ARTICLE AD BOX
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଐତିହାସିକ, ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କର ଝଲକ ସୋମବାର ଦେଖିବାକୁ ମିଳିଛି। ଭାରତ ଗସ୍ତରେ ଆସିଥିବା ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଶୁପତିନାଥ ମନ୍ଦିରର ପବିତ୍ର ରୁଦ୍ରାକ୍ଷ, ଚନ୍ଦନ ଓ ଶାଳଗ୍ରାମ ଉପହାର ଦେଇଛନ୍ତି। ଏହାର ପ୍ରତିବଦଳରେ ମୋଦୀ ତାଙ୍କୁ ତ୍ରିବେଣୀର ପବିତ୍ର ଗଙ୍ଗାଜଳ ଭର୍ତ୍ତି ଏକ କଳସ ଉପହାର ଦେଇଛନ୍ତି।
ଆହୁରି ପଢନ୍ତୁ: Balasore School Incident: ଦଶମ ଶ୍ରେଣୀର ଛାତ୍ରର ଛୁରା ମାଡ଼ରେ ସହପାଠୀ ଗୁରୁତର
ବାଲେନ୍ ଶାହ ଏହି ଉପହାରଗୁଡ଼ିକୁ ଏକ ସୁନ୍ଦର କାଠ ନିର୍ମିତ ବାକ୍ସରେ ରଖି ମୋଦୀଙ୍କୁ ପ୍ରଦାନ କରିଥିଲେ। ଏଥିରେ ପଶୁପତିନାଥ ମନ୍ଦିରର ରୁଦ୍ରାକ୍ଷ, ଚନ୍ଦନ ଓ ଶାଳଗ୍ରାମ ରହିଥିଲା। ନେପାଳ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟର ସୂତ୍ର ଅନୁଯାୟୀ, ଏହି ଉପହାର ସେ ବ୍ୟକ୍ତିଗତ ଭାବେ ମୋଦୀଙ୍କୁ ଦେଇଥିଲେ। ଏହା ବ୍ୟତୀତ ନେପାଳ ଦୂତାବାସ ପକ୍ଷରୁ ମଧ୍ୟ ମୋଦୀଙ୍କୁ ମଛିନ୍ଦ୍ରନାଥଙ୍କ ସମ୍ପର୍କିତ ଏକ ଉପହାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୋଦୀ ବାଲେନ୍ ଶାହଙ୍କୁ ତ୍ରିବେଣୀର ଗଙ୍ଗାଜଳ ଭର୍ତ୍ତି କଳସ ଦେଇଥିଲେ। ଏହି ଉପହାର ଦୁଇ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ପର୍କର ପ୍ରତୀକ ଭାବେ ଦେଖାଯାଉଛି। ଉଭୟ ଦେଶର ଲୋକଙ୍କ ମଧ୍ୟରେ ଧାର୍ମିକ ଓ ସାଂସ୍କୃତିକ ଭାବଧାରାର ଆଦାନପ୍ରଦାନ ଦୀର୍ଘକାଳରୁ ରହିଆସିଛି। ଦୁଇ ଦେଶର ନେତାଙ୍କ ମଧ୍ୟରେ ଉପହାର ଆଦାନପ୍ରଦାନ ଏହି କୂଟନୈତିକ ଗସ୍ତକୁ ସାଂସ୍କୃତିକ ଗୁରୁତ୍ୱ ଦେଇଛି।

33 minutes ago
1


