ARTICLE AD BOX
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରି ଅଞ୍ଚଳର ପ୍ରତିଭା ବାନ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ି ଉଜ୍ବଳ ଭବିଷ୍ୟତ ଗଠନ କରିବା ନିମନ୍ତେ ସ୍ଥାନୀୟ ଶ୍ରୀରାମପଦା ଠାରେ ବିଗତ ସରକାରଙ୍କ ଦ୍ଵାରା ୬.୪ କୋଟି ଟଙ୍କା ବ୍ୟୟ ବରାଦରେ ଫେବ୍ରୁଆରି ୨୦୨୪ ରେ ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ ହୋଇଥିଲା।
ଏଥିରେ ସମସ୍ତ ଇଣ୍ଡୋର ଗେମ୍ ସହ ଯୋଗ ଜିମ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ସ୍ଥାନୀୟ ଅଞ୍ଚଳର କ୍ରୀଡା ପ୍ରେମୀ ଓ କ୍ରୀଡ଼ାବିତମାନଙ୍କ ଦାବିକୁ ଦୃଷ୍ଟିରେ ରଖି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଇଣ୍ଡୋର ଷ୍ଟାଡିୟମ୍ଟି ରକ୍ଷଣା ବେକ୍ଷଣା ଅଭାବରୁ ନଷ୍ଟ ହେବାକୁ ବସିଲାଣି। ମାଳମାଳ ସମସ୍ୟା ଭିତରେ ଚାଲିଛି ଏହି ଷ୍ଟାଡିୟମ ବୁଝିବାକୁ କେହି ନାହାନ୍ତି। ଅଭିଯୋଗ କଲେ କାହାକୁ ଶୁଭୁନି କି ଦେଖାଯାଉନି।ଏହି ଷ୍ଟାଡିୟମର ରକ୍ଷଣା ବେକ୍ଷଣ ଦାୟିତ୍ୱ କେଉଁ ବିଭାଗର ତାହା ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ମାଣ କରିଥିଲା ପୂର୍ତ୍ତ ବିଭାଗ ନିର୍ମାଣ ସରିବା ପରେ କ୍ରୀଡା ବିଭାଗକୁ ହସ୍ତାନ୍ତର କରିଦିଆଯିବା ପରେ ଏହାର ରକ୍ଷଣାବେକ୍ଷଣ ଜମାରୁ ହୋଇନି, ଯାହା ନିର୍ମାଣ ହୋଇଥିଲା ସେତିକି ତାପରେ ସବୁ ଚୁପଚାପ ବସିଛନ୍ତି। ଏଥି ଯୋଗୁଁ ବର୍ତ୍ତମାନ ଖେଳାଳିମାନେ ବହୁ ସମସ୍ୟା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସମସ୍ତ ଖେଳାଳିମାନେ।
ଖେଳାଳିଙ୍କ ଅଭିଯୋଗ ଅନୁସାରେ ବର୍ତ୍ତମାନ ଏହି ଇଣ୍ଡୋର ଷ୍ଟାଡିୟମ ପ୍ରବେଶ ଦ୍ୱାର ପୁଟିକ ଭାଙ୍ଗି ତଳେ ପଡୁଛି କେତେବେଳେ ଖେଳାଳିଙ୍କ ଉପରେ ପଡ଼ିବା ଭୟ ରହିଛି। ଭିତରେ ଲାଗିଥିବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ରାଂଶ ଖରାପ ହୋଇଯାଇଛି, ବେଟମିଣ୍ଟନ କୋର୍ଟର ପାଖାପାଖି ୨୧ରୁ ଊର୍ଦ୍ଧ୍ବ ହେଲୋଜିନ ଲାଇଟ ଲାଗୁନାହିଁ। ତଳେ ପଡ଼ିଥିବା ମେଟ, ଅଗ୍ନି ନିରାପତ୍ତା ପୁନଃ ସଂଯୋଗ, ୱାଟର ପିୟୁରିଫାଇର ମରାମତି, ସିନ୍ଥେଟିକ ଟ୍ରାକ୍ର ପୁନଃନିର୍ମାଣ ଆବଶ୍ୟକ ରହିଛି, ଡିଜି ଜେନେରେଟର ବ୍ୟବସ୍ଥା କରିବା ଏବଂ ସୋଲାର ପ୍ୟାନେଲ ସଂଯୋଗୀକରଣ ନିମନ୍ତେ ଦାବି ରହିଛି।
Commonwealth Games: ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ପାକିସ୍ତାନୀ ବକ୍ସର ନିଖୋଜ
ସବୁଠାରୁ ବଡ଼ ବିଷୟ ହେଲା ବର୍ଷା ହେଲେ ଇଣ୍ଡୋର ଭିତରେ ପାଣି ଗଳୁଛି ବହୁ ସ୍ଥାନରେ କାନ୍ଥ ଫାଟି ଥିବାରୁ ସେଇପଟେ ବର୍ଷା ପାଣି ସିଙ୍କ କରିବା ସହ କାନ୍ଥ ଦେଇ ତଳକୁ ଝରୁଛି। ବହୁ ସମସ୍ୟାରେ ମଧ୍ୟ ଖେଳାଳିମାନେ ସେଠାରେ ଖେଳୁଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଇ ସମସ୍ୟା ନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର ନାୟକ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଦ୍ୟାବିଧି କୌଣସି ସମାଧାନ ହୋଇପାରିନାହିଁ। ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଏଇ ସମସ୍ୟା ନେଇ ଆମ ପ୍ରତିନିଧି ପଚାରିବାରୁ ଇଣ୍ଡୋର ଷ୍ଟାଡିଅମ ମରାମତି ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ନାହିଁ ଆବଶ୍ୟକୀୟ ପୁନଃରୁଦ୍ଧାର ଯୋଜନା ସହ ଉକ୍ତ ସମସ୍ୟା ବିଷୟରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।
