Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା

1 hour ago 3
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନାର ଲାଭ ଶ୍ରମିକ କିମ୍ବା ସେମାନଙ୍କ ପରିବାର ଯେଭଳି ଉଠାଇବା କଥା ଉଠାଇ ପାରୁନାହାନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକର ୧୫୧୭ଜଣ ଶ୍ରମିକ ପୁନଃପଂଜୀକରଣରୁ ବଂଚିତ ହୋଇଛନ୍ତି। ସେ ଅନୁମୋଦନ କରିବା ପରେ ହିଁ ଏମାନେ ଯୋଜନାରେ ସାମିଲ ହୋଇ ପାରିବେ। ତେବେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ଶ୍ରମ ଆୟୁକ୍ତ ପଦବି ଖାଲି ପଡିଥିବାରୁ ଏହା ହୋଇପାରୁ ନାହିଁ। ଗତ ୫ବର୍ଷ ହେବ ଏମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇ ସାରିଲେଣି। ଯୋଗ୍ୟ ଶ୍ରମିକମାନେ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି। 

ଜିଲ୍ଲାର ୧୦ଟି ବ୍ଲକ୍‌, ୨ପୌରାଂଚଳରେ ୨୦୦୯ ମସିହାରୁ ୧,୨୮,୬୮୧ ଜଣ ନିର୍ମାଣ ଶ୍ରମିକଙ୍କର ନାମ ପଂଜୀକୃତ ହୋଇଥିଲା। ଏଥିରୁ ୬୦ବର୍ଷରୁ ଊର୍ଦ୍ଧ୍ବ ୪୪୪୬ଜଣ ଓ ୩୦୩୧ଜଣଙ୍କର ମୃତ୍ୟୁ ‌ପରେ କଟିଯାଇଛନ୍ତି। ୨୯,୦୩୧ଜଣ ନିଜ କାର୍ଡକୁ ପୁନଃପଂଜୀକରଣ କରୁନଥିବା ବେଳେ ୯୨,୦୭୩ ଜଣଙ୍କର କାର୍ଡ ସଚଳ ରହିଛି ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ। ଅଣସଂଗଠିତ କ୍ଷେତ୍ର କର୍ମଚାରୀ ୨୦୧୭ ମସିହାରୁ ୨୦,୮୭୯ଜଣଙ୍କ କାର୍ଡ ସଚଳ ଅଛି। 

୨୦୨୧ମସିହାରୁ ଚନ୍ଦାହାଣ୍ଡି ବ୍ଲକର ଦୁର୍ଗମ ତଥା ଛତିଶଗଡ଼ ସୀମାନ୍ତ ମାଲଗାଁର ହରଗୌଡ଼ ଗତ ପୁନଃପଂଜୀକରଣ ପାଇଁ ବାରମ୍ବାର ଦୌଡ଼ିଦୌଡ଼ି ନୟାନ୍ତ ହୋଇପଡ଼ିଥିବା କହିଛନ୍ତି। ଝିଅ ଯୁକ୍ତ ଦୁଇ ପଢ଼ୁଥିଲେ ହେଁ ଝିଅ କିମ୍ବା ପରିବାରବର୍ଗ ସରକାରୀ ଯୋଜନାରୁ କିଛି ଲାଭ ପାଇନଥିବା କହିଛନ୍ତି। ଥରକୁ ୩୦୦କିଲୋମିଟର ଯିବା ଆସିବା କରି ଅଯଥାରେ ବସ୍‌ଭଡ଼ା, ଖାଇବା ଖର୍ଚ୍ଚ ଓ କାମ ବନ୍ଦ କରି ଯିବା ପରେ ବି ତାଙ୍କର ନ ହେବାରୁ ସେ ନିରାଶ ହୋଇ ପଡ଼ିଛନ୍ତି। 

