Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ

1 hour ago 2
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ସହର ହେବ ବୁଲା ଗାଈଗୋରୁ ମୁକ୍ତ। ରାଜ୍ୟର ବିଭିନ୍ନ ସହରରେ ଥିବା ବୃଦ୍ଧ, ଅସୁସ୍ଥ ଓ ଅସହାୟ ଗାଈଗୋରୁଙ୍କୁ ଆଶ୍ରୟ ଦେବାକୁ ନୂତନ ଗୋଶାଳା ପ୍ରତିଷ୍ଠା କରାଯିବ। ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନା ଅଧୀନରେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ଦିଆଯିବାକୁ ‌ରାଜ୍ୟସରକାର ଯୋଜନା କରିଥିଲେ। ସହରର ଅତି ନିକଟରେ ଏହା ସ୍ଥାପନ ହେଲେ ସହରରେ ଗାଇଗୋରୁଙ୍କ ଯୋଗୁଁ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଦୁର କରିହେବ। ରାସ୍ତାରୁ ଗାଇ ଗୋରୁଙ୍କୁ ନେଇ ଗୋଶାଳାରେ ରଖଯିବ। ଏହା ସହ ଜବରଦଖଲ ହୋଇଥିବା ଗୋଚର ଜମିକୁ ଜବରଦଖଲ ମୁକ୍ତ କରି ଘାସ ଚାଷକୁ ପ୍ରୋତ୍ସାହିତ କରିବା ବି ଲକ୍ଷ୍ୟ ରହିଥିଲା।  

ତେବେ ଏହି ଯୋଜନାଟି ନବରଙ୍ଗପୁର ଜିଲ୍ଲାରେ ଗାଁରେ ସୀମିତ ହୋଇ ରହିଯାଇଛି। ଜିଲ୍ଲାରେ କୋଟିଏ ଟଙ୍କା ବ୍ୟୟରେ ୩ଟି ଗୋଶାଳା ତିନୋଟି ବ୍ଲକର ତିନୋଟି ଗାଁରେ ନିର୍ମାଣ କରାଯାଇଛି। ନବରଙ୍ଗପୁର ସହରରେ ନଥିବାରୁ ବିଭିନ୍ନ ଛକ ବଜାର ସହ ଏନଏଚକୁ ଗୋରୁଗାଇ ସମ୍ପୁର୍ଣ୍ଣ କବଜାରେ ନେଇ ଟ୍ରାଫିକକୁ ବିପର୍ଯ୍ୟସ୍ତ କରୁଛନ୍ତି। ଦିନ ରାତି ରାସ୍ତା ଉପରେ ହିଁ ରହୁଛନ୍ତି। ରାତିବେଳେ ଦୁର୍ଘଟଣା ହେବା ନିୟମିତ ପାଲଟିଛି। ନବରଙ୍ଗପୁର କିମ୍ବା ଉମରକୋଟ ପୌରପାଳିକା ଅଂଚଳରେ ଏପରି ଗୋଶାଳା ପୌରପାଳିକା କିମ୍ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଧିନ‌ରେ ନାହିଁ।

କୋଷାଗୁମୁଡା ବ୍ଲକର ଘୋଡାଧାନୁଆରେ ୫୦ଗୋରୁ ରଖିବା ପାଇଁ ଗୋଶାଳା ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି। ଗତ ୬ମାସ ପାଇଁ ରକ୍ଷଣାବେକ୍ଷଣ ପାଇଁ ୫ଲକ୍ଷ ୬୨ହଜାର୨୭୮ଟଙ୍କା ମିଳିଛି। ନନ୍ଦାହାଣ୍ଡି ବ୍ଲକର ସୁରୁଗୁଡାରେ ୧୫୦ଗୋରୁଙ୍କୁ ରଖିବା ଗୋଶାଳା ନିର୍ମାଣ ପାଇଁ ୫୨ଲକ୍ଷ ଏବଂ ରକ୍ଷଣାବେକ୍ଷଣ ପାଇଁ ୨ଲକ୍ଷ୭୬ହଜାର୬୨୯ଟଙ୍କା, ତେନ୍ତୁଳିଖୁଣ୍ଟି ବ୍ଲକର ଝରିଗୁମ୍ମାରେ ୧୦୦ଗୋରୁ ରଖିବା ଗୋଶାଳା ନିର୍ମାଣ ପାଇଁ ୩୬ଲକ୍ଷ ଟଙ୍କା ଓ ରକ୍ଷଣାବେକ୍ଷଣ ପାଇଁ ୪ଲକ୍ଷ,୭ହଜାର୭୨୭ଟଙ୍କା ମିଳିଛି। ତେବେ ସବୁ ଠାରୁ ବେଶି ଗୋରୁଗାଇ ରାସ୍ତା ଉପରେ ନବରଙ୍ଗପୁର ସହରରେ ହିଁ ବୁଲୁଛନ୍ତି। ପୌରପାଳିକାର ନିଜସ୍ବ କାଞିଆହୁଦା ମଧ୍ୟ ନାହିଁ।

