ARTICLE AD BOX
ନୂଆଦିଲ୍ଲୀ: ଗୋଟିଏ ପଟେ ସରକାରୀ ମେଡିକାଲ କଲେଜରେ ଗୋଟିଏ ସିଟ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଅନ୍ୟପଟେ ରାଜସ୍ଥାନର ଘରୋଇ ମେଡିକାଲ କଲେଜଗୁଡ଼ିକରେ ତୃତୀୟ ପର୍ଯ୍ୟାୟ ନିଟ୍ ୟୁଜି କାଉନସେଲିଂ ପରେ ମଧ୍ୟ ୬୧%ରୁ ଅଧିକ ଏମବିବିଏସ୍ ସିଟ୍ ଖାଲି ପଡ଼ିଛି।
ରିପୋର୍ଟ ଅନୁଯାୟୀ, ଘରୋଇ ମେଡିକାଲ କଲେଜଗୁଡ଼ିକର ସାଧାରଣ କୋଟାର ୩୩୩୬ଟି ସିଟ୍ ମଧ୍ୟରୁ ମାତ୍ର ୧୨୭୫ଟି ସିଟ୍ ପୂରଣ ହୋଇଛି। ଅର୍ଥାତ୍ ୬୧.୭୮% ସିଟ୍ ଖାଲି ରହିଛି। ଅଧିକ ଫି’ ବ୍ୟତୀତ କଲେଜର ଖ୍ୟାତି, ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା, ଭିତ୍ତିଭୂମି, ଶିକ୍ଷାର ଗୁଣବତ୍ତା ଏବଂ ଶିକ୍ଷକମାନଙ୍କ ଯୋଗ୍ୟତା ଭଳି ବିଭିନ୍ନ କାରଣ ଛାତ୍ରଛାତ୍ରୀଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଛି।
୨୪ ଲକ୍ଷ ଫି’ ସତ୍ତ୍ୱେ ୮୫.୬୦% ସିଟ୍ ପୂରଣ
ଜୟପୁରର ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସାଧାରଣ କୋଟାର ବାର୍ଷିକ ଫି’ ୨୪ ଲକ୍ଷ ଟଙ୍କା। ଏହା ସତ୍ତ୍ୱେ ଏହି କଲେଜର ୮୫.୬୦% ସିଟ୍ ପୂରଣ ହୋଇଛି।ସେହିପରି ଉଦୟପୁରର ଗୀତାଞ୍ଜଳି ମେଡିକାଲ କଲେଜରେ ୨୩ ଲକ୍ଷ ଟଙ୍କା ଫି’ରେ ୫୪.୨୫% ସିଟ୍ ପୂରଣ ହୋଇଛି। ମ୍ୟାନେଜମେଣ୍ଟ କୋଟାର ୪୬୪ଟି ସିଟ୍ ମଧ୍ୟରୁ ୪୩୫ଟି ସିଟ୍ ଅର୍ଥାତ୍ ୯୩.୭୫% ସିଟ୍ ଖାଲି ରହିଛି।
ଉଦୟପୁରର ଆମେରିକାନ୍ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ର ଫି’ ୧୮.୯୦ ଲକ୍ଷ ଟଙ୍କା। ଏଠାରେ ୭୭.୯୫% ସିଟ୍ ପୂରଣ ହୋଇଛି। ଜୟପୁରର ଗୀତାଞ୍ଜଳି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ରେ ସମାନ ଫି’ରେ ୭୬.୮୯% ଏବଂ ରାଜସମନ୍ଦର ଅନନ୍ତା ଇନ୍ଷ୍ଟିଚ୍ୟୁଟ୍ରେ ୬୬.୪୭% ସିଟ୍ ପୂରଣ ହୋଇଛି।
୨୨ ଲକ୍ଷ ଫି’, ମାତ୍ର ୫.୧୯% ସିଟ୍ ପୂରଣ
ଜୟପୁରର ବଲବୀର ସିଂହ ତୋମର ଇନ୍ଷ୍ଟିଚ୍ୟୁଟ୍ର ବାର୍ଷିକ ଫି’ ୨୩.୯୫ ଲକ୍ଷ ଟଙ୍କା। କିନ୍ତୁ ୨୫୦ଟି ସିଟ୍ ମଧ୍ୟରୁ ମାତ୍ର ୫ଟି ସିଟ୍ ଅର୍ଥାତ୍ ୨% ସିଟ୍ ପୂରଣ ହୋଇଛି।ସେହିପରି ଉଦୟପୁରର ପାସିଫିକ୍ ଇନ୍ଷ୍ଟିଚ୍ୟୁଟ୍ରେ ୨୨ ଲକ୍ଷ ଟଙ୍କା ଫି’ ଥିବା ସତ୍ତ୍ୱେ ମାତ୍ର ୫.୧୯% ସିଟ୍ ପୂରଣ ହୋଇଛି। ବ୍ୟାସ ମେଡିକାଲ କଲେଜରେ ୧୮.୯୦ ଲକ୍ଷ ଟଙ୍କା ଫି’ ଥିଲେ ମଧ୍ୟ ମାତ୍ର ୧୪.୯୬% ସିଟ୍ ପୂରଣ ହୋଇଛି।
ମାଲକାନଗିରିରୁ ୨୪୫ କିଲୋ ଗଞ୍ଜେଇ ଜବତ, ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ସମେତ ୨ ଗିରଫ

46 minutes ago
1


