Naxal: ନକ୍ସଲଙ୍କୁ ରାସନ ଟଙ୍କା ମାଗି ମାଡ଼ ଖାଇ ଗାଁ ଛାଡ଼ିଥିଲେ: ୩୦ ବର୍ଷ ପରେ ଭିଟାମାଟିକୁ ଫେରିଲେ ଦେବଶଙ୍କର

1 hour ago 1
ARTICLE AD BOX

ମାଲକାନଗିରି: ନକ୍ସଲଙ୍କୁ ରାସନ ଟଙ୍କା ମାଗିବାରୁ ନିସ୍ତୁକ ପିଟିିଥିଲେ। ଜୀବନରେ ମାରିଦେବାକୁ ଉଦ୍ୟମ କରିିଥିଲେ। କୌଣସିମତେ ନକ୍ସଲଙ୍କ କବଳରୁ ଖସି ଆସିଲି। ଜୀବନ ଭୟରେ ସେ ଦିନଠୁ ଗାଁ ଛାଡ଼ି ଆନ୍ଧ୍ରପ୍ରଦେଶରେ ୩୦ ବର୍ଷ ହେଲା ଲୁଚି ରହିଥିଲି। ଛତିଶଗଡ଼ ନକ୍ସଲମୁକ୍ତ ହେବା ପରେ ଏବେ ଭିଟାମାଟିକୁ ଫେରି ନୂଆ ଜୀବନ ଆରମ୍ଭ କରିଥିବା ଦେବଶଙ୍କର ସିଂହ ଚାଣ୍ଡେଲ ସେ ଦିନର ଏ ଅନୁଭୂତି ବର୍ଣ୍ଣନା କରିଛନ୍ତି। ଦେବଶଙ୍କରଙ୍କ ଘର ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପେଡ୍ଡାବୋଡକେଲ ଗାଁରେ। ବୟସ ଏବେ ୬୦ ଟପିଲାଣି। ୩୦ବର୍ଷ ତଳେ ସୁକମା ଜିଲ୍ଲାର ଗାଁ ଗୁଡ଼ିକ ନକ୍ସଲଙ୍କ କବ୍‌ଜାରେ ଥିଲା। ନକ୍ସଲଙ୍କ ନିୟମ କାନୁନ ହିଁ ଚାଲୁଥିଲା। 

Naxal faces jail term: ଆତ୍ମସମର୍ପଣ କରି ନେତା ଖସିଗଲେ, ଜେଲ୍‌ଦଣ୍ଡ ଭୋଗୁଛନ୍ତି ନକ୍ସଲ: ୬ନକ୍ସଲଙ୍କୁ ନିଃସର୍ତ୍ତ ଖଲାସ ଦାବିରେ ଆଦିବାସୀ ମେଳି

ଦେବଶଙ୍କର ନିଜ ଗାଁ ପେଡ୍ଡାବୋଡକେଲରେ ରାସନ ଦୋକାନ କରିଥିଲେ। କିଛି ନକ୍ସଲ ଆସି ତାଙ୍କ ଦୋକାନରୁ ରାସନ ସାମଗ୍ରୀ କିଣିଥିଲେ। ସେ ବାବଦ‌ ବକେୟା ଟଙ୍କା ମାଗିବାରୁ ନକ୍ସଲ ଦେବଶଙ୍କରଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନା ଦେଇଥିଲେ। ଭୟରେ ଦେବଶଙ୍କର ପରିବାର ସହ ଗାଁ ଛାଡ଼ି ଆନ୍ଧ୍ରପ୍ରଦେଶ ପଳାଇଥିଲେ। ନକ୍ସଲମୁକ୍ତ ହେବାରୁ ଗାଁରେ ଶାନ୍ତି ଫେରିବା ପରେ ଦେବଶଙ୍କର ପରିବାର ସହ ଗାଁକୁ ଫେରିଛନ୍ତି। ପୁଣି ଗାଁରେ ଛୋଟ ଦୋକାନଟିଏ ଖୋଲିଛନ୍ତି। ନକ୍ସଲଙ୍କ ନିର୍ଯାତନାର ଚିହ୍ନ ସ୍ବରୂପ ଏବେ ବି ତାଙ୍କ ପିଠି, କଟି ଏବଂ ଗୋଡ଼ରେ ପୁରୁଣା କ୍ଷତ ଅଛି, ଚାଲିପାରୁନାହାନ୍ତି। ଜୀବନ ବଞ୍ଚି ଯାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପୁରୁଣା କଥା ମନେ ପଡ଼ିଗଲେ ଏବେ ବି ଭୟ ଲାଗୁଛି ବୋଲି କହିଛନ୍ତି ଦେବଶଙ୍କର।

Naxal: ୪ ଦଶନ୍ଧିର ନକ୍ସଲରାଜ୍‌ ଶେଷ: ନୂଆ ଇତିହାସ ଲେଖିବ ‘ଆବୁଝମାଡ଼’

Read Entire Article
LEFT SIDEBAR AD

Hidden in mobile, Best for skyscrapers.