NRI : ଦୁବାଇ ବିସ୍ଫୋରଣରେ କେରଳର ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ

1 hour ago 1
ARTICLE AD BOX

ଦୁବାଇ: ଚଳିତ ସପ୍ତାହରେ ଦୁବାଇର ଏକ କାର୍ ସୋ’ରୁମ୍‌ରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଣେ ୨୭ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଗଲ୍ଫ ନ୍ୟୁଜ୍‌ର ଏକ ରିପୋର୍ଟ ଅନୁଯାୟୀ, କେରଳର କୋଲ୍ଲାମ ଜିଲ୍ଲାର କୋଟ୍ଟାରକ୍କାରାର ବାସିନ୍ଦା ଶିଜିନ୍ ପଲ୍‌ ଜଣେ ମଲ୍ଟିମିଡିଆ ମାର୍କେଟିଂ ବିଶେଷଜ୍ଞ ଥିଲେ ଓ ଦୁବାଇର ଶେଖ ଜାଏଦ ରୋଡ୍‌ରେ ଅବସ୍ଥିତ ଶୋ’ରୁମ୍‌ରେ ସୋସିଆଲ ମିଡିଆ ଓ ଭିଡିଓଗ୍ରାଫି ଦାୟିତ୍ୱରେ ଥିଲେ।ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ବିସ୍ଫୋରଣରେ ଅନ୍ୟ ୫ ଜଣ ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶିଜିନ୍‌ଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ବାପାମା’ ଓ ପତ୍ନୀ ଅଛନ୍ତି।

ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଶିଜିନ୍‌ ପଲ୍‌ଙ୍କ ମୃତଦେହ ସ୍ୱଦେଶ ଫେରାଇ ଆଣିବାକୁ ଦୂତାବାସ ପକ୍ଷରୁ ତାଙ୍କ ପରିବାର ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛି। ପଲ୍‌ ଗତବର୍ଷ ନଭେମ୍ବରରେ ଉକ୍ତ କମ୍ପାନିରେ ଯୋଗଦେଇଥିଲେ। ଏହି ଦୁଃଖଦ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତାଙ୍କ ସହକର୍ମୀ ଆବିଦ ଗଲ୍ଫ ନ୍ୟୁଜକୁ କହିଛନ୍ତି ଯେ, ବିସ୍ଫୋରଣ ହେବା ପୂର୍ବରୁ ତାଙ୍କୁ ଓ ତାଙ୍କ ସହକର୍ମୀମାନଙ୍କୁ ପ୍ରଥମେ ପରିସରରେ ନିଆଁ ଲାଗିବା ବିଷୟରେ ସୂଚନା ଦିଆଯାଇଥିଲା। ଆବିଦ କହିଛନ୍ତି, ପଲ୍‌ ତାଙ୍କ ନିକଟରେ ଛିଡ଼ା ହୋଇଥିଲେ କିନ୍ତୁ ପରେ ସେ ବିସ୍ଫୋରଣର ଶିକାର ହୋଇଥିବା ଦେଖିବାକୁ ପାଇଲେ। ପଲ୍‌ଙ୍କର ଜଣେ ରୁମ୍‌ମେଟ୍‌ କହିଛନ୍ତି, ପଲ୍‌ ଏଥର ଛୁଟିରେ ଯାଇଥିଲେ ତାଙ୍କ ପତ୍ନୀ ଓ ଶିଶୁକୁ ଦୁବାଇ ବୁଲେଇ ଆଣିବାକୁ ଇଚ୍ଛା ରଖିଥିଲେ।

ଆଶାରାମ ବାପୁଙ୍କୁ ବଡ଼ ଝଟକା: ଅନ୍ତରୀଣ ଜାମିନ ନାମଞ୍ଜୁର

ଉପସାଗରୀୟ ଦେଶରେ ଭାରତୀୟ ଶ୍ରମିକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଏହି ଘଟଣା ଘଟିଛି। ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୩ ରୁ ୨୦୨୫ ମଧ୍ୟରେ ପ୍ରତି ସପ୍ତାହରେ ପ୍ରାୟ ତିନି ଜଣ ଭାରତୀୟଙ୍କର କାର୍ଯ୍ୟକ୍ଷେତ୍ର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୨୩ ରୁ ୨୦୨୫ ମଧ୍ୟରେ ବିଦେଶରେ କାର୍ଯ୍ୟକ୍ଷେତ୍ରରେ ଦୁର୍ଘଟଣାରେ ୮୦୦ ରୁ ଅଧିକ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ପ୍ରାୟ ୫୫ ପ୍ରତିଶତ ମୃତ୍ୟୁ ଉପସାଗରୀୟ ଦେଶଗୁଡ଼ିକରେ ଘଟିଛି। ତିନି ବର୍ଷ ମଧ୍ୟରେ ସାଉଦି ଆରବରେ ସର୍ବାଧିକ ୧୮୨ ଜଣଙ୍କ ମୃତ୍ୟୁ ହୋଇଛି, ଏହା ପରେ ୟୁଏଇରେ ୧୨୮ ଜଣଙ୍କ ମୃତ୍ୟୁ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.