‘Odisha-50’ in Cuttack: କଟକରେ ‘ଓଡ଼ିଶା-୫୦’: ‘ମହିଳାମାନେ ବଡ଼ ସ୍ବପ୍ନ ଦେଖନ୍ତୁ, କିଛି ବି ଅସମ୍ଭବ ନୁହେଁ’

1 hour ago 1
ARTICLE AD BOX

କଟକ: ମହିଳାମାନେ ବଡ଼ ସ୍ବପ୍ନ ଦେଖନ୍ତୁ। କିଛି ବି ହାସଲ କରିବା ଅସମ୍ଭବ ନୁହେଁ। ମହିଳାମାନେ ନିଜକୁ ଦୁର୍ବଳ ନ ଭାବି ଆତ୍ମବିଶ୍ବାସର ସହ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ। ‘ସମ୍ବାଦ’ ପକ୍ଷରୁ କଟକର ସାରଳା ଭବନରେ ଆୟୋଜିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ଉଦ୍ୟୋଗୀମାନଙ୍କୁ ଅତିଥିମାନେ ଏଭଳି ଆହ୍ବାନ ଦେଇଛନ୍ତି। 

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମହିଳାମାନଙ୍କୁ ଉଚ୍ଚାଭିଳାଷୀ ହେବାର ସ୍ବପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ। ସ୍ବପ୍ନ ଦେଖିବା ପାଇଁ କୌଣସି ବୟସ ନଥାଏ। ହେଲେ ସବୁ ବେଳେ ବଡ଼ସ୍ବପ୍ନ ଦେଖିବା ସହିତ ତାହାକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ସୋଫିଆ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଯୁବ ଶିଳ୍ପଦ୍ୟୋଗୀ ଏସ୍‌ପିଡି ଇଣ୍ଟରନ୍ୟାସନାଲ୍‌ର ନିର୍ଦ୍ଦେଶକ ସୁଶ୍ରୀ ସଂଗୀତା ଦାସ କହିଥିଲେ ଯେ ଜଣେ ମହିଳାଙ୍କ ସଫଳତା ପଛରେ ସେହି ମହିଳାଜଣଙ୍କର ଆତ୍ମବିଶ୍ବାସ ହିଁ ରହିଥାଏ। ମହିଳାମାନେ ବ୍ୟବସାୟ କ୍ଷେତ୍ର‌ରେ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିଲେ ବି ଦୃଢ ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିବା ଆବଶ୍ୟକ। ଅନ୍ୟତମ ସମ୍ମାନିତ ଅତିଥି ସ୍ବୟଂଶ୍ରୀ ମହିଳା ସମବାୟ ସମିତିର ସଭାପତି ପୂର୍ଣ୍ଣିମା ସିଂହ କହିଛନ୍ତି ଯେ ମହିଳାମାନେ ଦକ୍ଷତା, ଆର୍ଥିକ ସହାୟତା, ବଜାରରେ ବିକ୍ରୟ, ସଂଗଠିତ ଓ ଡିଜିଟାଲ୍‌ ମିଡିଆରେ ବିକ୍ରୟ ଭଳି ୫ଟି ଦିଗକୁ ଧ୍ୟାନ ଦେଲେ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ। ଜଣେ ମହିଳା ସ୍ବାବଲମ୍ବୀ ହୋଇ ଅନ୍ୟ ୧୦ଜଣଙ୍କୁ ରୋଜଗାର ଦେବାକୁ ସେ ପରାମର୍ଶ ଦେଇଥିଲେ।

