Nora's eye: ନୋରାଙ୍କ ଆଖିରେ ଲୁହ

1 hour ago 2
ARTICLE AD BOX

ଅଭିନେତ୍ରୀ ନୋରା ଫତେହୀ ଏକ ପଡ୍‌କାଷ୍ଟରେ ତାଙ୍କ ଜୀବନର ସବୁଠାରୁ କଠିନ ସମୟ କଥା ମନେପକାଇ ଭାବପ୍ରବଣ ହେବାର ଦେଖିବାକୁ ମିଳିଛି। ସେହି ସମୟଟି ହେଉଛି କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତଦନ୍ତ ପରିସରଭୁକ୍ତ କରାଯିବା ପରର କିଛି ବର୍ଷ। ଏହି ବିବାଦ ଯୋଗୁଁ ତାଙ୍କର ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଲୋକେ ତାଙ୍କୁ ପ୍ରବଳ ସମାଲୋଚନା କରିଥିଲେ। ଏହା ପରେ ତାଙ୍କୁ ଅନେକ ବିଜ୍ଞାପନ ଓ ଚଳଚ୍ଚିତ୍ର କାମରୁ ବାଦ୍‌ ଦିଆଯାଇଥିଲା। ସେ ସଂପୂର୍ଣ୍ଣ ଏକାକୀ ଅନୁଭବ କରିଥିଲେ। ଏହି ଘଟଣା ତାଙ୍କୁ ଏତେ ମାନସିକ ଆଘାତ ଦେଇଥିଲା ଯେ ସେ କଥା ମନେପକାଇବା ବେଳକୁ ଆଜି ବି ତାଙ୍କ ଆଖିରେ ଲୁହ ଆସିଯାଉଛି। 

Kathatiye jajabara: କଥାଟିଏ-ଯାଯାବର: ରାଜା ଓ ବିଦୂଷକ

ସୁକେଶଙ୍କୁ ନୋରା ବ୍ୟକ୍ତିଗତ ଭାବେ ଜାଣନ୍ତି ଏବଂ ତାଙ୍କ ପାଖରୁ ସେ ଉପହାର ନେଇଛନ୍ତି ବୋଲି ଲୋକଙ୍କ ଗହଣରେ ଚର୍ଚ୍ଚା ହୋଇଆସିଥିଲେ ହେଁ ନୋରା ଏସବୁ ମିଛ ବୋଲି ଦାବି କରିଛନ୍ତି। ତେବେ ସେ ସ୍ବୀକାର କରିଛନ୍ତି ଯେ ସେ ସୁକେଶଙ୍କ ପରିବାର ଠାରୁ ଏକ କାର୍‌ ଉପହାର ନେଇଥିଲେ। ତଥାପି ଅନେକ ଲୋକ ଆଜି ବି ବିଶ୍ବାସ କରନ୍ତି ଯେ ସେ ସୁକେଶ ସହିତ ପ୍ରେମ ସମ୍ପର୍କରେ ଥିଲେ। ବର୍ଷ ବର୍ଷର କଠିନ ପରିଶ୍ରମ ବଳରେ ଗଢ଼ିଥିବା କ୍ୟାରିଅର୍‌ ଗୋଟିଏ ଘଟଣା ଯୋଗୁଁ ଧରାଶାୟୀ ହୋଇଯିବା ତାଙ୍କ ପାଇଁ ସବୁଠାରୁ ଦୁଃଖଦାୟକ ଥିଲା। ତଥାପି ସେ ୨୦୨୪ ମସିହାରୁ ପୁଣି ଥରେ ଅଭିନୟ, ନୃତ୍ୟ ଓ ସଂଗୀତ କ୍ଷେତ୍ରରେ ମନୋନିବେଶ କରି ନିଜର ହୃତ ଲୋକପ୍ରିୟତା ଫେରିପାଇବାରେ ଅନେକାଂଶରେ ସଫଳ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଉକ୍ତ ପଡ୍‌କାଷ୍ଟରେ ନୋରା ତାଙ୍କ ସହ ଜଡ଼ିତ ଅନ୍ୟାନ୍ୟ ବିବାଦ ସମ୍ପର୍କରେ ଖୋଲା ଆଲୋଚନା କରିବା ସହିତ ବିବାହ କରି ମାତୃତ୍ବ ଲାଭ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। 

Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.