ARTICLE AD BOX
ରାଇରଙ୍ଗପୁର/ବାଦାମପାହାଡ଼: ମୌସୁମୀର ପ୍ରଭାବରେ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବହୁ ଲୋକଙ୍କ ଦିନ କଟୁଛି ଭଙ୍ଗା ଘରେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା ଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚିତ ହେଉଛନ୍ତି।
ତେବେ ଏଭଳି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ହାଟବାଦଡା ଗ୍ରାମର କଲୋନିସାହିରେ। ସେହି ଗ୍ରାମର ବିଧବା ମହିଳା ଜଣକ ହେଉଛନ୍ତି ସୁନନ୍ଦା ନାଏକ। ଯିଏ ଝୋମ ଝୋମ ବର୍ଷା ହେଉଥିବା ସତ୍ତେ କୌଣସି ଉପାୟ ନ ପାଇ ପାଞ୍ଚ ବର୍ଷର ଶିଶୁଙ୍କୁ ଧରି ଭଙ୍ଗା ଘରେ ଦିନ କାଟୁଛନ୍ତି। ତାଙ୍କ ଘରେ ନାହିଁ ବିଦ୍ୟୁତ କି ଆଲୁଅ। କେତେ ବେଳେ କାନ୍ଥ ଭାଙ୍ଗି ମାଆ ପୁଅଙ୍କ ଉପରେ ପଡ଼ିଯିବ ତାହା ଭଗବାନ ଭରସା। ତାଙ୍କର କହିବା ଅନୁସାରେ ସେ ଆବାସ ଯୋଜନାରେ ଘର ପାଇଁ ବାରମ୍ବାର ଆବେଦନ କରିଥିଲେ କିନ୍ତୁ ଚଳିତ ବର୍ଷ ଆବାସ ଲିଷ୍ଟରେ ତାଙ୍କର ନାମ ନାହିଁ। ତେଣୁ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ପାଞ୍ଚ ବର୍ଷର ଶିଶୁକୁ ଧରି ଭଙ୍ଗା ଘରେ ଦିନ କୋଟାଉଛନ୍ତି।
ଗୋପବନ୍ଧୁ ଲେପ୍ରସି କଲୋନି, ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି
ଅପରପକ୍ଷରେ ସରକାରଙ୍କ ପାଖରୁ କେବଳ ୫ କେ.ଜି ଚାଉଳ ପାଉଥିବାରୁ ଗୋଟିଏ ମାସ ଚଳିବାକୁ ବହୁ କଷ୍ଟ ହେଉଛି। ଏଣୁ ତାଙ୍କ ଦାରିଦ୍ରତାକୁ ଦୃଷ୍ଟିରେ ରଖି ସରକାର ଯଥାଶୀଘ୍ର ଆବାସ ଗୃହ ଏବଂ ଅନ୍ତର୍ଦୟ ଯୋଜନାରେ ରାସନ କାର୍ଡ ଯୋଗାଇ ଦେବାକୁ ଗଣମାଧ୍ୟମ ଜରିଆରେ ଦାବୀ କରିଛନ୍ତି। ଏନେଇ ପିଇଓ ଜନ୍ମେଜୟ ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଉକ୍ତ ମହିଳାଙ୍କ ଜାଗା (ଜମି) ନଥିବାରୁ ଆବାସ ଯୋଜନାରେ ତାଙ୍କର ନାମ ଆସିନାହିଁ ତେଣୁ ସୁନନ୍ଦାଙ୍କୁ ଅନ୍ତର୍ଦୟ ଗୃହ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଉପରିସ୍ଥ ଅଧିକାରୀଙ୍କ ସହିତ ସେ ସମ୍ବନ୍ଧରେ ଆଲୋଚନା କରି ଆବାସ ଯୋଜନାରେ ଘର ଯୋଗାଇବାକୁ ଚେଷ୍ଟା କରିବେ ବୋଲି ନିଜ ମତ ରଖିଛନ୍ତି।

1 hour ago
1


