ARTICLE AD BOX
ମେଷ: ଟଙ୍କାପଇସା ଦେବାନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଚାକିରିରେ ଉନ୍ନତିର ଯୋଗ ଅଛି।
ବୃଷ: ପ୍ରେମୀଯୁଗଳ ଅତି ଦୂରବର୍ତ୍ତୀ ସ୍ଥାନକୁ ବୁଲି ଯିବେ। କଲେଜ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଲାଭର ଭଲ ଯୋଗ ଅଛି।
ମିଥୁନ: ବିଗତ ଦିନର ଭୁଲ୍ରୁ କିଛି ନୂଆ ଶିଖି ଆଗକୁ ବଢ଼ିବେ। ଆପଣ ମନ ଚାହୁଁଥିବା ବସ୍ତୁ ପାଇବେ। ନିଜର କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହିବେ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ।
କର୍କଟ: ଆରମ୍ଭ କରିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ। ଆପଣଙ୍କ ସନ୍ତାନର କ୍ୟାରିଅରକୁ ନେଇ ଟିକେ ଚିନ୍ତିତ ରହିବେ। ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ଘରକୁ କୁଣିଆ ଆସିବେ।
ସିଂହ: ଅଧୁରା ଥିବା କାମ ପୂରା କରିଦେବେ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହୋଇ ଆପଣଙ୍କ ସହ ମିଶିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ମାଆଙ୍କୁ କିଛି ଉପହାର ଦେବେ। ପ୍ରେମ ସମ୍ବନ୍ଧ ମଧୁର ହେବ।
କନ୍ୟା: ବେପାରରେ ଦିଗୁଣା ବୃଦ୍ଧି ହେବାର ଯୋଗ ଅଛି। ଆର୍ଥିକ ପକ୍ଷ ମଜଭୁତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କଳା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ତୁଳା: ଅଯଥା କଥାରେ ଧ୍ୟାନ ନଦେଇ ନିଜ କାମରେ ଧ୍ୟାନକେନ୍ଦ୍ରୀତ କରନ୍ତୁ। ବେପାରରେ ଯଥେଷ୍ଟ ଲାଭ ପାଇବେ। ପରିବାର ସହିତ ମନୋରଞ୍ଜନ ପାଇଁ ଦୂର ସ୍ଥାନକୁ ଯିବାର ଯୋଜନା କରିପାରନ୍ତି।
ବିଛା: କାମ କରିବାର ନୂଆ ନିୟମ ସମ୍ପର୍କରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ସାମାଜିକ ସମାରୋହରେ ଆପଣଙ୍କର ଭାଗୀଦାରି ହେବ। ବିଲଡର୍ସଙ୍କ ଲାଗି ଦିନଟି ଭଲ ରହିବ।
ଧନୁ: ବାଦବିବାଦଠାରୁ ଦୂରରେ ରହି ନିଜ କାମରେ ମନ ଲଗାନ୍ତୁ। ବେପାରୀବର୍ଗଙ୍କର ଆର୍ଥିକ ସ୍ଥିତିରେ ସୁଧାର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। କଲେଜରେ ନୂଆ ସାଙ୍ଗ ବନାଇବେ।
ମକର: ନିଜର ଲକ୍ଷ୍ୟ ପୂରା କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। କଠିନ ପରିସ୍ଥିତିରେ ବହୁ ଲୋକଙ୍କର ସାହାଯ୍ୟ ପାଇବେ।
କୁମ୍ଭ: ଆପଣ ଏକାନ୍ତରେ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରିବେ। କୌଣସି ବଡ଼ ଆଉ ଅଭିନବ କାମ କରିବା ପାଇଁ ଚିନ୍ତା କରିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ।
ମୀନ: ବିଶେଷ କାମ ପୂରା ହୋଇଯିବା ଯୋଗୁଁ ମନୋବଳ ବଢ଼ିବ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ଅଛି। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ।

46 minutes ago
1


