Neglect: ଦୁଃଖ କେହି ଶୁଣିଲେଣି; ଶ୍ରମଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ!

1 hour ago 2
ARTICLE AD BOX

ବାରିପଦା: ଗ୍ରାମବାସୀଙ୍କର ଦୁଃଖ କେହି ଶୁଣିଲେ ନାହିଁ। ଶେଷରେ ଶ୍ରମଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ। ମୟୂରଭଂଜ ଜିଲ୍ଲା ସଦର ମହକୁମାର ବାରିପଦା ପୌରପାଳିକା ଅନ୍ତର୍ଗତ ଭୁଗୁଡ଼ାକଟା ନୂଆସାହି-ଅମୃତ ପାର୍କ ସଂଯୋଗକାରୀ ମାତ୍ର ୫୦ ମିଟର ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରି ଆସୁଛନ୍ତି। 

ଦୀର୍ଘ ବର୍ଷ ହେଲା ଲୋକମାନେ ବର୍ଷା ଦିନେ ବହୁ ହଇରାଣ ହୋଇ ଆସୁଛନ୍ତି। ଯାନବାହନ ଚଳାଚଳ କରି ପାରୁନାହିଁ। ପ୍ରଶାସନ ନ ଶୁଣିବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ନିଜେ ଇଟା-ଗୋଡ଼ି ପକାଇ ରାସ୍ତା ମରାମତି କରିଛନ୍ତି। ଯଦି ସେହି ରାସ୍ତାକୁ ପ୍ରଶାସନ ପକ୍ଷରୁ ପକ୍କା କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ରାକ୍ଷୀ ନାୟକ ଓ କାଦମ୍ବିନୀ ମଞ୍ଜରୀ ଦେଓ ଚେତାବନୀ ଦେଇଛନ୍ତି। ଉକ୍ତ ରାସ୍ତା କାମ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି।

Nine people donated land: ଗାଁ କଲ୍ୟାଣ ପାଇଁ ଜମିଦାନ କଲେ ୯ ଜଣ: ଗ୍ରାମବାସୀଙ୍କ ଉଦ୍ୟମରେ ପୋଖରୀକୁ ଫିଟିଲା ରାସ୍ତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.