Neglect: ‘ବିନା ଏନ୍‌ଓସି’ରେ ପରିଚାଲିତ ହେଉଛି ନସିଂ କଲେଜ

1 hour ago 2
ARTICLE AD BOX

ଭଦ୍ରକ (ହରିହର ନାୟକ): ଭଦ୍ରକରେ ବିନା ଭିତ୍ତିଭୂମିର ଛତୁଫୁଟିଲା ଭଳି ଖୋଲିଚାଲିଛି ନସିଂ କଲେଜ! ବିନା ଏନ୍‌ଓସି ଏବଂ ବେଆଇନ ଭାବରେ ଏନ୍‌ଓସି ନେଇ ଖୋଲାଯାଉଛି ନର୍ସିଂ କଲେଜ। ପ୍ରାକ୍ଟିକାଲ ପାଇଁ ନାହିଁ ଲ୍ୟାବ। କିମ୍ବା  ଆବଶ୍ୟକ ଉପକରଣ। ଏଭଳି ସ୍ଥିତିରେ କିଭଳି ଖୋଲା ଯାଉଛି ନର୍ସିଂ ସ୍କୁଲ ଆଉ କଲେଜ ତାହାକୁ ନେଇ ଉଠିଛି ପ୍ରଶ୍ନ। ସ୍ବାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗର ବିନା ଯାଞ୍ଚରେ ଏହିସବୁ ଅନୁଷ୍ଠାନ ଖୋଲାଚାଲିଛି। କେତେକ ସ୍ଥାନରେ ଉପର ଠାଉରିଆ ଭାବରେ ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ କମିଟି ବିନା ଏନ୍‌ଓସିରେ ଅନୁମତି କରି ବେଆଇନ ଭାବରେ ନସିଂ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଉଛି। ଅନେକ ଶିକ୍ଷାନୁଷ୍ଠାନର ନିଜସ୍ବ ଭିତ୍ତଭୂମି ଓ ଜମି ଜାଗା ଘର ନଥିବା ବେଳେ ସେମାନଙ୍କୁ କିଭଳି ଭାବରେ ଏହିସବୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଗଲା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ। 

ଭଦ୍ରକ ଜିଲ୍ଲାରେ ଏବେ ୧୩ରୁ ଅଧିକ ଘରୋଇ ନସିଂ ଶିକ୍ଷାନୁଷ୍ଠାନ ଖୋଲାଯାଉଛି। ଏହି ଶିକ୍ଷାନୁଷ୍ଠାନରେ ଏଏନ୍ଏମ. ଜିଏନ  ଏମ ଓ ବିଏସସି ନସିଂ ଭଳି ପାଠ୍ୟକ୍ରମ ଖୋଳାଯାଇଛି। ଛାତ୍ରୀଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେଇ ନାମ ଲେଖାଇ ଶୋଷଣ କରୁଛନ୍ତି। ଜଣେ ଜଣେ ଛାତ୍ରୀଙ୍କ ନିକଟରୁ କୋର୍ସ୍ ଫି ବାବଦକୁ ଏଏନଏମ ପାଇଁ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ବେକେ ଜିଏନଏମ ପାଇଁ ତିନି ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି। ଏହି ସବୁ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଇବା ପାଇଁ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ନଥିବା ବେଳେ ପ୍ରାକ୍ଟିକାଲ କରିବା ପାଇଁ ସେଭଳି ଭିତିଭୂମି ନାହିଁ। ଏହି ସବୁ ଘରୋଇ କଲେଜରେ ନାମ ଲେଖାଇ ଏକ ସାର୍ଟିଫିକେଟ ଧରାଇ ଦେବା ସାର ହେଉଛି। ଛାତ୍ରୀମାନେ ଏହିସବୁ ଶିକ୍ଷାନୁଷ୍ଠାନରେ ପାସ କରିବା ପାରେ ସେମାନଙ୍କୁ କୌଣସି ସରକାରୀ ଚାକିରୀ ମିଳୁ ନଥିବା ବେଳେ କିଛି ଘରୋଇ ନସିଂ ହୋମରେ କିମ୍ବା ଆଉଟ୍‌ସୋସିଂ ସଂସ୍ଥା ପାଖରେ କମ୍ ଟଙ୍କାରେ ଚାକିରି କରୁଛନ୍ତି। 

ଭଦ୍ରକ ଜିଲ୍ଲାରେ କିଛି ନସିଂ ହୋମ ମାଲିକମାନେ ମଧ୍ୟ ଅତି ଚତୁରତାର ସହ ଏହିଭଳି କିଛି ଶିକ୍ଷାନୁଷ୍ଠାନ ଖୋଲି ସେହି ଛାତ୍ରୀମାନକୁ ପ୍ରାଟିକାଲ କୋର୍ସ ବାହାନାରେ ନିଜ ନସିଂ ହୋମରେ କାମ କରାଇ ଶୋଷଣ କରୁଛନ୍ତି। ଭଦ୍ରକରେ ଏଭଳି ଅନେକ ଶିକ୍ଷା ଓ ସ୍ବାସ୍ଥ୍ୟ ବେପାରୀ ବେଆଇନ ଭାବରେ ନିଜର ଜାୟା ବିସ୍ତାର କରିଥିବା ବେଳେ ସେମାନଙ୍କ ସଂସ୍ଥା ଉପରେ ଚଢାଉ କରାଯାଉ ନାହିଁ ବୋଲି ବହୁ ଅଭିଭାବକ ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଉଛନ୍ତି। ଛାତ୍ରୀମାନଙ୍କୁ ଘରୋଇ ଭାବରେ ହଷ୍ଟେଲରେ ରଖୁଥିବା ବେକେ ସେମାନଙ୍କ ଠାରୁ ମୋଟା ଅଙ୍କରେ ଅର୍ଥ ଉଠାଣ କରି ନିମ୍ନମାନର ଖାଦ୍ୟ ଦେଉଛନ୍ତି। ସ୍ୱାସ୍ଥ୍ୟକର ପରିବେଶରେ ରଖିବାକୁ ଦିଆଯାଉଛି। 

ଏହିଭଳି ବହୁ ଅସୁବିଧା ଭିତରେ ଛାତ୍ରୀମାନେ ନର୍ସିଂ ପାଠ ପଢୁଥିବା ବେକେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। କାରଣ ପ୍ରାକ୍ଟିକାଲ ମାର୍କ କାଟି ଦେବାର ଭୟ ରହୁଛି। ଏଭଳି  ଅବ୍ୟବସ୍ଥାରେ ଭଦ୍ରକ ଜିଲ୍ଲାରେ ଚାଲୁଥିବା ଘରୋଇ ନର୍ସିଂ ସ୍କୁଲ ଓ କଲେଜ ଉପରେ  ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.