Nitin Gadkari: ଅବସର ନେଇପାରନ୍ତି ଗଡ଼କରୀ: ଅଧିକ କାମ କରିପାରିବେ ନାହିଁ ବୋଲି କହିବା ପରେ ଚର୍ଚ୍ଚା ଜୋର ଧରିଲା

1 month ago 14
ARTICLE AD BOX

ନାଗପୁର: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀରାଜନୀତିରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଗଡ଼କରୀ ନିଜେ ନାଗପୁର ଜିଲ୍ଲାର କଟୋଲଠାରେ ଏକ କାର୍ଯ୍ୟକ୍ରମରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଚାଲିଛି। ଗଡ଼କରୀ କହିଛନ୍ତି ଯେ, ସେ ଗତ ୩୦ ବର୍ଷ ହେଲା ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି। କିନ୍ତୁ ଏବେ ଅଧିକ କାମ କରିପାରିବେ ନାହିଁ।

ଆହୁରି ପଢନ୍ତୁ: NEET: ଅଗଷ୍ଟ ୩୦ରେ ନିଟ୍‌-ପିଜି ପରୀକ୍ଷା, ଆଜି ମିଳିବ ଆଡ୍‌ମିଟ୍‌ କାର୍ଡ

ନୂଆ ପିଢ଼ିକୁ ସୁଯୋଗ ଦେବା କଥା। ଗଡ଼କରୀଙ୍କ ଏହି ବୟାନ ପରେ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ଓ ଅଦଳବଦଳ ନେଇ ଚର୍ଚ୍ଚା ଭିତରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କଟୋଲରେ ଏକଲବ୍ୟ ଏକଲ ବିଦ୍ୟାଳୟ ଶିକ୍ଷକ-ସୁପରଭାଇଜର ପ୍ରଶିକ୍ଷଣ କ୍ଲାସରେ ଭାଷଣ ଦେଇ ଗଡ଼କରୀ ଏହା କହିଛନ୍ତି। କୋଭିଡ୍-୧୯ ପରେ ତାଙ୍କ ଜୀବନ ଶୈଳୀରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଚାଷୀ ଆତ୍ମହତ୍ୟା ଉପରେ ଚିନ୍ତା ପ୍ରକାଟ କରିଥିଲେ। ଆଗାମୀ ବର୍ଷରେ ସେ କୃଷକଙ୍କ କଲ୍ୟାଣ ପାଇଁ ଅଧିକ କିଛି କରିବାକୁ ଚାହୁଛନ୍ତି ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.