Neglected heritage: ଅବହେଳିତ ଐତିହ୍ୟ: ହଜିଯିବ ‘ଜିମିନିଆ ହିଲ୍‌’ର ଅକୁହା କାହାଣୀ

3 weeks ago 13
ARTICLE AD BOX

ପତିତପାବନ ସାହୁ

ଅନୁଗୋଳ: ନବପ୍ରସ୍ତର ଯୁଗର ଇତିହାସଠାରୁ ତାମ୍ର-ବ୍ରୋଞ୍ଜ ଯୁଗ ପର୍ଯ୍ୟନ୍ତ ଅନେକ କିଛି ନିଜ ଛାତି ତଳେ ସାଇତି ରଖିଛି ସାନକେରେଜାଙ୍ଗର ‘ଜିମିନିଆ ହିଲ୍‌’। ସରକାରୀ ସ୍ତରରେ ଏଠାରେ ଖନନ ପରେ ମିଳିଛି ଅନେକ ପ୍ରମାଣ। ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ଐତିହ୍ୟର ମାନ୍ୟତା ଦେଇ ସଂରକ୍ଷଣ କାର୍ଯ୍ୟ ନିଜ ହାତକୁ ନେଇଛନ୍ତି। କିନ୍ତୁ, ଏହାର ସୁରକ୍ଷା କିମ୍ବା ଅଧିକ ଗବେଷଣା ପାଇଁ ଆଗ୍ରହ ଦେଖାଇ ନାହାନ୍ତି। ଏଣୁ ‘ଜିମିନିଆ ହିଲ୍‌’ର ଅନେକ ଅକୁହା କାହାଣୀ ହଜିଯିବାକୁ ବସିଛି। 
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ସାନକେରେଜାଙ୍ଗର ଜିମିନିଆ ହିଲ୍‌ରୁ ୧୯୭୧ରେ ମସିହାରେ ପ୍ରାକ୍‌-ଐତିହାସିକ ଯୁଗର ସନ୍ଧାନ ମିଳିଥିଲା। ନୂତନ ପ୍ରସ୍ତର ଯୁଗର ଶେଷ ପର୍ଯ୍ୟାୟରେ ତାମ୍ର ଓ ବ୍ରୋଞ୍ଜ ଯୁଗର ଆରମ୍ଭ ହେବା ସମୟର ପ୍ରମାଣ ଏଠାରୁ ପାଇଥିଲେ ଗବେଷକ। ଏଠାରୁ ନୂତନ ପ୍ରସ୍ତର ଉପକରଣ ସହିତ ତାମ୍ର ନିହଣ ମିଳିଥିଲା। ପଥର ତିଆରି ଅସ୍ତ୍ର ଓ ତମ୍ବା ଚୂଡ଼ି ମିଳିଥିଲା। ୬୯ଟି ପ୍ରସ୍ତର ଯୁଗର କୀର୍ତ୍ତିରାଜି ସହିତ ୯୬ଟି ତାମ୍ର ଯୁଗର କୀର୍ତ୍ତିରାଜି ଓ ୧୬୭ଟି ହାଡ଼ ପାଇଥିଲେ ଗବେଷକ। ମିଶ୍ରିତ ପ୍ରସ୍ତର ସଂସ୍କୃତି ଓ ଧାତୁ ଯୁଗର କୀର୍ତ୍ତିରାଜି ସବୁ ଏଠାରୁ ଉଦ୍ଧାର ହୋଇ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ରଖାଯାଇଛି। ହେଲେ, ଏନେଇ ଅଧିକ ଗବେଷଣା କରାହୋଇନି। ଫଳରେ ଏଠାରେ ସଭ୍ୟତା କେବେ ଆରମ୍ଭ ହୋଇଥିଲା ଓ କେତେକାଳ ଏହା ବଞ୍ଚି ରହିଥିଲା ତା’ର ସଠିକ୍‌ ପ୍ରମାଣ ମିଳିପାରିନି।

 Ju Jitsu-championship: ଦଶମ ଏସିଆନ୍‌ ଜୁ ଜିତଷୁ ପ୍ରତିଯୋଗିତାରେ ଅନୁପମାଙ୍କ ସଫଳତା

ଅନେକ ଐତିହ୍ୟକୁ ନିଜ ପିଠିରେ ଧରି ରଖିଥିବା ଜିମିନିଆ ହିଲ୍‌କୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଐତିହ୍ୟସ୍ଥଳ ଭାବେ ଘୋଷଣା କରାଯିବା ପରେ ଏହାର ଉନ୍ନତୀକରଣ ଆଶା କରାଯାଉଥିଲା। କିନ୍ତୁ, ଇତିହାସର ମୂକସାକ୍ଷୀ ଏହି ପାହାଡ଼ ଏବେ ନିଜେ ଇତିହାସ ହେବାକୁ ବସିଲାଣି। ଏହି ପାହାଡ଼ ନେଇ ଅଧିକ ଗବେଷଣା କରାଯିବା ଦୂରର କଥା, ଏହାର ସଂରକ୍ଷଣ ପାଇଁ ବି ସାମାନ୍ୟତମ ଉଦ୍ୟମ ହୋଇନି। ପାହାଡ଼ ପାଖକୁ ରାସ୍ତା ଖଣ୍ଡେ ମଧ୍ୟ ନାହିଁ। ସମାଜସେବୀ ସରୋଜ ଦେବତା କହିଛନ୍ତି, ବାପ-ଅଜା ଅମଳରୁ ଆମେ ‘ଜିମିନିଆ ହିଲ୍‌’ ସଂପର୍କରେ ଅନେକ କଥା ଶୁଣିଛୁ। ଏଠାରେ ଖନନ ପରେ ବହୁ କୀର୍ତ୍ତିରାଜି ମଧ୍ୟ ମିଳିଥିଲା। ହେଲେ, ଏହି ପାହାଡ଼ର ସୁରକ୍ଷା ନେଇ କୌଣସି ଉଦ୍ୟମ କରାଯାଇନି। ଏପରି କି ଏହା ଐତିହ୍ୟସ୍ଥଳ ବୋଲି ସ୍ଥାନୀୟ ଲୋକେ ଜାଣିନାହାନ୍ତି। ଗବେଷକ ତଥା ତାଳଚେର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ବିନୟ ଖିଲାର କହିଛନ୍ତି, ଏଠାରେ ୮ ହଜାର ବର୍ଷ ତଳର ସଂସ୍କୃତିର ସନ୍ଧାନ ମିଳିଥିଲା। ଏଠାରୁ ମିଳିଥିବା ଉପକରଣ ଓ ସାମଗ୍ରୀ ଅନ୍ୟ କେଉଁଠୁ ମିଳିନି। ଏଣୁ, ଏହି ପାହାଡ଼ର ସଂରକ୍ଷଣ କରାଯିବା ସହ ଗବେଷଣା ହେବା ଆବଶ୍ୟକ। ଫଳରେ ଏହି ପାହାଡ଼ ତଳେ ରହିଥିବା ଅନେକ ଅକୁହା କାହାଣୀ ସାମନାକୁ ଆସିପାରିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ କହିଛନ୍ତି, ଜିମିନିଆ ହିଲ୍‌ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇଛି। କିନ୍ତୁ, ଏହାର ରକ୍ଷଣାବେକ୍ଷଣ କି ଉନ୍ନତୀକରଣ ନେଇ ଆମ ପାଖକୁ କୌଣସି ନିର୍ଦେଶ ଆସିନି।

Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.