Neglect:  ଛାତ୍ରାବାସରେ ଅବ୍ୟବସ୍ଥା; ଭୋଜନ ଥାଳିରେ ବର୍ଷାପାଣି ଓ ଧୂଳିମଳି

53 minutes ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ସୁକିନ୍ଦା ବ୍ଲକ ଦେଓଗାଁ ସରକାରୀ ଉପ୍ରା ସ୍କୁଲ ସଂଲଗ୍ନ ୨ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ(ହ‌ଷ୍ଟେଲ)ରେ ବ୍ୟାପକ ଅବ୍ୟବସ୍ଥା ଓ ବିଭାଗୀୟ ଅବହେଳା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଗରିବ ପିଲାମାନେ ଖାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। 

ହ‌ଷ୍ଟେଲର ନିଜସ୍ବ ରୋଷେଇ ଘର ଥିଲେ ହେଁ ସେଠାରେ ରୋଷେଇ ହେଉନଥିବା ଅନ୍ତେବାସୀ କହନ୍ତି। ସ୍କୁଲ ବରଗଛ ମୂଳେ ବଡ଼ ଚୁଲିରେ କିମ୍ବା ବର୍ଷା ହେଲେ ଏହା ପାଖ ରୋଷେଇ ଘରେ ରନ୍ଧା ଯାଉଥିବା ଦେଖାଯାଇଛି। ଚୁଲି ପାଖରୁ ପିଲାମାନଙ୍କ ଆବାସିକ ଘର ପାଖାପାଖି ୨ ଶହ ମିଟର ଦୂର। ଶିଶୁ ଅନ୍ତେବାସୀଙ୍କୁ ଦେଓଗାଁ-ନଗଡ଼ା ମୁଖ୍ୟ ସଡ଼କରେ ରାସ୍ତା ଅତିକ୍ରମ କରିବାକୁ ହୋଇଥାଏ। ବର୍ଷାଦିନିଆ ଅଧିକାଂଶ ଦିନ ପିଲାମାନଙ୍କ ଭୋଜନ ଥାଳିରେ ବର୍ଷାପାଣି ପଡ଼ିବା ଦେହସୁହା ହୋଇଗଲାଣି। 

ସେହିପରି ଶୁଖିଲା ପାଗରେ ସଡ଼କର ଧୂଳିମଳି ପଡ଼ୁଥିଲେ ହେଁ ଅବ୍ୟବସ୍ଥା ବିରୁଦ୍ଧରେ ମୁହଁ ଖୋଲିବାକୁ ପିଲାଏ ଏଯାବତ୍ ସାହସ ଜୁଟାଇ ପାରିନାହାନ୍ତି। ଏକାଧିକ ବାର ପିଲାଏ ଭାତ ଥାଳି ଧରି ହଷ୍ଟେଲ ବାହାରିବା ବେଳକୁ ଆରମ୍ଭ ହେଉଥିବା ବର୍ଷା ଦେଖି ଦୌଡ଼ିବା ସମୟରେ ଭାତଥାଳି ପଡ଼ିଯାଇ ଭୋକିଲା ରହୁଥିବାର ବହୁ ଅଲୋଡ଼ା ଦୃଷ୍ଟାନ୍ତ ରହିଥିବା ପିଲାଏ କହନ୍ତି। ସେହିପରି ଛାତ୍ରୀମାନେ ବ୍ୟସ୍ତ ବହୁଳ ସଡ଼କରେ ଭାତଥାଳି ଧରି ଧାଡ଼ିହୋଇ ହଷ୍ଟେଲକୁ ଯାଉଥିବା ଓ ଖାଲି ଥାଳି ଧରି ଚୁଲିମୁଣ୍ଡକୁ ଆସୁଥିବାର ଦୃଶ୍ୟ ବିଭାଗୀୟ ଅବହେଳା ଓ ପ୍ରଶାସନର ଦୁର୍ବଳ ସାମାଜିକ ନିରାପତ୍ତା ବ୍ୟବସ୍ଥାକୁ ଇଙ୍ଗିତ କରୁଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

୨୦୧୬ ମସିହା ଜୁନ ୩୦ ତାରିଖରେ ନଗଡ଼ା ଶିଶୁ ମଡ଼କ ଘଟଣାବଳୀ ଲୋକଲୋଚନକୁ ଆସିବା ପରେ ପ୍ରଶାସନ ପକ୍ଷରୁ ନଗଡ଼ା ପାହାଡ଼ ତଳ ଏହି ଦେଓଗାଁ ସ୍କୁଲରେ ଅସ୍ଥାୟୀ ବେସ୍‌ କ୍ୟାମ୍ପ୍ ଖୋଲାଯାଇ ସେଠାରୁ ସମାଧାନମୂଳକ ପଦକ୍ଷେପ ନିଆଯାଉଥିଲା। ତତ୍କାଳୀନ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ସପ୍ତାହରେ ୪ ରୁ ୫ ଦିନ ବେସ୍‌ କ୍ୟାମ୍ପ୍‌ ଆସୁଥିଲେ। ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏଠାରେ ଅବସ୍ଥାନ କରୁଥିଲେ। ସେଠାରୁ ନଗଡ଼ାକୁ ରିଲିଫ୍‌ ଓ ଆନୁଷଙ୍ଗିକ ସହାୟତା ପଠାଯାଉଥିଲା। ଏଠାରେ ସ୍ବତନ୍ତ୍ର ଆଧାର କାର୍ଡ ପ୍ରସ୍ତୁତି ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ସବୁ ପ୍ରଶାସକ ଓ ରାଜନେତା ଦେଓଗାଁ ବେସ୍‌ କ୍ୟାମ୍ପ୍ ପହଞ୍ଚି ଗସ୍ତ ବିବରଣୀ ପଚାରି ବୁଝିବା ପରେ ସେଠାରୁ ଚାଲିଚାଲି ନଗଡ଼ା ଯାଉଥିଲେ। 

Neglect: ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ଗାଁକୁ ନାହିଁ ରାସ୍ତା

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ପାଖାପାଖି ୪ କୋଟି ଟଙ୍କା ବ୍ୟୟରେ ଏଠାରେ ହଷ୍ଟେଲ ନିର୍ମାଣ କରାଯାଇଥିଲା। ୨୦୨୧ ମସିହାରୁ ୪ ବର୍ଷ ଧରି ଏହା ଅଚଳ ରହିଥିଲା। ଗତ ଡିସେମ୍ବର ୧୮ ତାରିଖରେ ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଏହାକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲାପାଳ ଅମ୍ବର କୁମାର କର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମଛୁଟି ପରେ ଏଠାରେ ଏବେ ୭୨ ଜଣ ଛାତ୍ର ଓ ୬୮ ଜଣ ଛାତ୍ରୀ ଅବସ୍ଥାନ କରୁଥିବା ପ୍ରଧାନଶିକ୍ଷକ ଲଛମନ କୋରା କହନ୍ତି। ହଷ୍ଟେଲ ରୋଷେଇ ଘରେ ଗ୍ୟାସ ଚୁଲା ବ୍ୟବସ୍ଥା ଅଛି। ହେଲେ ଗ୍ୟାସ ସଂକଟ ପାଇଁ ଆମେ ଏଠାରେ ଗ୍ୟାସ ଚୁଲା ବ୍ୟବହାର ସ୍ଥିତିରେ ନାହୁଁ ବୋଲି ସେ କହିଥିଲେ। ଏ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇନଥିଲେ।   

Read Entire Article
LEFT SIDEBAR AD

Hidden in mobile, Best for skyscrapers.