ଜିଲ୍ଲା କ୍ରୀଡ଼ା ବିଭାଗ ନିକଟରେ ଇଣ୍ଡୋର ଷ୍ଟାଡିଅମ ମରାମତି ନିମନ୍ତେ ପର୍ଯ୍ୟାପ୍ତ ଫଣ୍ଡ ନଥିବା ନେଇ ସାଧାରଣରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ପରିଚାଳନା କାର୍ଯ୍ୟଶୈଳୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦାୟିତ୍ୱରେ ଥିବା ଅଧିକାରୀ ଏହି ବିଷୟ ଅବଗତ ଥିବା ସତ୍ତ୍ୱେ କିଛି କରିପାରୁନାହାନ୍ତି। ପ୍ରଶ୍ନ ଉଠୁଛି ବିଭାଗୀୟ ଅଧିକାରୀ ସମସ୍ୟା ବିଷୟରେ ଜାଣି ସୁଦ୍ଧା ସମସ୍ୟାର ସମାଧାନ ନିମନ୍ତେ କିଛି ପଦକ୍ଷେପ ନେଇ ପାରୁନାହାନ୍ତି କାହିଁକି ବର୍ତ୍ତମାନ ଏହି ଷ୍ଟାଡିୟମର ରାକ୍ଷଣବେକ୍ଷଣ କାହା ଦାୟିତ୍ୱ ବୋଲି ପ୍ରଶ୍ନ କରିଛନ୍ତି ଭେଟେରାନ ଖେଳାଳିମାନେ।
/filters:format(webp)/sambad/media/media_files/2026/08/02/new-project-2026-08-02-19-29-24.jpg)
ପ୍ରତିକ୍ରିୟା
ମନରଞ୍ଜନ ପ୍ରଧାନ: ମୁଁ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ।ଖେଳକୁ ମୁଁ ଭଲ ପାଏ ଖେଳ ପ୍ରତି ମୋର ଦୁର୍ବଳତା ଅଛି।ପ୍ରତ୍ୟକ ଦିନ ଦୁଇ ଓଳା ଇଣ୍ଡୋର ଷ୍ଟାଡିୟମ ରେ ବେଟମିଣ୍ଟନ ଖେଳିବାକୁ ଆସେ ନୂଆ ଷ୍ଟାଡିୟମ ହେବା ପରେ ଯେଉଁ ଖୁସି ଥିଲା ବର୍ତ୍ତମାନ ତାହା ମଉଳିବାରେ ଲାଗିଲାନି କାରଣ ଧୀରେ ଧୀରେ ସବୁ ନଷ୍ଟ ହେବାକୁ ଲାଗିଲାଣି।ତୁରନ୍ତ ଷ୍ଟାଡିୟମ ରେ ଲାଗିରହିଥିବା ସମସ୍ୟା ର ସମାଧାନ କରିବାକୁ ଅନୁରୋଧ କରୁଛୁ।
ଗୋପାଳ କୃଷ୍ଣ ବାଘ: ମୁଁ ସରକାରୀ ଚାକିରିରୁ ଅବସର ନେବା ପରେ ଏହି ଇଣ୍ଡୋର ଷ୍ଟାଡିୟମ ର ଫାଇଦା ଉଠେଇବାରେ ଲାଗିଥିବା ବେଳେ ଏହା ର ମରାମତି ରକ୍ଷଣାବେକ୍ଷଣ ଅଭାବରୁ ସବୁ ଖତ ଖାଇବାକୁ ଲାଗିଲାଣି।ଦୁଃଖ ଲାଗୁଛି କୋଟି କୋଟି ଟଙ୍କା ବ୍ୟୟ ହେଲା ହେଲେ ଆମ ଆଖି ଆଗରେ ନଷ୍ଟ ହେବାକୁ ବସିଲାଣି ଏଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ ଏହି ଷ୍ଟାଡିୟମ ର ଲାଗିଥିବା ସମସ୍ୟା ପ୍ରତି ଧ୍ୟାନ ଦେଇ ଶୀଘ୍ର କାର୍ଯ୍ୟ କରନ୍ତୁ।
ମଙ୍ଗୁଳୁ ଚରଣ ମାଝୀ: ସରକାର ସ୍ଥାନୀୟ ଅଞ୍ଚଳର ଖେଳାଳି ମାନଙ୍କ ପାଇଁ ସୁନ୍ଦର ଇଣ୍ଡୋର ଷ୍ଟାଡିୟମ ଟିଏ ନିର୍ମାଣ କଲେ ଆମେ ଉପକୃତ ହେଉଛି ହେଲେ ତାର ଆଵଶ୍ୟକକୀୟ ମରାମତି ଅଭାବରୁ ଏବେ ଖେଳିବା କଷ୍ଟକର ହୋଇଯାଇଛି।ସବୁ ଅବ୍ୟବସ୍ଥା ଭିତରେ ଚାଲିଛି।ଏଣୁ ସରକାର ଏଥି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ।
ପ୍ରଫୁଲ କୁମାର ରାଉତ: ଖେଳାଳି ଭାବେ ଇଣ୍ଡୋର ଷ୍ଟାଡିୟମ ପାଇଁ ଆମେ ଗର୍ବ କରୁଥିଲୁ ହେଲେ ଏବେ ଯାହା ଅବସ୍ଥା ନା କହି ହେଉଛି ନା ସହି ହେଉଛି।ଏହି ଷ୍ଟାଡିୟମ ର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମାଧାନ ପାଇଁ ଦାବି କରୁଛୁ।

1 hour ago
2

