Neglect: ଅଧାରେ ଅଟକିଛି ୨୧% ଆବେଦନ ପତ୍ର; ବିଭାଗୀୟ ଅବହେଳା ଜଳଜଳ

1 hour ago 1
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥାଏ।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା। ଏହି କାର୍ଡ ମାଧ୍ୟମରେ ଶ୍ରମିକମାନେ ପିଲାଙ୍କ ଶିକ୍ଷାବୃତ୍ତି, ଝିଅ ବାହାଘର, ଚିକିତ୍ସା ସହାୟତା, ବାର୍ଦ୍ଧକ୍ୟ ପେନସନ ଭଳି ବିଭିନ୍ନ ସରକାରୀ ଯୋଜନାର ସିଧାସଳଖ ଲାଭ ପାଇଥାନ୍ତି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ଅତି ନୈରାଶ୍ୟଜନକ ସ୍ଥିତିରେ। ବହୁ ଯୋଗ୍ୟ ଶ୍ରମିକଙ୍କୁ ଏଯାଏ ପରିଚୟ ପତ୍ର ମିଳିପାରିନଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି।

ଗତ ୨୦୨୪ ଜୁନ୍‌ରୁ ୨୦୨୬ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ, ଜିଲ୍ଲାରେ ମୋଟ୍‌ ୩୯,୫୧୧ ଜଣ ଶ୍ରମିକ ଆବେଦନ କରିଥିଲେ। ତେବେ ସେଥିମଧ୍ୟରୁ ମାତ୍ର ୩୦,୬୩୭ ଟି ଆବେଦନକୁ ମଞ୍ଜୁରୀ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଅନ୍ୟପଟେ ବିଭିନ୍ନ କାରଣ ଦର୍ଶାଇ ୬୩୦ ଟି ଆବେଦନକୁ ଖାରଜ କରାଯାଇଥିବା ବେଳେ ଏବେ ମଧ୍ୟ ୮,୨୪୪ ଟି (୨୦.୮୬%) ଆବେଦନ ପତ୍ର ଅଧାରେ ଅଟକି ରହିଛି। ପ୍ରଶାସନିକ ଅବହେଳା ଯୋଗୁ ବର୍ଷ ବର୍ଷ ଧରି ଆବେଦନ ପ୍ରକ୍ରିୟା ସମାପ୍ତ ନହେବା ଫଳରେ ହଜାର ହଜାର ଶ୍ରମିକଙ୍କ ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

Minimum daily wage: ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି ବଢ଼ିଲା

ପରିଚୟ ପତ୍ର ମିଳିନଥିବାରୁ ଜିଲ୍ଲାର ବହୁ ସଂଖ୍ୟକ ନିର୍ମାଣ ଶ୍ରମିକ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସୁବିଧା ସୁଯୋଗ ପାଇବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି। ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ମିଳୁଥିବା ବିଭିନ୍ନ ମୌଳିକ ସୁବିଧା ପାଇପାରୁନାହାନ୍ତି। ଏହାର ମୂଳ କାରଣ ପାଲଟିଛି ଶ୍ରମ କର୍ତ୍ତୃପକ୍ଷଙ୍କ ଚିରାଚରିତ ଅବହେଳା। ଶ୍ରମିକମାନଙ୍କୁ ଯୋଡ଼ିବା ପରିବର୍ତ୍ତେ ବିଭିନ୍ନ ଆଳରେ ସେମାନଙ୍କ ଆବେଦନ ପତ୍ରକୁ ନାକଚ କରାଯାଉଥିବାର ଅଭିଯୋଗ ହେଉଛି। ହିତାଧିକାରୀଙ୍କୁ ସରକାରୀ ସେବା ଯୋଗାଇ ଦେବା ପାଇଁ ପଞ୍ଜିକରଣ ଓ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରମିକ ସଂଗଠନ, ବୁଦ୍ଧିଜୀବୀ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.