ARTICLE AD BOX
ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ବିଧାୟକ ଆପଲାସ୍ବାମୀ କାଡ୍ରାକା ଆନ୍ଧ୍ର ପ୍ରଦେଶର ବିଭିନ୍ନ ରେଳ ଷ୍ଟେସନଗୁଡ଼ିକରେ ନାମଫଳକ ଓଡ଼ିଆରେ ଲେଖିବା ସହ ରେଳବାଇ ଷ୍ଟେସନରେ ହେଉଥିବା ଘୋଷଣାମଧ୍ୟ ଓଡ଼ିଆ ଭାଷାକୁ ସାମିଲ କରିବାକୁ ଚିଠି କରିଛନ୍ତି। ଏନେଇ ବିଧାୟକ ଶ୍ରୀ କାଡ୍ରାକା ବିଶାଖାପାଟଣାସ୍ଥିତ ଡିଭିଜନାଲ ରେଳବIଇ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି।
ବିଧାୟକ ଶ୍ରୀ କାଡ୍ରାକା ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ ବର୍ଷ ବର୍ଷ ଧରି ପଡୋଶି ଆନ୍ଧ୍ର ପ୍ରଦେଶ ସହ ଆମର ଭାଷାଗତ ଏବଂ ସାଂସ୍କୃତିକ ସମ୍ବନ୍ଧ ରହିଆସିଅଛି। ରାୟଗଡା ଜିଲ୍ଲା ସୀମାନ୍ତ ଅଞ୍ଚଳର ବାସିନ୍ଦା ମାନେ ଐତିହାସିକ, ସାମIଜିକ ଏବଂ ଅର୍ଥନୈତିକ ଭାବେ ଦୀର୍ଘ ବର୍ଷଧରି ନିବିଡ ସଂପର୍କ ରହିଛି। ସେଥିପାଇଁ ରାୟଗଡା ଏବଂ ସୀମାନ୍ତ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଏକ ସ୍ବତନ୍ତ୍ର ସଂପର୍କ ରହିଅଛି। ରେଳବାଇ ନିଜର ନିୟମ ଅନୁଯାୟୀ ଆନ୍ଧ୍ରପଦେଶ ରେଳବାଇ ଷ୍ଟେସନରେ ଓଡ଼ିଆ ଭାଷା ପ୍ରଚଳନ କରିଲେ ଓଡିଶାର ହଜାର ହଜାର ଲୋକ ଉପକୃତ ହୋଇପାରିବେ।
ବିଧାୟକ କହିଛନ୍ତି, ରାୟଗଡା ଜିଲ୍ଲା ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହଜାର ହଜାର ଲୋକ ପଡୋଶୀ ଆନ୍ଧ୍ରପ୍ରଦଶେର ବିଜୟନଗରମ, ପାର୍ବତୀପୁରମ, ବିଶାଖାପାଟଣା ଏବଂ ଅନ୍ୟାନ୍ୟ ସ୍ଥାନକୁ ଚିକିତ୍ସା ସୁବିଧା, ବ୍ୟବସାୟ, ସାମାଜିକ କାର୍ଯ୍ୟ ଏବଂ ରୋଜଗାର ପାଇଁ ଯାଇଥାନ୍ତି। ରେଳବାଇ ବିଭିନ୍ନ ଷ୍ଟେସନର ନାମ ଓଡ଼ିଆ ଲେଖିବା ସହ ଷ୍ଟେସନରେ ଓଡ଼ିଆରେ ଘୋଷଣା କରିଲେ ବହୁ ଲୋକ ଉପକୃତ ହୋଇପାରିବେ।
SIR: ରାୟଗଡ଼ାରେ ୯୩.୬୩% ଭୋଟର ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ
ସୂଚନାଯୋଗ୍ୟଯେ ଗତକାଲି ରାୟଗଡ଼ାର କିଛି ତେଲୁଗୁ ସଂଗଠନ ରାୟଗଡା ରେଳ ଷ୍ଟେସନରେ ପୂର୍ବଭଳି ତେଲୁଗୁ ଭାଷାରେ ନାମଫଳକ ପୁନଃ ସ୍ଥାପନ କରିବା ସହ ଟ୍ରେନ୍ ଘୋଷଣାକୁ ତେଲୁଗୁ ଭାଷାରେ ମଧ୍ୟ ପ୍ରଚଳନ କରିବା ଦାବି କରି ରାୟଗଡI ରେଳ ଡିଭିଜନ ଡିଆରଏମଙ୍କ ଉଦ୍ଦେଶ୍ୟରେ ଏକ ମିଳିତ ଦାବିପତ୍ର ସହକାରୀ ମଣ୍ଡଳ ଯନ୍ତ୍ରୀ (ଏଡିଇଏନ ) ରାଜେନ୍ଦ୍ର କୁମାରଙ୍କୁ ପ୍ରଦାନ କରିଥିଲେ। ରାୟଗଡା ବିଧାୟକଙ୍କ ଏଭଳି ପଦକ୍ଷେପ ଏବଂ ଓଡିଆ ଭାଷାର ପ୍ରୟୋଗକୁ ନେଇ ଚିଠି ଲେଖିବା ଘଟଣାକୁ ବିଭିନ୍ନ ମହଲରେ ସ୍ବାଗତ କରିବା ସହ ପ୍ରଶଂସା କରାଯାଇଛି। ଏଭଳି ପଦକ୍ଷେପ ଗ୍ରହଣ କରିଲେ ସୀମାନ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ସଂପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ କାଡ୍ରାକା ଉଲ୍ଲେଖ କରିଛନ୍ତି।

1 hour ago
1


