ARTICLE AD BOX
ଭୁବନେଶ୍ୱର: ୩୧ ମାର୍ଚ୍ଚ ୨୦୨୬ରେ ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା ସବୁଠୁ ବଡ଼ ସଫଳତା। ମିଳିତ ଅଭିଯାନରେ ୨୯ ଜଣ ହାର୍ଡକୋର ମାଓବାଦୀ ନିହତ ସହ ୮୩ ଜଣ ଆତ୍ମସମର୍ପଣ ଏବଂ ୧୫ ଜଣ ଗିରଫ କରାଯାଇଛି। ୧୭୬ଟି ଅସ୍ତ୍ରଶସ୍ତ୍ର ଓ ୧୫୯ଟି ଆଇଇଡି ଜବତ ହୋଇଛି। ନକ୍ସଲ ଦମନକୁ ଆହୁରି ମଜଭୁତ କରିବା ପାଇଁ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ୩ଟି ଅତିରିକ୍ତ ଓଏସ୍ଏସ୍ଏଫ୍ ବାଟାଲିୟନ୍ ଗଠନ କରାଯାଇଛି। ଏଥିପାଇଁ ୩,୦୦୯ଟି ପଦ ଅନୁମୋଦିତ ହୋଇଛି ବୋଲି ବିଦାୟୀ ଡିଜିପି ୱାଇବି ଖୁରାନିଆ କହିଛନ୍ତି।
Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ
ନୂଆ ଡିଜିପିଙ୍କୁ ଦାୟିତ୍ବ ହସ୍ତାନ୍ତର ପୂର୍ବରୁ ଭୁବନେଶ୍ବରର ପୁଲିସ ସେବା ଭବନରେ ଶ୍ରୀ ଖୁରାନିଆ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଗତ ଦୁଇ ବର୍ଷରେ ରାଜ୍ୟ ପୁଲିସର ସଫଳତାର ଚିତ୍ର ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ସହ ରାଜ୍ୟରେ ଏକ ଦକ୍ଷ, ଆଧୁନିକ ଓ ପ୍ରଯୁକ୍ତିଭିତ୍ତିକ ପୁଲିସ ବାହିନୀ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି। ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ନକ୍ସଲ ଦମନ, ନିଶାଦ୍ରବ୍ୟ ନିୟନ୍ତ୍ରଣ, ସାଇବର ଅପରାଧ, ମହିଳା ଓ ଶିଶୁ ସୁରକ୍ଷା ଏବଂ ଉପକୂଳ ସୁରକ୍ଷା କ୍ଷେତ୍ରରେ ଗତ ଦୁଇ ବର୍ଷରେ ଓଡ଼ିଶା ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ସେ କହିଥିଲେ। ଆଗାମୀ ତିନି ବର୍ଷ ଭିତରେ ରାଜ୍ୟ ପୁଲିସ ଭାରତବର୍ଷରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବ ବୋଲି ସେ ଦୃଢ଼ତାର ସହ କହିଥିଲେ। ଓଡ଼ିଶା ପୁଲିସର ୯୦ତମ ପ୍ରତିଷ୍ଠା ବର୍ଷରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନଜନକ ‘ରାଷ୍ଟ୍ରପତି ପୁଲିସ କଲାର’ ପ୍ରଦାନ ପାଇଁ ଅନୁମୋଦନ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କହିବା ସହ ରାଜ୍ୟ ସରକାରଙ୍କ ସମର୍ଥନ ଓ ସମ୍ବଳ ଯୋଗାଣ ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେ କହିଥିଲେ, ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଓ ‘ଅପରେସନ୍ ପ୍ରହାର’ ମାଧ୍ୟମରେ ନିଶାଦ୍ରବ୍ୟ ବିରୋଧରେ ବଡ଼ଧରଣର ଅଭିଯାନ ଚାଲିଛି। ଗତ ଦୁଇ ବର୍ଷରେ ପ୍ରାୟ ୪,୧୯୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ଓ ନଷ୍ଟ କରାଯାଇଛି। ୪,୮୯୨ଟି ଏନ୍ଡିପିଏସ୍ ମାମଲାରେ ୫,୩୭୬ ଜଣ ଗିରଫ ହୋଇଛନ୍ତି। ରାଜ୍ୟରେ ରେକର୍ଡ ୬୪,୦୨୨ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ୪,୪୨,୫୧୩ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨,୨୧୧ କୋଟି ଟଙ୍କା। ୨୮.୫୩ କିଲୋଗ୍ରାମ ବ୍ରାଉନ୍ ସୁଗାର ଓ ୧,୬୧,୬୨୪ ବୋତଲ ବେଆଇନ କଫ୍ ସିରପ୍ ମଧ୍ୟ ଜବତ ହୋଇଛି। ୨୦୨୬ର ପ୍ରଥମ ୬ ମାସରେ ଏନ୍ଡିପିଏସ୍ ମାମଲା ୨୩.୮% ବଢ଼ିଛି। ୨୦୨୪ ତୁଳନାରେ ୨୦୨୫ରେ ରାହାଜାନି ୩୦.୨% ଓ ଦଙ୍ଗା ୨୫.୬% କମିଛି। ୨୦୨୬ ଜାନୁଆରିରୁ ଜୁନ୍ ମଧ୍ୟରେ ରାହାଜାନି ୨୨.୮%, ଡକାୟତି ୧୪.୨%, ଚୋରି ୮.୬%, ଦଙ୍ଗା ୪.୪%, ହତ୍ୟା ୨.୯% ଏବଂ ଘରେ ପଶି ଚୋରି ୦.୮% ହ୍ରାସ ପାଇଛି। ତେବେ ଏନ୍ଡିପିଏସ୍ ମାମଲା ୨୩.୮% ଓ ଏନ୍ଫୋର୍ସମେଣ୍ଟ ମାମଲା ୮୭.୫% ବଢ଼ିଛି। ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ପୁଲିସ ସଫଳତା ହାସଲ କରିଛି। ୨୦୨୫ରେ ରାଜ୍ୟର ସମଗ୍ର ଦୋଷୀ ସାବ୍ୟସ୍ତ ହାର ୩୭.୯%କୁ ବୃଦ୍ଧି ପାଇଛି। ଜୁଲାଇ ୨୦୨୪ରୁ ଜୁନ୍ ୨୦୨୬ ମଧ୍ୟରେ ୧,୭୫,୩୨୯ଟି ବିଚାର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ୫୭,୮୮୧ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।
ବେଆଇନ ନିଶାଦ୍ରବ୍ୟ ବିରୋଧରେ ଚାଲିଛି ବଡ଼ ଅଭିଯାନ
୪,୧୯୫ କୋଟିର ନିଶାଦ୍ରବ୍ୟ ଜବତ, ନଷ୍ଟ
ମହିଳା ଓ ଶିଶୁ ସୁରକ୍ଷାକୁ ପ୍ରାଥମିକତା
୨୦୨୯ ସୁଦ୍ଧା ଓଡ଼ିଶା ପୁଲିସ ହେବ ଦେଶର ସର୍ବଶ୍ରେଷ୍ଠ
