Nose Relief: ବନ୍ଦ ନାକ କିପରି ଖୋଲିବେ? ଜାଣନ୍ତୁ ଘରୋଇ ଉପାୟ

1 week ago 5
ARTICLE AD BOX

ଭୁବନେଶ୍ୱର:ଋତୁ ପରିବର୍ତ୍ତନ ସମୟରେ ଅନେକଙ୍କଠାରେ ନାକ ବନ୍ଦ ହେବା ସମସ୍ୟା ଦେଖାଯାଏ। ଧୂଳି, ମାଟି ଓ ପ୍ରଦୂଷିତ ବାୟୁ ଭଳି ଉପାଦାନ ପ୍ରତି ଆଲର୍ଜି, ଥଣ୍ଡା କିମ୍ବା ଅନ୍ୟାନ୍ୟ କାରଣରୁ ମଧ୍ୟ ନାକ ବନ୍ଦ ହୋଇପାରେ। ଏଭଳି ସ୍ଥିତିରେ ଶ୍ୱାସ ନେବାରେ ଅସୁବିଧା ସହ ରାତିରେ ନିଦ୍ରା ବାଧାପ୍ରାପ୍ତ ହେବା ଏବଂ ଦିନରେ ଥକାପଣ ଭଳି ସମସ୍ୟା ଦେଖାଦେଇଥାଏ। ବନ୍ଦ ନାକରୁ ଆରାମ ପାଇବା ପାଇଁ ଏକ ସରଳ ଘରୋଇ ଉପାୟ ସମ୍ପର୍କରେ ଏଠାରେ ସୂଚନା ରହିଛି। କର୍ପୁର, ଲବଙ୍ଗ, ଜୁଆଣି ଓ କିଛି ବୁନ୍ଦା ୟୁକାଲିପ୍ଟସ୍ ତେଲ(ନୀଳଗିରି ତେଲ)କୁ ନେଇ ଏକ ଛୋଟ ପୁଟଳି ପ୍ରସ୍ତୁତ କରନ୍ତୁ ।

ଶ୍ୱାସ ନେବାରେ ସହଜ ଅନୁଭବ

ଏଥିପାଇଁ ଏକ ସଫା ସୂତା କପଡ଼ା ନେଇ ସେଥିରେ କର୍ପୁର, ଲବଙ୍ଗ, ଜୁଆଣି ଏବଂ କିଛି ବୁନ୍ଦା ୟୁକାଲିପ୍ଟସ୍ ତେଲ ରଖି ଛୋଟ ପୁଟୁଳି ଭଳି ବାନ୍ଧି ଦିଅନ୍ତୁ। ନାକ ବନ୍ଦ ହେଲେ ପୁଟଳିକୁ ନାକଠାରୁ କିଛି ଦୂରରେ ରଖି ସୁଗନ୍ଧ ନେବାକୁ ପରାମର୍ଶ ଦିଆଯାଏ। ଲବଙ୍ଗରେ ଥିବା ୟୁଜେନଲ୍‌ ଏକ ସୁଗନ୍ଧିତ ଉପାଦାନ। ଲବଙ୍ଗର ତୀବ୍ର ସୁଗନ୍ଧ କିଛି ଲୋକଙ୍କୁ ନାକ ବନ୍ଦ ଥିବା ସମୟରେ ଶ୍ୱାସ ନେବାର ଅନୁଭୂତିରେ ଆରାମ ଦେଇପାରେ। ସେହିପରି କପୁରର ତୀବ୍ର ଗନ୍ଧ ନାକର ସେନ୍ସରୀ ରିସେପ୍ଟରକୁ ପ୍ରଭାବିତ କରି ନାକ ବନ୍ଦ ଥିବା ଅନୁଭୂତିକୁ କିଛି ସମୟ ପାଇଁ କମ୍ କରିପାରେ। ଜୁଆଣିର ସୁଗନ୍ଧିତ ଉପାଦାନ ମଧ୍ୟ ନାକ ଓ ସାଇନସ୍‌ ସମ୍ବନ୍ଧୀୟ ଅସୁବିଧାରେ କିଛି ଆରାମ ଦେଇପାରେ ବୋଲି ପାରମ୍ପରିକ ଭାବେ ମନେ କରାଯାଏ। ୟୁକାଲିପ୍ଟସ୍ ତେଲର ଗନ୍ଧ ମଧ୍ୟ କେତେକ ଲୋକଙ୍କୁ ନାକ ବନ୍ଦ ଥିବା ସମୟରେ ଶ୍ୱାସ ନେବାରେ ସହଜ ଅନୁଭବ କରାଏ।

Learn Why: ୨୦ ବର୍ଷ ବୟସରେ ଜୀବନ କାହିଁକି ଲାଗେ ଚାପପୂର୍ଣ୍ଣ?

ଏହି ଘରୋଇ ଉପାୟରୁ ସମସ୍ତଙ୍କୁ ସମାନ ଭାବେ ଆରାମ ମିଳିବ ବୋଲି ନିଶ୍ଚିତ ନୁହେଁ। କର୍ପୁର କିମ୍ବା ୟୁକାଲିପ୍ଟସ୍ ତେଲକୁ ନାକ ଭିତରେ ଲଗାଇବା ଉଚିତ୍ ନୁହେଁ। ଏହାର ଗନ୍ଧ ଅସୁବିଧା, ଜ୍ୱଳନ କିମ୍ବା ଆଲର୍ଜି ସୃଷ୍ଟି କଲେ ବ୍ୟବହାର ବନ୍ଦ କରିବା ଆବଶ୍ୟକ। ବନ୍ଦ ନାକ ସମସ୍ୟା ଦୀର୍ଘ ସମୟ ଧରି ରହିଲେ କିମ୍ବା ଶ୍ୱାସକଷ୍ଟ ଭଳି ଗୁରୁତର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।

Read Entire Article
LEFT SIDEBAR AD

Hidden in mobile, Best for skyscrapers.