Negative Energyଧନ: ଆସୁଛି ନା ଅଟକୁଛି? ସଙ୍କେତ ଦେଉଛି କି ଫ୍ରିଜ୍‌ର ବରଫ!

1 week ago 5
ARTICLE AD BOX

କନକ ବ୍ୟୁରୋ: ଫ୍ରିଜ୍ ଖୋଲିଲେ ବରଫର ପାହାଡ଼! ଆପଣଙ୍କ ଘରେ ବି କ’ଣ ଏମିତି ହେଉଛି? ତେବେ ସାବଧାନ! କାରଣ ଫ୍ରିଜ୍‌ରେ ମୋଟା ବରଫ ଜମିବାକୁ ନେଇ ରହିଛି ଭିନ୍ନ ଭିନ୍ନ ବାସ୍ତୁ ଓ ଜ୍ୟୋତିଷୀୟ ଦାବି। କୁହାଯାଏ, ଏହା ଘରର ନେଗେଟିଭ୍ ଏନର୍ଜି ବଢ଼ାଇବା ସହ ଧନ ପ୍ରବାହରେ ବାଧା ସୃଷ୍ଟି କରିପାରେ।  ଆଜିର ଦିନରେ ଫ୍ରିଜ୍ ବିନା ରୋଷେଇ ଘର କଳ୍ପନା କରିବା ବି କଷ୍ଟକର। ଖାଦ୍ୟକୁ ତାଜା ରଖିବାଠୁ ନେଇ ଦିନ ଦିନ ଧରି ଜିନିଷ ସାଇତି ରଖିବା ସବୁଥିରେ ଫ୍ରିଜ୍‌ର ଭୂମିକା ରହିଛି। କିନ୍ତୁ ଅନେକ ସମୟରେ ଫ୍ରିଜ୍‌ର ଫ୍ରିଜର୍‌ରେ ଜମିଯାଏ ମୋଟା ବରଫର ପରସ୍ତ। ବୈଜ୍ଞାନିକ ଭାବେ ଏହାର କାରଣ ଡିଫ୍ରଷ୍ଟ ସିଷ୍ଟମ୍‌ର ତ୍ରୁଟି, ତାପମାତ୍ରା ଅସନ୍ତୁଳନ କିମ୍ବା ଦରଜାର ସିଲ୍ ଲିକ୍ ହେବା ହୋଇପାରେ। ହେଲେ ବାସ୍ତୁ ଓ ଜ୍ୟୋତିଷ ଦୃଷ୍ଟିକୋଣରୁ ଏହାକୁ ନେଇ ରହିଛି ଭିନ୍ନ ବିଶ୍ୱାସ। ଏହି ମତ ଅନୁସାରେ, ଫ୍ରିଜ୍‌ରେ ଅତ୍ୟଧିକ ବରଫ ଜମିବା ଘରର ଶକ୍ତି ପ୍ରବାହ ଠପ୍ ହେବାର ସଙ୍କେତ ଭାବେ ଦେଖାଯାଏ।ବାସ୍ତୁ ମତ ଅନୁସାରେ, ଫ୍ରିଜ୍‌କୁ ଆଧୁନିକ ଇଲେକ୍ଟ୍ରୋନିକ୍ ଉପକରଣ ଭାବେ ରାହୁଙ୍କ ସହ ଯୋଡ଼ାଯାଏ। ଫ୍ରିଜ୍ ବାରମ୍ବାର ଖରାପ ହେବା କିମ୍ବା ଅତ୍ୟଧିକ ବରଫ ଜମିବାକୁ କିଛି ଜ୍ୟୋତିଷୀୟ ମତରେ ରାହୁଙ୍କ ନକାରାତ୍ମକ ପ୍ରଭାବ ସହ ଯୋଡ଼ାଯାଏ।

Coffee: ଦିନକୁ କେତେ କଫି ପିଇବା ଉଚିତ?

