Odisha 2nd Flood: ବନ୍ୟାରେ ୬ ଜିଲ୍ଲାରେ ୮ଲକ୍ଷ ଲୋକ ପ୍ରଭାବିତ, ଦୁଃସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ

1 hour ago 3
ARTICLE AD BOX

୧୨୬ ଗାଁ ଜଳମୟ, ୯୪୧ଟି ଘର ଭାଙ୍ଗିଛି

୪୨,୨୧୬ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଛି

ଭୁବନେଶ୍ବର:  ଲଘୁଚାପ ଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ସୋମବାର ଅପରାହ୍‌ଣ ସୁଦ୍ଧା ବନ୍ୟାରେ ୬ଟି ଜିଲ୍ଲାରେ ୬୬ଟି ବ୍ଲକର ୪୪୮ଟି ଗ୍ରାମପଞ୍ଚାୟତର ୧୩୦୪ଟି ଗାଁ, ୧୦ଟି ପୌରାଞ୍ଚଳର ୬୪ଟି ୱାର୍ଡ ପ୍ରଭାବିତ ହୋଇଛି। ଏଥିରେ ମୋଟ୍ ୭,୮୫,୧୯୯ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଏହି ବନ୍ୟାରେ କାହାରି  ମୃତ୍ୟୁ ହୋଇନଥିବା ସ୍ବତନ୍ତ୍ର ରିଲିଫ କମିସନରଙ୍କ(ଏସ୍‌ଆର୍‌ସି) କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

CM in Flood area1

ବୈତରଣୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ସାଳନ୍ଦୀ ନଦୀରେ ବନ୍ୟା ଯୋଗୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତଙ୍କୁ ଯେପରି ଶୁଖିଲା ଓ ରନ୍ଧା ଖାଦ୍ୟ ସୁବିଧାରେ ଯୋଗାଇ ଦିଆଯିବ ସେଥିପାଇଁ ୬ଟି ଜିଲ୍ଲାରେ ୫୩୧ଟି ରିଲିଫ କେନ୍ଦ୍ର ଖୋଲିଛି। ଲୋକଙ୍କୁ ଉଦ୍ଧାର ପାଇଁ ୬ଟି ଜିଲ୍ଲାରେ ମୋଟ୍ ୩୯ଟି ଓଡ୍ରାଫ୍ ଟିମ୍, ୭ଟି ଏନ୍‌ଡିଆର୍‌ଏଫ୍ ଟିମ୍, ୫୩ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୯୪୧ଟି ଘର ଭାଙ୍ଗିଥିବା ଏବଂ ୪୨,୨୧୬.୭ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜାଣିବାକୁ ମିଳିଛି।

CM in Flood area2

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକର ୯୭ଟି ଗ୍ରାମପଞ୍ଚାୟତର ୪୫୩ଟି ଗାଁ, ୨ଟି ସହରାଞ୍ଚଳର ୧୯ଟି ୱାର୍ଡର ୨,୦୩,୮୭୮ଜଣ ପ୍ରଭାବିତ ହୋଇଛନ୍ତି। ୬୦ଟି ଗାଁ ଜଳାର୍ଣ୍ଣବ ହୋଇଥିବାବେଳେ ୬୧,୪୧୮ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୬୯ଟି ଘର ବର୍ଷା ଓ ବନ୍ୟାରେ ନଷ୍ଟ ହୋଇଛି। ୧୬ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବାରୁ ଫସଲ ନଷ୍ଟ ହୋଇଛି।

