Nitin Nabin Gets A New Team: ବିଜେପି ଆଇଟି ସେଲ୍‌ରୁ ଅମିତ ମାଲବ୍ୟ ବିଦା

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ବିଜେପି ଜାତୀୟ ସଭାପତି ନୀତିନ ନବୀନ ସୋମବାର ତାଙ୍କର ନୂଆ ଟିମ୍‌ ଘୋଷଣା କରିଛନ୍ତି। ବଡ଼ ସାଂଗଠନିକ ଅଦଳବଦଳରେ ବିଜେପି ସୋମବାର ଅମିତ ମାଲବ୍ୟଙ୍କୁ ଦଳର ଆଇଟି (ସୂଚନା ଓ ପ୍ରଯୁକ୍ତି ବିଦ୍ୟା) ଓ ସାମାଜିକ ଗଣମାଧ୍ୟମ ବିଭାଗର ମୁଖ୍ୟ ପଦରୁ ହଟାଇ ଦେଇଛି। ଏହାଦ୍ବାରା ମାଲବ୍ୟଙ୍କର ୧୧ ବର୍ଷର କାର୍ଯ୍ୟକାଳର ଅନ୍ତ ଘଟିଛି। ଛତିଶଗଡ଼ର ରସାୟନ ବିଜ୍ଞାନ ପ୍ରଫେସର ତଥା ବିଜେପି ନେତା ଦୀପକ ମହସ୍କେଙ୍କୁ ସୋସିଆଲ ମିଡିଆ ବିଭାଗର ନୂତନ ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି। ଏହାସହିତ ମହାରାଷ୍ଟ୍ରର ପ୍ରୀତି ଗାନ୍ଧୀ, ଦିଲ୍ଲୀର ଶିବାନନ୍ଦ ଦ୍ବିବେଦୀ, ଉତ୍ତରାଖଣ୍ଡର ଆଲୋକ ଭଟ୍ଟ ଓ ହରିୟାଣାର ଅରୁଣ ଯାଦବ ସୋସିଆଲ ମିଡିଆ ସହ-ସଂଯୋଜକ ଭାବରେ ନିଯୁକ୍ତ ହୋଇଛନ୍ତି। ୨୦୧୫ରେ ତତ୍କାଳୀନ ବିଜେପି ସଭାପତି ଅମିତ ଶାହଙ୍କ ନେତୃତ୍ୱରେ ଦଳର ଆଇଟି ଓ ସୋସିଆଲ ମିଡିଆ ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିବା ମାଲବ୍ୟ ନବନିଯୁକ୍ତ ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ତାଙ୍କ ଉତ୍ତରାଧିକାରୀ ଭାବରେ ମହସ୍କେଙ୍କୁ ସ୍ୱାଗତ କରିଥିଲେ।

କଳା ପଡ଼ିଯାଇଛି କି ପିତ୍ତଳ ଓ ତମ୍ବା ବାସନ? ବିନା ଘଷି ମିନିଟ୍‌ରେ ଚମକାଇବାର ସହଜ ଉପାୟ

ମହସ୍କେ ଛତିଶଗଡ଼ ବିଜେପିରେ ସାଂଗଠନିକ ଓ ଗଣମାଧ୍ୟମ କାର୍ଯ୍ୟକଳାପରେ ସକ୍ରିୟ ଅଛନ୍ତି ତଥା ବିଜେପିର ଜାତୀୟ ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କୁ ସମ୍ପ୍ରତି ଛତିଶଗଡ଼ ମେଡିକାଲ୍ ସର୍ଭିସେସ୍ କର୍ପୋରେସନର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କର ଜାତୀୟ ସ୍ତରୀୟ ସଂଗଠନିକ ଭୂମିକାରେ ନିଯୁକ୍ତିକୁ ଛତିଶଗଡ଼ର ଜଣେ ନେତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓ ରାଜ୍ୟ ୟୁନିଟ୍ ପାଇଁ ଏକ ପ୍ରୋତ୍ସାହନ ଭାବରେ ଦେଖାଯାଉଛି। କୃଷି ଓ ଉଦ୍ୟାନ କୃଷି, ନିର୍ବାଚନ-ତଥ୍ୟ ବିଶ୍ଳେଷଣ, ସରକାରୀ କମ୍ପାନୀରେ ବୋର୍ଡ ପଦବୀ ଓ ଛତିଶଗଡ଼ ସରକାରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ମହସ୍କେ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.