Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି

50 minutes ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାର ସାମଗ୍ରୀକ ବିକାଶରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅନୁଦାନ ଦେବା ବାଦେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ପ୍ରମୁଖ ଭାଗିଦାରୀ ରହିବା କଥା। ତେବେ ଏହି ପାଣ୍ଠିକୁ ଯେଭଳି ସଦୁପଯୋଗ କରିବା କଥା କରିବା ବଦଳରେ ଟଙ୍କାକୁ ବ୍ୟାଙ୍କରେ ଜମା କରି ରଖାଯାଇଛି। ପାଣ୍ଠିର ଅତିକମରେ ୭୦% ଖର୍ଚ୍ଚ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଏବଂ ପରିମଳ, ଶିକ୍ଷା ଏବଂ ଦକ୍ଷତା ବିକାଶ, ମହିଳା, ଶିଶୁ, ବୟସ୍କ, ଭିନ୍ନକ୍ଷମ ବ୍ୟକ୍ତିଙ୍କ କଲ୍ୟାଣ, ପରିବେଶ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ରାସ୍ତା, ଜଳସେଚନ ଏବଂ ଶକ୍ତି ଓ ଜଳବିଭାଜିକା (ୱାଟରସେଡ୍) ବିକାଶ କରାଯିବା କଥା। ପଛୁଆ ଜିଲ୍ଲାରୁ ଆଗୁଆ ହେବାକୁ ପ୍ରୟାସ କରୁଥିବା ବେଳେ  ଟଙ୍କାକୁ ବ୍ୟାଙ୍କରେ ନ ରଖି ବିକାଶରେ ଲଗାଇବା କଥା ବୋଲି ବୁଦ୍ଧିଜୀବୀ ଓ ଲୋକ ପ୍ରତିନିଧିମାନେ କହୁଛନ୍ତି।  

୨୦୧୫-୧୬ମସିହାରୁ ୨୦୨୫-୨୬ମସିହା ୧୧ବର୍ଷ ମଧ୍ୟରେ ୧୦କୋଟି ୬୧ଲକ୍ଷ ୩୯ହଜାର ୨୧୭ଟଙ୍କା ସଂଗୃହୀତ ହୋଇଛି। ଏଥିରୁ ବିଭିନ୍ନ ପ୍ରକଳ୍ପ ବାବଦରେ ଏକ କୋଟି ୫୫ଲକ୍ଷ ୬୫ହଜାର ୮୮୪ଟଙ୍କା ଖର୍ଚ୍ଚ କରାଯାଇଛି। ବ୍ୟାଙ୍କରେ ଜମା ହେବା ପରେ ୩୭ଲକ୍ଷ ୨,୪୫୬ଟଙ୍କାର ସୁଧ ମିଳିବା ପରେ ଜିଲ୍ଲା ପରିଷଦର ବ୍ୟାଙ୍କ ଆକାଉଣ୍ଟରେ ଏବେ ୯କୋଟି ୪୨ଲକ୍ଷ ୭୫ହଜାର ୭୮୯ଟଙ୍କା ପଢ଼ି ରହିଛି। 

