ARTICLE AD BOX
ରାୟଗଡ଼ା: ଲକ୍ଷ୍ମଣ ନାୟକ ଅନ୍ୟାୟ ବରୋଧରେ ଲଢ଼ି ଫାଶୀଖୁଣ୍ଟରେ ଝୁଲିଥିଲେ। ଏବେ ସମୟ ଆସିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଦାୟାଦ ସାମ୍ନାକୁ ଆସି ସଂଗ୍ରାମ କରନ୍ତୁ ଓ ନିଜ ମାଟିକୁ ବଞ୍ଚାନ୍ତୁ। ମାଳି ପର୍ବତ ବଞ୍ଚିଲେ ହିଁ ଓଡ଼ିଶା ବଞ୍ଚିବ। ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟର ଶତାଧିକ ଝରଣାକୁ ଶୁଖିବାକୁ ଦେବା ନାହିଁ ବୋଲି ଆହ୍ବାନ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ
ଓଡ଼ିଶାର ଭୂସ୍ବର୍ଗ ଦେଓମାଳି, ସିଝିମାଳି, କୁଟ୍ରୁମାଳି, ଶାଶୂବୋହୂମାଳି ପର୍ବତ। ଏହି ପର୍ବତକୁ ପୁଞ୍ଜିପତିଙ୍କ ଠାରୁ ରକ୍ଷା କରିବାର ସମୟ ଆସିଛି। ମାଳି ପାହାଡ଼ର ସୁରକ୍ଷା ପାଇଁ ଯେଉଁ ମୂଲ୍ୟ ଦେବାକୁ ପଡ଼ିଲେ ବି ଆମକୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ମାଳି ପାହାଡ଼ ପାଇଁ ଜୀବନ ଦେବାକୁ ପଛେଇବା ନାହିଁ ବୋଲି ରାୟଗଡ଼ାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ନିରଞ୍ଜନ କହିଛନ୍ତି। ଏମ୍ଏମ୍ଡିଆର ସଂଶୋଧନ ଆଇନ-୨୦୨୬ ଆଣି ବିଜେପି ସରକାର ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାକୁ ଦରିଦ୍ର କରିବାକୁ ଚାହୁଛନ୍ତି। ଏହି ଅଞ୍ଚଳରେ ଯେତିକି ବକ୍ସାଇଟ ରହିଛି ତାହାକୁ ଯଦି ୩୦ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯିବ ତେବେ ସମଗ୍ର ଅଞ୍ଚଳ ମରୁଭୂମିରେ ପରିଣତ ହେବ। ଓଡ଼ିଶାକୁ ବଞ୍ଚାଇବା ପାଇଁ ଲଢ଼େଇ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

1 week ago
6


