ARTICLE AD BOX
ଭଦ୍ରକ (ହରିହର ନାୟକ): କେନ୍ଦ୍ର ସରକାରଙ୍କ ସଂଶୋଧତ ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ ଆଇନ- ୨୦୨୬ (ଏମ୍ଏମ୍ଡିଆର୍)କୁ ତୁରନ୍ତ ପ୍ରତ୍ୟାହାର କରିବା ସହ ୧୦ରୁ ଊର୍ଦ୍ଧ୍ବ ପ୍ରସଙ୍ଗକୁ ନେଇ ଆଜି (ବୁଧବାର) ବିଭିନ୍ନ ବାମପନ୍ଥୀ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
MMDR law: ଏମ୍ଏମ୍ଡିଆର୍ ଆଇନ ଓଡ଼ିଶା ବିରୋଧୀ, ଗ୍ରହଣୀୟ ନୁହେଁ: ମାଟିର ସୁରକ୍ଷା ଆଗ, ଦଳ ପଛ
ଏସ୍ ୟୂ ସି ଆଇ (କମ୍ୟୁନିଷ୍ଟ) , ସିପିଆଇ (ଏମ୍ଏଲ୍), ସିପିଆଇ( ଏମ୍ଏଲ୍ )ରେଡ ଷ୍ଟାର ଓ଼ ସିପିଆଇ ଏମଏଲ (ଏନ୍ଡି ) ସଂଗଠନର ଶତାଧିକ କର୍ମୀ ଓ କର୍ମକର୍ତ୍ତା ଏକତ୍ରିତ ହୋଇ ଏକ ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍ ୟୂ ସି ଆଇ (ସି ) ଜିଲ୍ଲା କମିଟିର ବରିଷ୍ଠ ସଦସ୍ୟ ରାମ ଚନ୍ଦ୍ର ଶଙ୍ଖୁଆ ସଭାପତିତ୍ୱ କରିଥିଲେ। ଉକ୍ତ ସଭାରେ ଏସ୍ୟୁସିଆଇ (ସି ) ଜିଲ୍ଲା କମିଟିର ଡକ୍ଟର ରମେଶ ନାୟକ, ସିପିଆଇ (ଏମ୍ଏଲ ) ଜିଲ୍ଲା କମିଟି ସମ୍ପାଦକ ସୁଶାନ୍ତ ଜେନା, ଏସ୍ୟୁସିଆଇ (ସି ) ଜିଲ୍ଲା କମିଟି ସଭ୍ୟ ପର୍ଶୁରାମ ଲେଙ୍କା ଓ଼ ବରିଷ୍ଠ ଆଡ଼ଭୋକେଟ ନରେନ୍ଦ୍ର ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
MMDR Amendment Bill: ୨୦୨୪ରେ ଆମେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲୁ: ନବୀନ
ରାଜ୍ୟର ଖଣି ରାଜସ୍ବ ଓ଼ କର ଆଦାୟର ସାମ୍ବିଧାନିକ ଅଧିକାର ସୁରକ୍ଷା, ଓଡ଼ିଶାରେ ବକେୟା ଖଣି ରାଜସ୍ବ ଅଧିକାରକୁ ସୁରକ୍ଷା, କ୍ୟାପିଟିଭ ଖଣିଜର ବାଣିଜ୍ୟକ ବିକ୍ରି କରିବା ନୀତିକୁ ରଦ୍ଦ କରିବା, ଖଣି ଅଂଚଳର ବିସ୍ତାର କ୍ଷେତ୍ରରେ ଗ୍ରାମସଭା, ଆଦିବାସୀଙ୍କ ଅଧିକାର, ଜଙ୍ଗଲ ଅଧିକାର ଓ଼ ପରିବେଶ ଆଇନର ସମଗ୍ର ସୁରକ୍ଷା ଆଦିବାସୀ ଓ଼ ସ୍ଥାନୀୟ ଲୋକଙ୍କର ଜମି ଜଙ୍ଗଲ, ଜଳ ଓ଼ ଜୀବିକାର ଅଧିକାରର ସୁରକ୍ଷା ନୂଆ ଖଣି ଖୋଲିବା ଉପରେ ରୋକ ଲଗାଇ ପୂର୍ବରୁ ଖୋଲାଯାଇଥିବା ଖଣି ଗୁଡିକର ସାମାଜିକ ଓ଼ ଆର୍ଥିକ ଓ଼ ପରିବେଶଗତ ସମୀକ୍ଷା କରିବାକୁ ଦାବି କରିଥିଲେ।
ଏହି ବିକ୍ଷୋଭ ପ୍ରତିବାଦ ସଭାରେ, ଅନ୍ୟମାନଙ୍କ ମଧ୍ୟରେ ଏସ୍ୟୂସିଆଇ ( ସି ) ର ମଦନ ମହାକୁଡ଼, ହରେକୃଷ୍ଣ ଜେନା, ନଳିନୀ ସାମଲ, ସନ୍ତୋଷ ଜେନା ଓ଼ ସିପିଆଇ(ଏଲ୍)ର ରତ୍ନାକର ବେହେରା, କୁନିଲତା ଜେନା, ଶ୍ରୀମତୀ ବେହେରା, ଜଗା ମୁଣ୍ଡା , ରଜାମୁଣ୍ଡା ପ୍ରମୁଖ ଯୋଗଦେଇଥିଲେ।

3 weeks ago
8


