Odia worker Saudi Arabia ସାଉଦି ଆରବରୁ ଫେରୁଛନ୍ତି ଓଡିଆ ଶ୍ରମିକ ପ୍ରଳୟ ରଞ୍ଜନ

1 hour ago 1
ARTICLE AD BOX

ଭୁବନେଶ୍ୱର: ସାଉଦି ଆରବରେ ଫସି ରହିଥିବା ଓଡ଼ିଆ ଶ୍ରମିକ ପ୍ରଳୟ ରଞ୍ଜନ ମହାପାତ୍ରଙ୍କ ଘରକୁ ଫେରି ଆଶା ଉଜ୍ଜ୍ବଳ ହୋଇଛି। ଏନେଇ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ସାଉଦି ଆରବରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଥିଲେ।

Odia Youth in Saudi Arabia ସାଉଦି ଆରବରେ ଫସିଛନ୍ତି ଓଡ଼ିଆ ଯୁବକ, ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଲେ ରାଜ୍ୟ ଶିଳ୍ପ ମନ୍ତ୍ରୀ 

ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଚିଠି ଲେଖିବା ପରେ ଜେଦ୍ଦାହସ୍ଥିତ ଭାରତୀୟ ଦୂତାବାସ ପ୍ରଳୟଙ୍କୁ 'ଫାଇନାଲ୍ ଏକଜିଟ୍' ଏବଂ ବିମାନ ଟିକେଟ୍ ପ୍ରଦାନ କରିବା ପାଇଁ ସମ୍ପୃକ୍ତ ନିଯୁକ୍ତିଦାତାଙ୍କ ସହ ଆଲୋଚନା କରିଥିଲେ। ଦୂତାବାସର ହସ୍ତକ୍ଷେପ ଏବଂ କମ୍ପାନୀ ସହିତ ନିରନ୍ତର ଯୋଗାଯୋଗ ଫଳରେ, କମ୍ପାନୀ ତାଙ୍କୁ 'ଫାଇନାଲ୍ ଏକଜିଟ୍' ମଞ୍ଜୁର କରିବା ସହ ବିମାନ ଟିକେଟ୍ ଯୋଗାଇ ଦେଇଛି। ଜୁଲାଇ ୨୬ତାରିଖରେ ଭାରତ ଫେରିବେ ବୋଲି ଜଣାଯାଇଛି। 

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାର ପ୍ରଳୟ ରଞ୍ଜନ ମହାପାତ୍ର ଗତ ୨୪ ମଇ ୨୦୨୪ରେ ସାଉଦି ଆରବ ଯାଇଥିଲେ । ସେଠାରେ ସେ 'ମଜାଦ୍ ଅଲ୍-ହରବି କୋ’. ନାମକ ଏକ କମ୍ପାନୀରେ ହୁଇଲ୍ ଲୋଡର୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ୩୦ ଅପ୍ରିଲ୍‌ ୨୦୨୬ରେ ଉକ୍ତ କମ୍ପାନୀ ଏବଂ ପ୍ରଳୟ ରଞ୍ଜନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅବଧି ଶେଷ ହୋଇଥିଲା। କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ପ୍ରଳୟଙ୍କୁ ଭାରତ ଫେରିବାକୁ ଅନୁମତି ଦେଉନଥିଲେ। ପ୍ରଳୟଙ୍କ ମାଆ ପ୍ରତିମା ସେଠୀ ଏନେଇ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ଜଣାଇବା ସହ ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ମନ୍ତ୍ରୀ। 

Saudi Arab: ସାଉଦି ଆରବରେ ଥିବା ଭାରତୀୟ ଶ୍ରମିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର

ପୁଅ ସାଉଦି ଆରବରେ ଫସି ରହିଥିବାରୁ ପ୍ରଳୟଙ୍କ ପୂରା ପରିବାର ମାନସିକ ଚିନ୍ତାରେ ଥିଲେ। ବାପା ସାଧୁ ଚରଣ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ ମାନସିକ ଦୁଶ୍ଚିନ୍ତା ବଢି ଯାଇଥିଲା। ଏନେଇ ସେମାନେ ଶିଳ୍ପମନ୍ତ୍ରୀଙ୍କୁ ସହାୟତା ନିମନ୍ତେ ଅନୁରୋଧ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.