ସେହିପରି ନବରଙ୍ଗପୁର ବ୍ଲକର ପୁଜାରୀଗୁଡ଼ା ଗାଁର ଚନ୍ଦ୍ରା ବୌରାଗୀ ମଧ୍ୟ ବାରମ୍ବାର ଦୌଡ଼ିବା ପରେ ବି ହୋଇପାରିନି। ତାଙ୍କ ଦୁଇ ଝିଅ ମଧ୍ୟରୁ ଜଣେ କଲେଜ ଓ ଅନ୍ୟ ଜଣେ ନର୍ସିଂ ପଢ଼ୁଥିଲେହେଁ ସେମାନେ ବି ନିର୍ମାଣ ଶ୍ରମିକଙ୍କୁ ମିଳିବାକୁ ଥିବା ଯୋଜନାରୁ ଲାଭ ପାଇ ନଥିବା କହିଛନ୍ତି। ଏମାନଙ୍କ ପରି ଫୁଲ ଭତ୍ରା, ହର ଭତ୍ରା, କଳାବତୀ ଭତ୍ରା, ତୁଳା ହରିଜନ, ଯଶୋଦା ଗୌଡ, ସୁଜାତା ଠାକୁର, ବେଳମତି ମାଝୀ, ଗଙ୍ଗାଇ ଭତ୍ରା ଭଳି ବହୁ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କର ପୁନଃପଞୀକରଣ ହୋଇପାରୁନି। ଏଠାରେ କିଛି ଶ୍ରମିକ ସଂଗଠନର କର୍ମକର୍ତ୍ତା ନାଁରେ ଦଲାଲମାନେ ଡେରା ପକାଇ ଶ୍ରମିକଙ୍କ ଠାରୁ ୨ହଜାରରୁ ୫ହଜାର ଯାଏଁ ଟଙ୍କା ନେଇ କିଛି ଶ୍ରମିକଙ୍କର ପୁନଃପଞୀକରଣ କରାଇଥିବା ଏମାନେ ଅଭିଯୋଗ କରିଛନ୍ତି। 

ପାକିସ୍ତାନ କୋଇଲା ଖଣିରେ ଭୟାବହ ବିସ୍ଫୋରଣ: ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିରହିଛନ୍ତି ୧୦ ଜଣ

ଶ୍ରମିକ ଦଲାଲମାନେ ଆଡ୍ଡା ଜମାଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ  ଜିଲ୍ଲାପାଳ ଡ.ମ‌ହେଶ୍ବର ସ୍ବାଇଁ ଅଚାନକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଗସ୍ତ କରି ଜଣେ ଦଲାଲଙ୍କୁ  ଧରିଥିଲେ। କିଛି ଦିନ ଏହା ବନ୍ଦ ପରେ ପୁଣି ଚାଳୁଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। 
ଦଲାଲ ରହୁନାହାନ୍ତି ବୋଲି ସଫେଇ ଦେଇଛନ୍ତି ଜିଲ୍ଲାଶ୍ରମ ଅଧିକାରୀ। ପୁନଃପଞୀକରଣ କିଏ ଓ କାହିଁକି କରୁନାହାନ୍ତି ତାହାର କାରଣ ଖୋଜି ସର୍ଭେ ହୋଇନି ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ। 

ଜଣେ ଅଧିକାରୀଙ୍କୁ ତିନି ଜିଲ୍ଲାର ଦାୟିତ୍ବ ଦିଆଯାଇଥିବାରୁ ଏଭଳି ସମସ୍ୟା ହେଉଥିବ, ତାହା ଯାଂଚ କରିବେ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଆୟୁକ୍ତ ବୃନ୍ଦାବନ ସେଠୀ। କିଏ ମରିଯାଇଥିବ କିମ୍ବା ଜାଲ୍‌ ହେଉଥିବ ତାହାର ଯାଂଚ କରିବାକୁ ପଡ଼ିବ। ତେଣୁ ସେ ଯାଇ ଯାଂଚ କରିବା ପରେ ପୁନଃପଂଜୀକରଣ କରାଯାଉଛି ବୋଲି କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.