Dead: ଅଖିଳେଶଙ୍କ ସ୍ୱାଗତ ପାଇଁ ଆସିଥିବା ଜେସିବି ଧକ୍କାରେ ବିଜେପି ନେତାଙ୍କ ପୁଅ ମୃତ

କାର୍ଯ୍ୟକ୍ରମରେ ଯୋଗଦେଇ ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ ଯେ ବିକଶିତ ଓଡ଼ିଶାରେ ମହିଳାମାନଙ୍କର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ ତା’ ଠାରୁ ଅଧିକ ପ୍ରେରଣାଦାୟୀ ସେମାନଙ୍କର ସଫଳତା ଓ ସଂପୃକ୍ତି। ମହିଳାମାନେ ସବୁବେଳେ ନିଜର ଅଭିଜ୍ଞତାକୁ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ବଡ଼ ସ୍ବପ୍ନ ଦେଖନ୍ତୁ, ନିଜ ଉପରେ ଆତ୍ମବିଶ୍ବାସ ରଖନ୍ତୁ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ନିଜର ଅଧ୍ୟକ୍ଷ ଅଭିଭାଷଣରେ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ମହିଳାମାନେ ସଶକ୍ତ ହେବା ପାଇଁ ପ୍ରଥମେ ଶିକ୍ଷିତ ହେବା ଆବଶ୍ୟକ। ଘରର ମୁଖ୍ୟ ରୋଜଗାରକ୍ଷମ ହୋଇଥିଲା ବେଳେ ମହିଳାମାନେ ସେଥିରେ ହାତ ମିଳାଇଲେ ତାହା ହିଁ ପ୍ରକୃତ ଡବଲ୍‌ ଇଞ୍ଜିନ ହେବ। ଯଦି ମହିଳାମାନେ ସେ ଧାରାରେ ଆଗକୁ ଯିବାକୁ ଚେଷ୍ଟା କରିବେ ତାହେଲେ ସେମାନଙ୍କଠୁ ଆଉ କେହି ଅଧିକ ଶକ୍ତିଶାଳୀ ହୋଇପାରିବେନି। ମହିଳାମାନଙ୍କୁ ‘୫-ମ’ର ମନ୍ତ୍ର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମା’, ମାଟି, ମାତୃଭାଷାର ସୁରକ୍ଷା, ମୋବାଇଲ୍‌ର ସଦବ୍ୟବହାର ଓ ମଦମୁକ୍ତ ଓଡ଼ିଶା ଗଠନ ଦିଗରେ ଯଦି ମହିଳାମାନେ ନିଜ ପରିବାରକୁ ସଂପୃକ୍ତ କରିବାର ପ୍ରୟାସ କରିବେ ତେବେ ବିକଶିତ ଓଡ଼ିଶା ଗଠନରେ ଅଧିକ ବାଧକ ରହିବନି। 

Judgement: କେବଳ ନିର୍ବାଚନ ଲଢ଼ିବାକୁ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ମିଳିବନି: ସୁପ୍ରିମ୍‌କୋର୍ଟ

କାର୍ଯ୍ୟକ୍ରମରେ ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ଡିଜିଏମ୍‌ ତଥା କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ସ୍ବାଗତ ସମ୍ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଆମୱେର ସନ୍ଧ୍ୟାରାଣୀ ସାହୁ, ଯୋଗମାୟା ରାୟ ଓ ଲକ୍ଷ୍ମୀ ଟିଭିଏସ୍‌ର ଶିବାନୀ ଶକ୍ତିରୂପା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବାଦର ବରିଷ୍ଠ ପ୍ରତିନିଧି ଜ୍ୟୋତିପ୍ରକାଶ ମହାପାତ୍ର ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲା ବେଳେ ବିଜ୍ଞାପନ ବିଭାଗର ବରିଷ୍ଠ ପ୍ରବନ୍ଧକ ସିଦ୍ଧାର୍ଥ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଫାଲକନ୍‌ ଗ୍ରୁପ୍‌, ଆମ‌ୱେ, ଜେନେରାଲି ସେଣ୍ଟ୍ରାଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ, ଏମ୍‌ଜିଏମ୍‌ ଆର୍‌ଏଲ୍‌ ଫାଉଣ୍ଡେସନ୍‌, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌, ଲକ୍ଷ୍ମୀ ଟିଭିଏସ୍‌, ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌, ରୁଚି ମସଲା ପ୍ରମୁଖ ସହଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.