Nepal’s India-bordering Sunsari: ନେପାଳରେ ସାମ୍ପ୍ରଦାୟିକ ହିଂସା: ଜଣେ ମୃତ, ୧୨ ଆହତ

1 hour ago 1
ARTICLE AD BOX

କାଠମାଣ୍ଡୁ: ନେପାଳର କୋଶି ପ୍ରଦେଶର ସୁନସାରି ଜିଲ୍ଲାରେ ସାମ୍ପ୍ରଦାୟିକ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୁରକ୍ଷାକର୍ମୀଙ୍କ ସମେତ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ସୋମବାର ସକାଳେ ସ୍ଥାନୀୟ ପ୍ରଶାସନ ଜିଲ୍ଲାର ପାଞ୍ଚଟି ବଜାର ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି। ନେପାଳର ସମ୍ପୃକ୍ତ ହିଂସାଗ୍ରସ୍ତ ଅଞ୍ଚଳ ବିହାର ସୀମାକୁ ଲାଗି ରହିଛି।

ସୁନସାରି ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଜିଲ୍ଲାର କପ୍ତାନଗଞ୍ଜ ବଜାର, ଦିବାନଗଞ୍ଜ ଗ୍ରାମୀଣ ନଗରପାଳିକା-୩ ସହିତ ପାଞ୍ଚଟି ବଜାର ଅଞ୍ଚଳରେ ସକାଳ ସାତଟାରୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ହିଂସା ରବିବାର ରାତିରେ ଦେବଗଞ୍ଜ ଗ୍ରାମ ପଞ୍ଚାୟତର କପ୍ତାନଗଞ୍ଜ ଅଞ୍ଚଳରେ ଆରମ୍ଭ ହୋଇଥିଲା। ଏଠାରେ ଦୁଇଟି ସମ୍ପ୍ରଦାୟର ଲୋକ ଅଲଗା ଅଲଗା ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ଗୋଟିଏ ପକ୍ଷରେ ବୋଲବମ ଯାତ୍ରା ପାଇଁ ଭିଡ଼ ଥିବାବେଳେ ଅନ୍ୟ ସମ୍ପ୍ରଦାୟର ଲୋକ ନିଜ ଧାର୍ମିକ କାର୍ଯ୍ୟକ୍ରମ କରୁଥିଲେ। ବିବାଦ ମୁଖ୍ୟତଃ ଲାଉଡସ୍ପିକରର ତୀବ୍ର ଧ୍ବନି ଓ ଧାର୍ମିକ ପତାକା ବ୍ୟବହାରକୁ ନେଇ ହୋଇଥିଲା।

ଭେନେଜୁଏଲା ଭୂମିକମ୍ପକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କଲେ ଇସ୍ରୋ-ନାସା

 ଦୁଇପକ୍ଷ ମଧ୍ୟରେ କଥା କଟାକଟି ଦେଖୁ ଦେଖୁ ହିଂସକ ରୂପ ନେଇଥିଲା। ଦୁଇ ସମ୍ପ୍ରଦାୟ ମଧ୍ୟରେ ପଥର ଫିଙ୍ଗା ଓ ମାଡ଼ପିଟ୍‌ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ କପ୍ତାନଗଞ୍ଜ ଅଞ୍ଚଳରେ ଦୋକାନ, ବଜାର, ଘର ମେଡିକାଲ ସୁବିଧା, ଗାଡ଼ି ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ। ପରସ୍ଥିତିକୁ ଦେଖି ସୁରକ୍ଷାକର୍ମୀ ହସ୍ତକ୍ଷେପ କରିଥିଲେ। ଭିଡ଼କୁ ଘଉଡ଼େଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଫାଙ୍କା ଗୁଳିଚାଳନା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଭିଡ଼ ଉପରକୁ ପୁଲିସକୁ ଗୁଳି ଚାଳନା କରିବାକୁ ପଡ଼ିଥିଲା। ପୁଲିସ ଗୁଳି ଚାଳନାରେ ୨୪ ବର୍ଷୀୟ ଓମ୍‌ ପ୍ରକାଶ ମେହତାଙ୍କର ମୃତ୍ୟୁ ହୋଇଥିଲା। ଏହି ହିଂସାରେ ସୁରକ୍ଷାକର୍ମୀଙ୍କ ସହିତ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ କେତେକ ଲୋକଙ୍କ ଅବସ୍ଥା ଗମ୍ଭୀର ଥିବା କୁହାଯାଉଛି। ଏବେବି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.