ଜିଲ୍ଲାର ଆୟ କେ‌ତେ?
ଯଦି ଜିଲ୍ଲାର ନିଜସ୍ବ ଆୟ ଦେଖିବା ତେବେ ୨୦୧୫-୧୬ରେ ୧୨ଲକ୍ଷ ୪ହଜାର ୧୭୨ଟଙ୍କା ମିଳିଥିଲା। ସେହିପରି ୨୦୧୬-୧୭ରେ ୩୯ଲକ୍ଷ୪୭ହଜାର ୨୭, ୨୦୧୭-୧୮ରେ ୪୮ଲକ୍ଷ ୭୧ହଜାର ୯୮୦, ୨୦୧୮-୧୯ରେ ୧୭ଲକ୍ଷ ୪୫ହଜାର ୮୭୪ ଜମା ହୋଇଥିଲା। ତେବେ ୨୦୧୯-୨୦ରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଏହା କମି କମି ଆସିଥିଲା। ଏହି ବର୍ଷ  ୪ଲକ୍ଷ ୧୪ହଜାର ୬୫୯. ୨୦୨୦-୨୧ରେ ୮୩ହଜାର ୭, ୨୦୨୧-୨୨ରେ ୧୧ଲକ୍ଷ ୧୫ହଜାର ୩୫୭, ୨୦୨୨-୨୩ରେ ୬୮ଲକ୍ଷ ୭୬ହଜାର ୯୨୧, ୨୦୨୩-୨୪ରେ ୫୬ଲକ୍ଷ ୧୪ହଜାର ୬୭୦ ମିଳିଥିଲା। ୨୦୨୪-୨୫ରେ ୧କୋଟିଏ ଏକ ଲକ୍ଷ ୫୫ହଜାର ୭୭୩, ୨୦୨୫-୨୬ରେ ୫କୋଟି ୩୩ଲକ୍ଷ ୭୩ହଜାର ୬୨୭ ଟଙ୍କା ଆଦାୟ ହୋଇଥିଲା।   ୧୦ତହସିଲର ତହସିଲଦାର ଓ  ଉପଜିଲ୍ଲାପାଳ  ଡିଏମଏଫ୍ ପାଣ୍ଠି ଆଦାୟ ଜମା କରିବାରେ ପ୍ରମୁଖ ଭୁମିକା ରହିଛି। 

ଭାରତମାଳା ୧୨୪କିମି ରାସ୍ତା ନିର୍ମାଣ
ଏହି କ୍ରମରେ ଜିଲ୍ଲାରେ ଥିବା ୧୦ଟି ସ୍ଥାନରେ ଭାରତମାଳା ୧୨୪କିମି ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଠିକା କମ୍ପାନୀକୁ କୁଆଁରି ଓ ବାଲିଘାଟର ସୈରାତ ଦିଆଯାଇଥିଲା। ବାଲି, ପଥର ଆଦି ନେବା ସମୟରେ କଟାଯାଉଥିବା ରୟଲଟିରୁ ଜିଲ୍ଲାର ବିକାଶ ପାଇଁ ୧୦ପ୍ରତିଶତ ଲେଖାଏଁ ଡିଏମଏଫରେ ଟଙ୍କା ଜମା ହେବା କଥା। ୧୧ବର୍ଷରେ ଯେଉଁ ପରିମାଣର ଟଙ୍କା ଜମା ହେବା କଥା ହୋଇପାରିନି, ଏହି ଟଙ୍କାକୁ ବାଟ ମାରଣା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏପରିକି ୨୦୨୩ମସିହାରେ ତତ୍କାଳୀନ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର, ଭୁବନେଶ୍ବର ଘର ଆଦିରୁ ଭିଜିଲାନ୍ସ ଯାଂଚ କରି ୩କୋଟି ଟଙ୍କା ବାହାର କରିଥିଲେ। ଏତେ ଟଙ୍କା ସମ୍ପର୍କରେ  ଭିଜିଲାନସ୍ ଖୋଳତାଡ ବି କରିନି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି। 

ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଉ
ବ୍ୟାଙ୍କରେ ସୁଧ ପାଇବା ନାଁରେ ଟଙ୍କା ସେଭଳି ଜମା କରି ରଖିବା ବଦଳରେ ବିଭିନ୍ନ ପ୍ରକଳ୍ପ‌ ପାଇଁ ଖର୍ଚ୍ଚ କରାଯାଉ ବୋଲି ଜିଲ୍ଲା ଯୋଜନା କମିଟି ବୈଠକରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,  ସାଂସଦ ଇଂ.ବଳଭଦ୍ର ମାଝୀ, ଜିଲ୍ଲାଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଦେଇଥିବା ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.