NH 16: ବଡ଼ଘାଟିରେ ଖସିଲା ବିରାଟ ପଥର: ଭୂସ୍ଖଳନ ଆଶଙ୍କା, ଏନ୍‌ଏଚ୍‌-୧୬ରେ ଯାତାୟାତ ପ୍ରଭାବିତ

4 days ago 5
ARTICLE AD BOX

ଗଞ୍ଜାମ: ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଓ ଖୋର୍ଦ୍ଧାଜିଲ୍ଲା ସୀମାରେ ଥିବା ବଡ଼ଘାଟି ଅଞ୍ଚଳରେ ପାହାଡ଼ରୁ ଏକ ବିରାଟକାୟ ପଥର ଖସି ରାସ୍ତା ଉପରେ ପଡ଼ିଥିଲା। ହଠାତ୍ ପଥର ଖସିବା ଯୋଗୁଁ ବ୍ରହ୍ମପୁର-ଭୁବନେଶ୍ୱର ମଧ୍ୟରେ ଯାତାୟାତ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ଜଣାପଡ଼ିଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା। ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଆହୁରି ପଥର ଖସିବା କିମ୍ବା ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ସତର୍କ ନଜର ରଖାଯାଇଛି।

ଆହୁରି ପଢନ୍ତୁ: Koraput: ମାଛ ମାରିବାକୁ ଯାଇ ନଦୀରେ ଶିକ୍ଷକ ନିଖୋଜ

ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କର୍ମଚାରୀମାନେ ବଡ଼ଘାଟିରେ ପହଞ୍ଚି କ୍ରେନ୍‌ ସହାୟତାରେ ରାସ୍ତା ଉପରେ ପଡ଼ିଥିବା ବିରାଟ ପଥରକୁ ହଟାଇବା ସହ ସଫେଇ କାର୍ଯ୍ୟ କରିଥିଲେ। ରାସ୍ତା ସଫା ହେବା ପରେ ବର୍ତ୍ତମାନ ଏନ୍‌ଏଚ୍‌-୧୬ରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ବର୍ଷା ଜାରି ରହିଥିବାରୁ ବଡ଼ଘାଟି ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ଚାଳକମାନଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.