ସେହିପରି ବରଫ ଓ ପାଣିକୁ ଚନ୍ଦ୍ର ଏବଂ ଜଳତତ୍ତ୍ୱ ସହ ସମ୍ପର୍କ କରାଯାଏ। ବାସ୍ତୁ ବିଶ୍ୱାସ ଅନୁସାରେ, ଫ୍ରିଜର୍‌ରେ ଅତ୍ୟଧିକ ବରଫ ଜମିଲେ ଘରର ଶକ୍ତିରେ ଅସନ୍ତୁଳନ ହୋଇପାରେ। ଏହାର ପ୍ରଭାବରେ ମାନସିକ ଚାପ, ଅଶାନ୍ତି ଏବଂ ଘରେ ଅଯଥା ଦ୍ୱନ୍ଦ୍ୱ ଭଳି ସ୍ଥିତି ହେବାର ବିଶ୍ୱାସ ରହିଛି।ରୋଷେଇ ଘରକୁ ବାସ୍ତୁରେ ଅଗ୍ନିତତ୍ତ୍ୱର କ୍ଷେତ୍ର କୁହାଯାଏ। ଅନ୍ୟପଟେ ଫ୍ରିଜ୍‌ର ପାଣି ଓ ବରଫକୁ ଜଳତତ୍ତ୍ୱ ସହ ଯୋଡ଼ାଯାଏ। ତେଣୁ ଫ୍ରିଜ୍‌ରେ ବହୁତ ବରଫ ଜମିଲେ ଜଳ ଓ ଅଗ୍ନିତତ୍ତ୍ୱ ମଧ୍ୟରେ ଅସନ୍ତୁଳନ ହେଉଥିବା ବାସ୍ତୁ ବିଶ୍ୱାସ ରହିଛି। ଏହା ଘରର ଧନ ପ୍ରବାହରେ ବାଧା, କାମ ଅଟକିଯିବା ଓ ପରିବାରରେ ମତଭେଦର କାରଣ ହୋଇପାରେ ବୋଲି କୁହାଯାଏ। ତେବେ ଏସବୁ ହେଉଛି ବାସ୍ତୁ ଓ ଜ୍ୟୋତିଷୀୟ ବିଶ୍ୱାସ; ଏହାର ବୈଜ୍ଞାନିକ ପ୍ରମାଣ ନାହିଁ। ତେବେ ଫ୍ରିଜ୍‌ରେ ବାରମ୍ବାର ବରଫ ଜମୁଥିଲେ   ଏପରି କରନ୍ତୁ , ପ୍ରଥମେ ଫ୍ରିଜ୍‌କୁ ନିୟମିତ ଡିଫ୍ରଷ୍ଟ କରନ୍ତୁ ଓ ସଫା ରଖନ୍ତୁ। ପୁରୁଣା, ବାସି କିମ୍ବା ଏକ୍ସପାୟର୍ ହୋଇଥିବା ଖାଦ୍ୟ ଫ୍ରିଜ୍‌ରେ ଜମା କରି ରଖନ୍ତୁ ନାହିଁ। ବାସ୍ତୁ ବିଶ୍ୱାସ ଅନୁସାରେ, ଫ୍ରିଜ୍‌କୁ ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରଖିବାକୁ କୁହାଯାଏ। ଗ୍ୟାସ୍ ଚୁଲ୍ଲାର ଠିକ୍ ପାଖରେ କିମ୍ବା ଉତ୍ତର-ପୂର୍ବ କୋଣରେ ରଖିବାକୁ ଏଡ଼ାଇବାକୁ କୁହାଯାଏ। ଆଉ ସବୁଠୁ ଜରୁରୀ ଫ୍ରିଜ୍‌ର ରବର ସିଲ୍ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ। କାରଣ ବାହାରର ଗରମ ପବନ ଭିତରକୁ ପଶିଲେ ବି ବରଫ ଅଧିକ ଜମିପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.