଇକାପ,  ପ୍ରଭାତ ନାୟକ, ଗୌରାଙ୍ଗ ପୋଥାଳ,   ରାଜଶ୍ରୀ ମିଶ୍ର,  ସୀତା ମାରଣ୍ଡି, ସୁଶାନ୍ତ ଦାସ,  ଅର୍ଜୁନ ବେହେରା, କୁଞ୍ଜ ବିହାରୀ,  ରାମଚନ୍ଦ୍ର ନାୟକ, ମନୋରଞ୍ଜନ ପଣ୍ଡା, ପ୍ରହ୍ଲାଦ ପ୍ରଧାନ,  ଚନ୍ଦ୍ରମଣି ନାୟକ, ଅନିରୁଦ୍ଧ ଶିଅଳ, ରବିନ୍ଦ୍ର ପୃଷ୍ଟି, ଫକୀର ତିଆଡି, ବିନୋଦ ବିହାରୀ ସିଂ ,ଇପିସ୍ମିତା ପଣ୍ଡା, ଇତିସ୍ମିତା ଦେବଦର୍ଶନୀ , ଲକ୍ଷ୍ମୀଧର ଗୋଛୟତ ,ଗୌତମ ଜେନା , ଶଙ୍କର୍ଷଣ ବେହେରା ପ୍ରମୁଖ ଶତାଧିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।

Bank: ଦିନିକିଆ ବ୍ୟାଙ୍କ ଧର୍ମଘଟ ଆଜି

ଆବାହକ ଜଗନ୍ନାଥ ରାଉତ କହିଛନ୍ତି, ମାର୍ଚ୍ଚ ୨୦୨୪ରେ ବ୍ୟାଙ୍କ ୟୁନିୟନ ସହିତ   ସରକାରଙ୍କ ସହ  ଦରମା ସଂଶୋଧନ ଓ ଅନ୍ୟାନ୍ୟ  ଦାବି ସମ୍ବଳିତ  ମିଳିତ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ରାଜିନାମା କାର୍ଯ୍ୟକାରୀ ନହୁଏ ତେବେ ଆଗାମୀ ସେପ୍ଟେମ୍ବର ୨୮ ରୁ ୩୦  ପର୍ଯ୍ୟନ୍ତ  ତିନିଦିନ     ଆନ୍ଦୋଳନ କରିବାକୁ ଡାକରା ଦିଆଯାଇଛି । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.