ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ନିଟ୍-ୟୁଜି ପରୀକ୍ଷା ପରିଚାଳନା ପାଇଁ ବର୍ତ୍ତମାନର ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ ହେରଫେର୍ କରିବା କଷ୍ଟକର। ତେବେ ସରକାର ଏହା ସ୍ୱୀକାର କରିଛନ୍ତି ଯେ ଏହି ପ୍ରକ୍ରିୟାରେ ମାନବୀୟ ହସ୍ତକ୍ଷେପ ମଧ୍ୟ ଜଡିତ। ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ପ୍ରଶ୍ନପତ୍ର କିପରି ଚୟନ କରାଯାଏ ତାହା ବୁଝାଇଥିଲେ। ୧୦୦ଟି ପ୍ରଶ୍ନ ସହିତ ଏକ ପଦାର୍ଥ ବିଜ୍ଞାନ ପତ୍ରର ଉଦାହରଣ ଦେଇ, ମେହେଟ୍ଟା ପ୍ରକ୍ରିୟା ବ୍ୟାଖ୍ୟା କରିଥିଲେ। ଅନେକ ମୋଡରେଟର ଗୋଷ୍ଠୀ ପ୍ରଥମେ ୫୦୦ଟି ପ୍ରଶ୍ନର ଏକ ବ୍ୟାଙ୍କ ତିଆରି କରନ୍ତି।
ଡିଜିଟାଲ୍ ଚାବି ଥାଏ
ବ୍ୟାଙ୍କରୁ, ଅନ୍ୟ ମୋଡରେଟରମାନେ ପ୍ରତ୍ୟେକ ୧୦୦ ଟି ପ୍ରଶ୍ନ ଚୟନ କରନ୍ତି ଏବଂ ୪ ଟି ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ପ୍ରସ୍ତୁତ କରନ୍ତି। ଏହା ପରେ, ଏନଟିଏର ମହାନିର୍ଦ୍ଦେଶକ ସେହି ଚାରୋଟି ପେପରରୁ ଦୁଇଟି ପେପର ଚୟନ କରନ୍ତି। ତା’ପରେ ପେପରକୁ ସିଲଡ୍ ବାକ୍ସରେ ସିସିଟିଭି ଏବଂ ସିଆଇଏସଏଫ ସୁରକ୍ଷାରେ ଦୁଇଟି ଭିନ୍ନ ପ୍ରିଣ୍ଟିଂ ପ୍ରେସ୍କୁ ପଠାଯାଏ। ବାକ୍ସର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ପାଖରେ ଏକ ଡିଜିଟାଲ୍ ଚାବି ଥାଏ। ପ୍ରିଣ୍ଟିଂ ପ୍ରେସ୍ ମାଲିକ ଏନଟିଏ ମହାନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରି କୋଡ୍ ପାଇଲେ ହିଁ ବାକ୍ସଟି ଖୋଲାଯାଇପାରିଥାଏ। ବାକ୍ସଟି ଖୋଲିବା ପରେ,କୌଣସି ବାହାର ବ୍ୟକ୍ତିଙ୍କୁ ପ୍ରିଣ୍ଟିଂ ପ୍ରେସ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଥାଏ।
Operation Sindoor Documentary: ‘ଅପରେସନ୍ ସିନ୍ଦୂର’ ଉପରେ ଡକ୍ୟୁମେଣ୍ଟାରୀ ଦେଖି ପାକିସ୍ତାନ ବିଚଳିତ
ମୁଦ୍ରଣାଳୟରେ କଡ଼ା ସୁରକ୍ଷା ଏବଂ ଗୋପନୀୟତା ବଜାୟ ରଖାଯାଇଥାଏ। ପ୍ରିଣ୍ଟିଂ ପ୍ରେସ୍ କର୍ମଚାରୀମାନେ ମଧ୍ୟ ଜାଣି ନଥାନ୍ତି ପ୍ରଶ୍ନପତ୍ର କେଉଁ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ପ୍ରଶ୍ନପତ୍ର ଏବଂ ଓଏମଆର ସିଟ୍ ଏକ ସିଲ୍ ଲଫାପାରେ ରଖାଯାଇଥାଏ। ଲଫାଫା ଖୋଲିବା ପାଇଁ ସିଲ୍ ଭାଙ୍ଗିବାକୁ ପଡିଥାଏ ବୋଲି ମେହେଟ୍ଟା କହିଛନ୍ତି।

1 hour ago
1


