Neglect: ସହିଦ ନୁଦୁରାମ୍‌ଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ

2 hours ago 2
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ସହିଦ ନୁଦୁରାମ୍‌ଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ସଙ୍କଟାପନ୍ନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ସୀମାଠାରୁ ଚମ୍ପାଉଦା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା। ଉକ୍ତ ଗାଁ ହେଉଛି ସହୀଦ ନୁଦୁରାମ ସୋରେନଙ୍କ ଗାଁ। ଗ୍ରାମକୁ ସଂଯୋଗ କରୁଥିବା ୨ କିଲୋମିଟର କଚ୍ଚା ରାସ୍ତା ପାଲଟିଛି ମରଣଯନ୍ତା। ଯିଏ ଦେଶ ପାଇଁ ନିଜକୁ ଗଲୱାନା ଘାଟିରେ ସହିଦ ହୋଇଥିଲେ ସେହି ଗାଁକୁ ବିଭାଗ ଅସମ୍ମାନ କରୁଥିବା ଅଭିଯୋଗ ହେଉଛି। 

ବିରଚକ୍ର ସହିଦ ନାଏବ ସୁବେଦାର ନୁନ୍ଦୁରାମ ସୋରେନ ଗୋଲୱାନା ଘାଟିରେ ନିଜ ଜୀବନକୁ ବାଜି ଲଗାଇ ଦେଶ ସେବାରେ ଚୀନ୍ ସୈନ୍ୟଙ୍କ ସହିତ ବୀରତ୍ୱର ସହିତ ଲଢ଼ି ନିଜେ ସହୀଦ ହୋଇଥିଲେ। କିନ୍ତୁ ଦୁଃଖର ବିଷୟ ଯେ ଗ୍ରାମର ରାସ୍ତା ଅବସ୍ଥା ଅତି ଶୋଚନୀୟ। ରାଇରଙ୍ଗପୁର ବ୍ଲକ ପ୍ରଶାସନର ଅଣଦେଖା ପାଇଁ ଚମ୍ପାଉଦା ଗାଁ ରାସ୍ତା ଅବସ୍ଥା ବେହାଲ ହୋଇ ପଡିଛି। ତେବେ କିଏ ବୁଝିବ ଗ୍ରାମବାସୀଙ୍କ ସମସ୍ୟା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଚମ୍ପାଉଦା ଗ୍ରାମରେ ୭ ଶହରୁ ଅଧିକ ପରିବାର ବସବାସ କରୁଥିବା ବେଳେ ୩ ହଜାରରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। 

ତେବେ ୨ କିମି କାଦୁଅ ପଚପଚ ନାଲି ମାଟିର ରାସ୍ତା ପାଲଟିଛି ଗ୍ରାମବାସୀଙ୍କ ଲାଇଫ ଲାଇନ। ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଇରଙ୍ଗପୁର ସହରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ହୋଇଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାତାୟାତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। 

ଗ୍ରାମର ମନୋରଞ୍ଜନ ହାଁସଦାଃ ଓ ଲଳିତ କୁମାର ମହାନ୍ତ କହିବା ଅନୁଯାୟୀ ପ୍ରସାଶନ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି। ଏପରିକି ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଉକ୍ତ ରାସ୍ତାର ଦୂରାବସ୍ଥା ନେଇ ଗ୍ରାମବାସୀ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ଥିଲେ ମଧ୍ୟ ସୁଫଳ ମିଳିନାହିଁ। ଉକ୍ତ ରାସ୍ତା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପାଖ ରେଳଧାରଣାର ଗଳାପୋଲୋଠାରୁ ଗ୍ରାମ ପର୍ଯ୍ୟନ୍ତ କାଦୁଅ ପଚପଚ ରହିଛି। 

ତେବେ ଉକ୍ତ ରାସ୍ତା ଦେଇ ରାଇରଙ୍ଗପୁର ଓ ବିଜାତଳା ବ୍ଲକର ୧୦ରୁ ଅଧିକ ଗାଁର ଲୋକେ ଯାତାୟାତ କରିଥାନ୍ତି। ତେବେ ସହୀଦଙ୍କ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ପକ୍କା ରାସ୍ତା କେବେ ହେବ ତାହା ଦେଖିବାକୁ ବାକି ରହିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.