ସାଇବର ଅପରାଧ ମୁକାବିଲା ପାଇଁ ରାଜ୍ୟରେ ପୂର୍ବରୁ ଥିବା ୧୪ଟି ସାଇବର ଥାନା ସହ ଆଉ ୨୦ଟି ନୂଆ ଥାନା ସ୍ଥାପନ କରାଯାଇଛି। ୩୪ଟି ପୁଲିସ ଜିଲ୍ଲାରେ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା କାର୍ଯ୍ୟକ୍ଷମ ହୋଇଛି। ଏଥିପାଇଁ ୧,୦୬୭ଟି ପଦ ସୃଷ୍ଟି କରାଯାଇଛି। ‘ଅପରେସନ୍ ସାଇବର କବଚ’ରେ ୩୯,୭୧୪ଟି ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ, ୧,୪୨୨ଟି ମାମଲା ରୁଜୁ ଓ ୩୭୯ ଜଣ ଗିରଫ ହୋଇଛନ୍ତି। ସାଇବର ହେଲ୍ପଲାଇନ୍ ୧୯୩୦କୁ ୨୦.୨୭ ଲକ୍ଷରୁ ଅଧିକ କଲ୍ ଆସିଥିବା ବେଳେ ପ୍ରାୟ ୩୨୮.୧୨ କୋଟି ଟଙ୍କା ନାଗରିକଙ୍କ ଅର୍ଥ ସୁରକ୍ଷିତ ରଖାଯାଇଛି। ‘ଅପରେସନ୍ ଅନ୍ୱେଷଣ-୨’ରେ ମାତ୍ର ୧୦ ଦିନରେ ୫,୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ଏଥିରେ ୭୮୬ ଶିଶୁ ଓ ୪,୬୬୫ ମହିଳା ଥିଲେ। ୨୦୨୫ରେ ୧୯,୨୧୧ ନିଖୋଜ ମହିଳାଙ୍କୁ ଠାବ କରାଯାଇଛି। ଯୌତୁକଜନିତ ମୃତ୍ୟୁ ୩୭.୯%, ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅସଦାଚରଣ ୩୬.୪%, ଆତ୍ମହତ୍ୟା ୨୩.୧% ଓ ନିର୍ଯାତନା ୧୦.୯% ହ୍ରାସ ପାଇଛି। ମହିଳା ଓ ଶିଶୁ ସମ୍ପର୍କିତ ମାମଲାର ତଦନ୍ତ ପାଇଁ ୫୦ କୋଟି ଟଙ୍କାର ତଦନ୍ତ ପାଣ୍ଠି ମଞ୍ଜୁର ହୋଇଛି।
India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି
ପୁଲିସ ବିଭାଗରେ ମୋଟ ୧୭,୪୦୦ଟି ପଦ ଅନୁମୋଦିତ ହୋଇଛି। ଏହାବ୍ୟତୀତ ହୋମଗାର୍ଡଙ୍କ ପାଇଁ ୨,୫୦୦, ଓଏନ୍ଏସ୍ଏଫ୍ ପାଇଁ ୩,୦୦୯, ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ଶାଖା ପାଇଁ ୧,୯୯୬, ୧୦ଟି ନୂଆ ଓଡ୍ରାଫ୍ ୟୁନିଟ୍ ପାଇଁ ୧,୦୩୫ ଏବଂ ଇଆର୍ଏସ୍ଏସ୍ର ତୃତୀୟ ପର୍ଯ୍ୟାୟ ପାଇଁ ୪,୧୯୫ଟି ପଦ ସୃଷ୍ଟି କରାଯାଇଛି। ରାଜ୍ୟର ୬୪୯ଟି ଥାନାକୁ ଅତିରିକ୍ତ ସ୍କର୍ପିଓ ଯୋଗାଇ ଦିଆଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ପାଇଁ ୪,୭୮୭ଟି ଦୁଇଚକିଆ ଯାନ, ସ୍ମାର୍ଟ ଫୋନ୍ ଓ ଲାପ୍ଟପ୍ ଯୋଗାଇ ଦିଆଯାଇଛି। ତଦନ୍ତରେ ଫୋରେନସିକ୍ ସହାୟତା ପାଇଁ ୩୬ଟି ମୋବାଇଲ୍ ଫୋରେନ୍ସିକ୍ ଭ୍ୟାନ୍ କିଣାଯାଇଛି ବୋଲି ବିଦାୟୀ ଡିଜିପି ସୂଚନା ଦେଇଥିଲେ।

2 hours ago
1


