Ocean Winner: ‘ଓସେନ୍ ଵିନର’ର ପତ୍ତା ମିଳୁନି: କୋଷ୍ଟଗାର୍ଡର ୩ ଜାହାଜ, ନୌସେନା ବିମାନ ନିୟୋଜିତ

1 hour ago 1
ARTICLE AD BOX

ଜଗତସିଂହପୁର: ପାରାଦୀପରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ଯାଉଥିବା ପାନାମା ପତାକା ଲାଗିଥିବା ଜାହାଜ ‘ଓସେନ୍ ଵିନର’ ଆଣ୍ଡାମାନ ନିକଟରେ ବୁଡ଼ି ଯାଇଥିବା ସ୍ପଷ୍ଟ ହୋଇଛି। କିନ୍ତୁ ସର୍ଚ୍ଚ ଅପରେସନ୍‌ର ଦେଢ଼ ଦିନ ପରେ ମଧ୍ୟ ଜାହାଜର ପତ୍ତା ମିଳିପାରି ନାହିଁ। ଲାଇଫ୍ ବୋଟ୍ ସାହାଯ୍ୟରେ ସମୁଦ୍ରରେ ଭାସୁଥିବା ଦୁଇ ଜଣ କର୍ମଚାରୀଙ୍କୁ ନୌସେନା ବିମାନ ଠାବ କରିବା ପରେ ଏକ ବାଣିଜ୍ୟିକ ଜାହାଜ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଚୀନ ନାଗରିକ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୋଟ ୨୪ ଜଣଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର ହୋଇଥିବା ବେଳେ ଆଉ ୨୨ ଜଣ କର୍ମଚାରୀ ନିଖୋଜ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା, ବୁଡ଼ିଯାଇଥିବା ଜାହାଜକୁ ଏଯାଏଁ ଠାବ କରିପାରି ନାହାନ୍ତି  କୋଷ୍ଟଗାର୍ଡ ଓ ନୌସେନା।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର

କୋଷ୍ଟଗାର୍ଡର ୩ ଜାହାଜ, ନୌସେନା ବିମାନ ନିୟୋଜିତ
୨ ମିଳିଲେ, ୨୨ ନିଖୋଜ
ଉଦ୍ଧାର କର୍ମଚାରୀଙ୍କଠୁ ମିଳିବ ତଥ୍ୟ: ସର୍ବାନନ୍ଦ ସୋନଵାଲ

ପାରାଦୀପଠାରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍‌ ଦୂରରେ ଜାହାଜ ସହ ସଂପର୍କ ଚ୍ଛିନ୍ନ ହୋଇଥିବାବେଳେ ସେଠାରେ କୋଷ୍ଟଗାର୍ଡର ‘ଭରାଦ’, ‘ଅନ୍‌ମୋଲ’ ଓ ‘ଭିଜିତ’ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସେହିପରି ନୌସେନାର ଯୁଦ୍ଧ ବିମାନ-ପି ୮ଆଇ ମଧ୍ୟ ଆକାଶମାର୍ଗରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ଘଟଣାସ୍ଥଳରୁ ପ୍ରାୟ ୩ କିଲୋମିଟର ପରିଧିରେ ସମୁଦ୍ର ଅଶାନ୍ତ ଥିବାରୁ ଅଣ୍ଡର କରେଣ୍ଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଯୋଗୁଁ ଜାହାଜଟି ବୁଡ଼ିଯିବା ପରେ କିଛି ଦୂରକୁ ଚାଲି ଯାଇଥିବା ଅନୁମାନ କରାଯାଉଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୋଷ୍ଟଗାର୍ଡ କିମ୍ବା ନୌସେନା ପକ୍ଷରୁ ନିଖୋଜ ଜାହାଜ ଓ ୨୨କର୍ମଚାରୀଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା

ଅନ୍ୟପକ୍ଷରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଵାଲ ଜାହାଜ ବୁଡ଼ିଯିବା ଘଟଣାକୁ ସ୍ପଷ୍ଟ କରିଛନ୍ତି। ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଉଦ୍ଧାର ଦୁଇ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ପଚରାଉଚରା କରାଗଲେ ଜାହାଜ ବୁଡ଼ିବାର କାରଣ ମିଳିପାରିବ। ସେହିପରି ଅନ୍ୟ ୨୨ ଜଣଙ୍କୁ ଉଦ୍ଧାର କରିବା ପାଇଁ ନୌସେନା ଓ କୋଷ୍ଟଗାର୍ଡ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ସୋନୱାଲ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.