ଗୋଶାଳା ହେଉଛି ଏକ ସୁରକ୍ଷାମୂଳକ ଆଶ୍ରୟସ୍ଥଳ। ପଥଭ୍ରଷ୍ଟ, ଆହତ ଏବଂ ପରିତ୍ୟକ୍ତ ଗାଈ, ବାଛୁରୀ ଏବଂ ଷଣ୍ଢଙ୍କ ଯତ୍ନ, ଖାଦ୍ୟ ଏବଂ ବାସସ୍ଥାନ ପାଇଁ ଉତ୍ସର୍ଗୀକୃତ। ପ୍ରତିଦିନ ତାଜା ସବୁଜ ଘାସ, ଶୁଖିଲା ଚାରା, ଶସ୍ୟ ମିଶ୍ରଣ ଏବଂ ସଫା ପାନୀୟ ଜଳ ଯୋଗାଇବା ନିର୍ଦ୍ଦେଶ ରହିଛି। ପଶୁଚିକିତ୍ସା ଡାକ୍ତରଙ୍କ ସହାୟତାରେ ଅସୁସ୍ଥ କିମ୍ବା ଆହତ ଗୋରୁମାନଙ୍କର ଚିକିତ୍ସା କରିବା। ପରିତ୍ୟକ୍ତ କିମ୍ବା ଆହତ ଗୋରୁମାନଙ୍କୁ ରାସ୍ତା ଏବଂ ବିପଦପୂର୍ଣ୍ଣ ପରିସ୍ଥିତିରୁ ରକ୍ଷା କରିବା। ଜୈବିକ ସାର, ବାୟୋଗ୍ୟାସ୍ ଏବଂ ପାରମ୍ପରିକ ସଫେଇ କିମ୍ବା ଔଷଧୀୟ ସାମଗ୍ରୀ ତିଆରି କରିବା ପାଇଁ ଗୋବର ଏବଂ ମୂତ୍ର ସଂଗ୍ରହ କରିବା ଲକ୍ଷ୍ୟ ରହିଛି। 

Cattle Container Seized: ଗୋରୁ ବୋଝେଇ କଣ୍ଟେନର ଜବତ: ୫୦ ରୁ ଅଧିକ ଗୋରୁ ଗୋଶାଳା ଗଲେ

ଭାରତରେ ଗଭୀର ସାଂସ୍କୃତିକ ଏବଂ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ଗୋ ସେବା (ଗାଈମାନଙ୍କ ସେବା) ପାଇଁ କେନ୍ଦ୍ର ଭାବରେ ସେବା କରିବା। ଏବେ ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁ ପଂଚାୟତର କାରାପାଣି ଗାଁରେ ନୂଆରେ ଗୋଟିଏ ଗୋଶାଳା ନିର୍ମାଣ ଚାଳିଛି। ନବରଙ୍ଗପୁର ପୌରପାଳିକାରେ ସ୍ଥାପନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କହିଛନ୍ତି ସିଡିଭିଓ ରମେଶ ଚନ୍ଦ୍ର ବେହେରା, ଏଡିଭିଓ ଡ.ପ୍ରକାଶ ମହାନ୍ତି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀଙ୍କ ସହ ଏ ନେଇ ଆଲୋଚନା ହୋଇଥିବା କହିଛନ୍ତି ଏଡିଭିଓ। ପୌରପାଳିକାର ନିଜସ୍ବ ଜମି ନଥିଲେ ସରକାରୀ ଜମି ପୌରପାଳିକା ଲିଜରେ ନେଇ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କହିଛନ୍ତି ଏଡିଭିଓ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.