News Reel: ନ୍ୟୁଜ୍‌ ରିଲ୍‌: ମୁହଁ ଖୋଲିଲେ ଶ୍ରୀୟା

47 minutes ago 1
ARTICLE AD BOX

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୃଶ୍ୟମ୍ ୩’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶ୍ରୀୟା ସରଣଙ୍କ ଚରିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ବିଶେଷ ଆଲୋଚନା ହେଉଛି। ଫିଲ୍ମରେ ସେ ନନ୍ଦିନୀ ସାଲ୍‌ଗାଓଁକର୍‌ଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ଇଶିତା ଦତ୍ତା ତାଙ୍କ ଝିଅ ଅଞ୍ଜୁ ଭୂମିକାରେ ନଜର ଆସିଛନ୍ତି।
ତେବେ ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି ଶ୍ରୀୟା ଓ ଇଶିତାଙ୍କ ବୟସର ବ୍ୟବଧାନ। ବାସ୍ତବ ଜୀବନରେ ଉଭୟଙ୍କ ବୟସରେ ମାତ୍ର ୮ ବର୍ଷର ଫରକ। ଏତେ କମ୍‌ ବୟସ ବ୍ୟବଧାନ ସତ୍ତ୍ୱେ ପରଦାରେ ଉଭୟ ମାଆ ଓ ଝିଅ ଭୂମିକା ନିଭାଇବାକୁ ଅନେକ ପସନ୍ଦ କରିପାରି ନାହାନ୍ତି। ଏହାକୁ ନେଇ ମତ ରଖିଛନ୍ତି ଶ୍ରୀୟା।

ସେ କହିଛନ୍ତି, ‘‘ଏକ ଚଳଚ୍ଚିତ୍ରରେ କାହାଣୀ ଅନୁଯାୟୀ ଚରିତ୍ର ଚୟନ କରାଯାଇଥାଏ। ଚରିତ୍ରଟି କାହାଣୀ ସହ କେତେ ଭଲ ଭାବେ ଖାପ ଖାଉଛି, ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ଅଭିନେତା ଓ ଅଭିନେତ୍ରୀଙ୍କ ବାସ୍ତବ ବୟସ ଅପେକ୍ଷା ଚରିତ୍ରର ଆବଶ୍ୟକତା ଏବଂ କାହାଣୀର ପ୍ରଭାବ ଅଧିକ ଗୁରୁତ୍ୱ ରଖେ।’’ ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ‘ଦୃଶ୍ୟମ୍’ ସିରିଜ୍‌ରେ ଅଜୟ ଦେବଗନ୍‌, ଶ୍ରୀୟା ସରଣ ଓ ଇଶିତା ଦତ୍ତାଙ୍କ ବ୍ୟତୀତ ତବୁ, ଜୟଦୀପ ଅହଲାୱତ୍‌, ପ୍ରକାଶ ରାଜ୍‌, ରଜତ କପୁର, ମୃଣାଳ ଯାଦବ, କମଲେଶ ସାୱନ୍ତ ଓ ସୌରଭ ଶୁକ୍ଳାଙ୍କ ଭଳି କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.