ARTICLE AD BOX
ରାଇରଙ୍ଗପୁର/ଗୋରୁମହିଷାଣୀ: ରାଇରଙ୍ଗପୁର ପୁଲିସ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୩ ବର୍ଷ)ଙ୍କୁ ଜଣେ ଯୁବକ କିଛି ମାସ ପୂର୍ବରୁ ଦୁଷ୍କର୍ମ କରିଥିଲେ । ବର୍ତ୍ତମାନ ନାବାଳିକା ଜଣକ ୭ ମାସର ଗର୍ଭବତୀ ଅଛନ୍ତି। ଏନେଇ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତ ଯୁବକ ଫେରାର୍ ହୋଇଯାଇଥିବା ଜଣାଯାଇଛି।
ଅଭିଯୋଗ ଅନୁଯାୟୀ, ଗୋରୁମହିଷାଣୀ ଥାନା ଗୁହାଳଡାଙ୍ଗିରୀ ଅଞ୍ଚଳର ଆଦିବାସୀ ନାବାଳିକାଙ୍କୁ ବହଳଦା ଥାନା ଅନ୍ତର୍ଗତ କୁଳତା ଅଞ୍ଚଳର ଆଦିବାସୀ ଯୁବକ ବୁଢାନ ମାଝୀ (୨୦) ଦୁଷ୍କର୍ମ କରିଥିଲେ। ବର୍ତ୍ତମାନ ନାବାଳିକା ଜଣଙ୍କ ୭ ମାସର ଗର୍ଭବତୀ ହେବା ପରେ ଘଟଣା ପ୍ରଘଟ ହୋଇଥିଲା। ଏନେଇ ଗୋରୁମହିଷାଣୀ ଥାନାରେ ନାବାଳିକାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ପରେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନା
ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା ପରେ ରାଇରଙ୍ଗପୁରସ୍ଥ ୱାନ ଷ୍ଟପ ସେଣ୍ଟରରେ ରଖାଯାଇଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ମଧ୍ୟ ଫେରାର ଥିବା ଜଣାପଡ଼ିଛି। ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା କେସ ନଂ ୧୧୩/୨୬ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

1 hour ago
2