Damage assessment: ଆଜିଠୁ ବନ୍ୟାଞ୍ଚଳରେ କ୍ଷୟକ୍ଷତି ଆକଳନ
ସେହିପରି ଭଦ୍ରକ ଜିଲ୍ଲାରେ ୪ଟି ବ୍ଲକର ୩୯ଟି ଗ୍ରାମପଞ୍ଚାୟତର ୧୩୪ଟି ଗାଁ, ଗୋଟିଏ ସହରାଞ୍ଚଳର ୪ଟି ୱାର୍ଡର ୧,୯୬,୨୪୦ଜଣ ପ୍ରଭାବିତ ହୋଇଛନ୍ତି। କୌଣସି ଗାଁ ଜଳାର୍ଣ୍ଣବ ହୋଇନଥିଲେ ବି ୧,୦୭,୭୭୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୬୨୩ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବାରୁ ଫସଲ ନଷ୍ଟ ହୋଇଛି।
ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକର ୧୧୭ଟି ଗ୍ରାମପଞ୍ଚାୟତର ୨୭୦ଟି ଗାଁ, ଗୋଟିଏ ସହରାଞ୍ଚଳର ୧୫ଟି ୱାର୍ଡର ମୋଟ୍ ୨,୦୨,୬୭୨ଜଣ ପ୍ରଭାବିତ ହୋଇଛନ୍ତି। ୮ଟି ଗାଁ ଜଳାର୍ଣ୍ଣବ ହୋଇଥିବାବେଳେ ୭୭,୬୮୦ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୮,୬୪୨ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବାରୁ ଫସଲ ନଷ୍ଟ ହୋଇଛି।

ମୌସୁମୀ ବିପର୍ଯ୍ୟୟ: ଆକାଶମାର୍ଗରୁ ବନ୍ୟାଞ୍ଚଳ ଦେଖିଲେ ପ୍ରଧାନମନ୍ତ୍ରୀ

କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକର ୭୮ଟି ଗ୍ରାମପଞ୍ଚାୟତର ୧୮୭ଟି ଗାଁ, ୪ଟି ସହରାଞ୍ଚଳର ୭ଟି ୱାର୍ଡର ୧୧,୯୫୩ଜଣ ପ୍ରଭାବିତ ହୋଇଛନ୍ତି। ୧୪ଟି ଗାଁ ଜଳାର୍ଣ୍ଣବ ହୋଇଥିବାବେଳେ ୧୯୫୮ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩୬୭ଟି ଘର ବର୍ଷା ଓ ବନ୍ୟାରେ ନଷ୍ଟ ହୋଇଛି। ୯୫୯.୭ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବାରୁ ଫସଲ ନଷ୍ଟ ହୋଇଛି।

ବନ୍ୟା ଅଞ୍ଚଳ ବୁଲିଲେ , ଲୋକଙ୍କ ଅସୁବିଧା ବୁଝିଲେ ମୁଖ୍ୟମନ୍ତ୍ରୀ
ମୟୂରଭଞ୍ଜ ଜିଲ୍ଲାରେ ୨୨ଟି ବ୍ଲକର ୫୪ଟି ଗ୍ରାମପଞ୍ଚାୟତର ୧୨୬ଟି ଗାଁ, ଗୋଟିଏ ସହରାଞ୍ଚଳର ୮ଟି ୱାର୍ଡର ମୋଟ୍ ୨୬,୭୪୧ଜଣ ପ୍ରଭାବିତ ହୋଇଛନ୍ତି। ୧୧ଟି ଗାଁ ଜଳାର୍ଣ୍ଣବ ହୋଇଥିବାବେଳେ ୨୬,୭୪୧ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୫୦୫ଟି ଘର ବର୍ଷା ଓ ବନ୍ୟାରେ ନଷ୍ଟ ହୋଇଛି। ୪,୯୯୨ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବାରୁ ଫସଲ ନଷ୍ଟ ହୋଇଛି।

BJD: ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ଅଞ୍ଚଳ ଗ୍ରସ୍ତ ସମୟରେ ୨ ବିଜେଡି ବିଧାୟିକାଙ୍କୁ ଅସମ୍ମାନ ଅଭିଯୋଗ
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୫ଟି ବ୍ଲକର ୬୩ଟି ଗ୍ରାମପଞ୍ଚାୟତର ୧୩୪ଟି ଗାଁ, ଗୋଟିଏ ସହରାଞ୍ଚଳର ୧୧ଟି ୱାର୍ଡର ୧,୪୩,୭୧୫ଜଣ ପ୍ରଭାବିତ ହୋଇଛନ୍ତି। ୩୩ଟି ଗାଁ ଜଳାର୍ଣ୍ଣବ ହୋଇଥିବାବେଳେ ୨୦୮୫ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। କେତେ ଜମିରେ ପାଣି ମାଡ଼ିଛି ତାହା ଆକଳନ ହୋଇନଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.